ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ଥାନର ହାତ ଥିବା ପୂର୍ଣରୂପେ ସ୍ପଷ୍ଟ ହୋଇଯାଇଛି । ଯାହାର ଡ଼ର ଏବେ ପାକିସ୍ଥାନ କୁ ଛଟପଟ କରାଉଛି । ଏବେ କେଉଁ ସମୟରେ କଣ ହେବ ବୋଲି ପାକିସ୍ଥାନ ଡ଼ରୁଛି ।

Spread the love

କୁଟରା ରୁ ହିଜବୁଲ୍ ମୁଜାହିଧିନ ଲଞ୍ଚ ପୈଡ଼ ଖାଲି କରାଗଲା । ପାକିସ୍ଥାନୀ ସେନାର କୈମ୍ପର ଆତଙ୍କବାଦୀଙ୍କୁ ମିଳିଲା ଆଶ୍ରାସ୍ଥଳ । ଲଞ୍ଚ ପୈଡ଼ ରୁ ୫୭ ଆତଙ୍କବାଦୀ ରୁ ଅଧିକ ଭାରତ ଭିତରକୁ ପ୍ରବେଶ କରିବାପାଇଁ ଚେଷ୍ଟା କରିଥିଲେ । ପାକିସ୍ଥାନ ଅଧିକୃତ କାଶ୍ମୀର ରେ ଆତଙ୍କ କୁ ପାଖାପାକି ୨୭ ଲଞ୍ଚ ପୈଡ଼, ଭାରତ ତରଫରୁ ଯୁଦ୍ଧ ହେବା ଭୟରେ ସବୁ ଲଞ୍ଚ ପୈଡ଼ ରେ ହଲଚଲ ।

ଲଞ୍ଚ ପୈଡ଼ ଭାରତର ସୀମାରୁ ୫୦୦ ମିଟର ରୁ ୩ କିଲୋମିଟର ଭିତରେ ପାକିସ୍ଥାନ ରେ ଅଛି । ଆତଙ୍କ ପ୍ରଥମେ ଭାରତୀୟ ସେନା କୈମ୍ପ ଉପରେ ଫିଦାୟୀନ୍ ବା IED ଧମାକା କରିବାକୁ ଚାହୁଁଥିଲେ । କୈମ୍ପ ଉପରେ ୩ ଥର ଫିଦାୟୀନ୍ ଧମାକା କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେଥିରେ ସେମାନେ ଅସଫଳତା ହେଇଥିଲେ । ଆତଙ୍କବାଦୀ ଙ୍କ ଏହି ଷଡ଼ଯନ୍ତ୍ର ରେ ୧୨ ରୁ ଅଧିକ ଆତଙ୍କବାଦୀ ମୃତ୍ୟୁ ହେଇଥିଲେ ।

ଜାନୁଆରୀ ରେ ବିସ୍ଫୋଟକ ରେ ଭରିହୋଇ ରହିଥିବା ଗାଡି ମାଧ୍ୟମରେ ଆକ୍ରମଣ କରିବାକୁ ପ୍ଲାନ କରିଥିଲେ । ଜୈସ୍ କମାଣ୍ଡର ଅବ୍ଦୁଲ ରସିଦ କାଶ୍ମୀରକୁ ପହଞ୍ଚିବା ପରେ ପ୍ଲାନ ଉପରେ କାମ ଆରମ୍ଭ ହେଲା । ଆତଙ୍କ ଅଫଜିଲ୍ ଗୁରୁ, ମକବୁଲ୍ ଭଟ୍ଟ ବରଶି ଉପରେ ହେବାର ଥିଲା ଆକ୍ରମଣ । ଏଥିପାଇଁ ମାନବ ବୋମ୍ବ ଅଦିଲ୍ ୨,୬ ଓ ୮ ଫେବୃଆରୀ ରେ ମଧ୍ୟ ହାଇୱେ ଯାଇଥିଲେ । ୯ ଫେବୃଆରୀ ରେ ଅଫଜଲ୍ ଗୁରୁ ଙ୍କ ବରଶି ଉପରେ ଆକ୍ରମଣ କରିବାକୁ ପୂର୍ଣରୂପେ ପ୍ରସ୍ତୁତରେ ଥିଲେ । ବରଫ ବର୍ଷା ହେବାରୁ ୯ ଫେବୃଆରୀ ହାଇୱେ ବନ୍ଦ ଥିଲା ଏଥିପାଇଁ ସେହିଦିନ ଆକ୍ରମଣ ହେଇପାରିଲା ନାହିଁ । ଅନ୍ତିମରେ ୧୪ ଫେବୃଆରୀ ରେ ଆକ୍ରମଣ ହେଲା ।

ମସୁଦ ଅଜହର୍ କୁ ପାକିସ୍ଥାନ ଲୁଚାଇବା କାମରେ ବ୍ୟସ୍ତ – ସୂତ୍ର ।

ମସୁଦ ପାକିସ୍ଥାନ ସରକାରକୁ ସୁରକ୍ଷା ବଢାଇବା ପାଇଁ ନିବେଦନ କରିଥିଲେ – ସୂତ୍ର ।

ତିନି ଦିନରେ ତିନୋଟି ଜାଗାକୁ ସିଫ୍ଟ ହେଇଥିଲେ ମସୁଦ ଅଜହର୍ – ସୂତ୍ର ।

ତାଜା ଫଳ ୩୦ ରୁ ୫୦ ପ୍ରତିଶତ ଏବଂ ସିମେଣ୍ଟ ଉପରେ ୭.୫ ଆମଦାନୀ ଶୁଳ୍କ ଥିଲା କିନ୍ତୁ ଏବେ ତାହା ୨୦୦ ପ୍ରତିଶତ ହୋଇଛି ଏହାର ଅର୍ଥ ହେଲା ଏଭଳି ସାମଗ୍ରୀ ଉପରେ ଏବେ ସମ୍ପୁର୍ଣରୂପେ ନିଷେଧାଜ୍ଞା ହୋଇଯାଇଛି । ୨୦୧୭-୧୮ ମସିହାରେ କେବଳ ପାକିସ୍ଥାନ ରୁ ଆମଦାନୀ ହୋଇଥିଲା । ୩ ହଜାର ୪୮୨ କୋଟି ୩୦ ଲକ୍ଷ ଟଙ୍କାର ସାମଗ୍ରୀ ।

ଅଲଗାୟବାଦୀ ଙ୍କ ସୌକିନ୍ ଜୀବନ ହଟାଇ ଦିଆଗଲା । ଏବେ ଆଉ ମିଳିବ ନାହିଁ ଅଲଗାୟବାଦୀ ଙ୍କୁ ସୁରକ୍ଷା । ଯେଉଁମାନଙ୍କ ଠାରୁ ସୁରକ୍ଷା ହଟାଇ ଦିଆଗଲା ସେମାନେ ହେଉଛନ୍ତି ମିରୱାହର୍ ଅମୁର ଫାରୁକ, ଅବ୍ଦୁଳ ମନି ଭଟ୍ଟ, ବିଲାଲ୍ ଲୋନ୍, ହସିମ କୁରେଇସି ଓ ସବ୍ବିର ସାହ । ଆପଣଙ୍କୁ କହିବାକୁ ଚାହୁଁଛୁ କି ୨୦୦୮ ତୁ ୨୦୧୭ ପର୍ଯ୍ୟନ୍ତ ଅଲଗାୟବାଦୀ ଙ୍କ ସୁରକ୍ଷା ଓ ଟ୍ରାନ୍ସପୋର୍ଟ ରେ ପାଖାପାଖି ୧୧ କୋଟି ଖର୍ଚ୍ଚ ହେଲା । ଅମର୍ ଫାରୁକ୍ ର ସୁରକ୍ଷା ନିମନ୍ତେ ୨୦୧୭ ରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଗୋଟିଏ ଅଲଗାୟବାଦୀ ନେତାର ସୁରକ୍ଷା ପାଇଁ ୨୦ ରୁ ୨୫ ଯବାନ ଙ୍କୁ ରଖାଯାଉଥିଲା ।

ଏବେ ଶୁଣିବାକୁ ପାଇଲୁ କି, ପାକିସ୍ଥାନୀ ଅଭିନେତା ମାନଙ୍କୁ ବୋଲିବୂଡ଼ ସିନେମା ଇଣ୍ଡଷ୍ଟ୍ରି ରୁ ସବୁଦିନ ପାଇଁ ବିଦାୟ କରା ଦିଆଗଲା ।