ଗୋଟିଏ ଜିନିଷ କିନ୍ତୁ ୧୦୦ ରୋଗରୁ ମୁକ୍ତ

Spread the love

ଆପଣ ଚମକି ଯିବେ ଏହି ଗୋଟେ ଜିନିଷରେ ୧୦୦ରୁ ଅଧିକ ରୋଗ ନାଶ କରିବାର କ୍ଷମତା ଅଛି । ଏହାକୁ ହରଡ଼ା କୁହନ୍ତି । ଏଲର୍ଜିରେ ପିଡ଼ିତଙ୍କ ପାଇଁ ହରଡ଼ା ବେଶ ଲାଭକାରୀ ଅଟେ । ହରଡ଼ାର ଫଳକୁ ପାଣିରେ ଫୁଟେଇ, ସେହି ପାଣିକୁ ଦିନକୁ ଦୁଇ ଥର ନିୟମିତ ରୂପରେ ସେବନ କରିବା ଦ୍ୱାରା ଏଲର୍ଜିରେ ପୀଡ଼ିତଙ୍କୁ ବେଶ ଆରାମ ମିଳିଥାଏ । ଏଲର୍ଜି ଦ୍ୱାରା ପ୍ରଭାବିତ ସ୍ଥାନକୁ ଏହି ହରଡ଼ା ପାଣିରେ ଧୋଇବା ଦ୍ୱାରା ମଧ୍ୟ ବେଶ୍ ଉପକୃତ ମିଳିଥାଏ । ସେହିପରି ଯଦି ଏଲର୍ଜି ଦ୍ୱାରା ସଂକ୍ରମିତ ହୁଅ, ତେବେ ହରଡ଼ାର ଫଳ ଓ ହଳଦୀକୁ ମିଶାଇ ପେଷ୍ଟ ବନାନ୍ତୁ ଓ ସଂକ୍ରମିତ ସ୍ଥାନରେ ଦିନକୁ ଦୁଇ ଥର ଲଗାନ୍ତୁ । ମୁହଁରେ ଫୁଲା ଧରିଲେ କୁଳି କରିବା ଦ୍ୱାରା ଲାଭ ମିଳି ଥାଏ ।

ହରଡ଼ାର ଲେପ ପତଳା ଛାଛ ସହିତ ମିଶେଇ କୁଳୁକୁଳି କଲେ ଦାନ୍ତ ରିଢା ଫୁଲାରୁ ବି ଆରମ ମିଳି ଥାଏ । ଏହି ପରି ହରଡ଼ାର ଚୁର୍ଣ ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇଲେ କଷ୍ଟ କମ୍ ହୋଇ ଯାଇଥାଏ । ହରଡ଼ା ସ୍ୱାସ୍ଥ୍ୟବର୍ଦ୍ଧକ ଟୋନିକ ହୋଇଥାଏ, ଯାହାର ପ୍ରୟୋଗରେ କେଶ କଳା, ଚମକ୍-ଦାର ଆଉ ଆକର୍ଷକ ଦେଖା ଯାଇଥାଏ । ହରଡ଼ାର ଫଳକୁ ନଡ଼ିଆ ତେଲରେ ଫୁଟେଇ (ହରଡ଼ା ସମ୍ପୂର୍ଣ୍ଣ ଭାବରେ ମିଳେଇବା ଯାଏଁ) ଲେପ ବନାନ୍ତୁ, ଏବଂ ଏହାକୁ କେଶରେ ଲଗାନ୍ତୁ କିମ୍ବା ପ୍ରତି ଦିନ 3 ରୁ 5 ଗ୍ରାମ ହରଡ଼ା ପାଉଡର ଏକ ଗିଲାସ ପାଣିର ସହିତ ସେବନ କରନ୍ତୁ ।

ହରଡ଼ାର ଚୋପା କୋଷ୍ଠକାଠିନ୍ୟରୁ ଆରାମ ଦେବାରେ ବି ସାହାଯ୍ୟ କରିଥାଏ । ଏହି ଚୋପାକୁ କିଛି ଲୁଣ ମିଶେଇ ଖାଆନ୍ତୁ ବା 1/2 ଗ୍ରାମ ଲବଙ୍ଗ କିମ୍ବା ଡାଲଚିନି ସହିତ ଏହାର ସେବନ କରନ୍ତୁ । ବଦ-ହଜମି କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟ କିଛି ସମସ୍ୟା ଥିଲେ, ହରଡ଼ାର ଚୋପାକୁ ମହୁ, ଲବଙ୍ଗ ଓ ଡାଲଚିନି ସହିତ ଖାଇଲେ ଆରାମ ମିଳିଥାଏ । ଭଜା ହରଡ଼ାର ଚୁର୍ଣ ସେବନ କରିବା ଦ୍ୱାରା ମଳକଂଟକ (piles)ରୁ ମଧ୍ୟ ମୁକ୍ତି ମିଳିଥାଏ ।

ହରଡ଼ାର ତାଜା ଫଳକୁ ଜଡ଼ା ତେଲରେ (caster oil) ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ । ଥଣ୍ଡା ହେବା ପରେ ଏହାକୁ ଚୁର୍ଣ କରି ନିଅନ୍ତୁ ଆଉ କୌଣସି ଏକ ଥଣ୍ଡା ଜାଗାରେ ରଖନ୍ତୁ କିନ୍ତୁ ଫ୍ରିଜରେ ରଖନ୍ତୁ ନୁହେଁ । ଅଧା ଚାମୁଚ ଚୁର୍ଣ୍ଣ ରାତିରେ ଶୋଇବା ସମୟରେ ସେବନ କରିଲେ, ସକାଳୁ ପେଟ ସଫା ରହିଥାଏ । ହରଡ଼ା ଫଳ ସ୍ମରଣ ଶକ୍ତି ବି ବଢ଼େଇବାରେ ସାହାଯ୍ୟ କରିଥାଏ ଏବଂ ମଧୁମେହ ଓ କୋଳେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ ।

ଏହା ହୃଦୟ ଅନିୟନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଭକାରୀ ଅଟେ । ହରଡ଼ାର ଜୁସ ଶରୀରରେ ତାଜା ପଣ ଆଣିଥାଏ । ସ୍ନାୟୁ ତନ୍ତ୍ରକୁ ଶାନ୍ତ ରଖିଥାଏ । ଏହାର ରସରେ ପାଚନ ତନ୍ତ୍ରର ଶୁଦ୍ଧି ହୋଇଥାଏ ।