ପ୍ରଶାସନର ନିର୍ଦ୍ଦେଶ : ଗୋଟିଏ ଗାଡି ନିମନ୍ତେ ଦିନକୁ ମାତ୍ର ତିନି ଲିଟର ପେଟ୍ରୋଲ ମିଳିବ !

Spread the love

ଶ୍ରୀନଗର : ଦେଶରେ ଏମିତି ଏକ ସହର ରହିଛି ଯେଉଁଠାରେ ଯାନବାହାନ ନିମନ୍ତେ ପ୍ରତିଦିନ ଆବଶ୍ୟକ ପେଟ୍ରୋଲ ଓ ଡିଜେଲର ମାତ୍ର ନିର୍ଧାରିତ କରାଯାଇଛି । ଏଠାରେ ଅତ୍ୟଧିକ ବରଫପାତ ହେବା ପରେ ଏହି ପରି ନିଷ୍ପତି ନିଆଯାଇଛି । ଏହି ସହରର ନାମ ହେଉଛି ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗର । ଜାମ୍ମୁ କାଶ୍ମୀରର ପାହାଡିଆ ପାର୍ବତ୍ୟ ଅଞ୍ଚଳରେ ଗତକିଛି ଦିନ ହେଲା ଅତ୍ୟଧିକ ବରଫପାତ ହେବ କାରଣରୁ ଜନସାଧାରଣଙ୍କ ଜୀବନ ଉପରେ ଏହା ପ୍ରଭାବ ପଢୁଛି । ଅନ୍ୟ ପକ୍ଷରେ କହିବାକୁ ଗଲେ ଜାମ୍ମୁ କାଶ୍ମୀର ଆକାଶ ମାର୍ଗରେ ମଧ୍ୟ ବରଫ ଆବୃତ ହୋଇ ରହିବ ଯୋଗୁଁ ଅନ୍ୟ ରାଜ୍ୟଗୁଡିକ ସହ ଆକାଶ ମାର୍ଗରେ ଯୋଗାଯୋଗରେ ବ୍ୟାଘାତ ସୃଷ୍ଟି ହେଉଛି । ଏହି କାରଣ ଯୋଗୁଁ ସୈନ୍ୟ ବାହିନୀର ସେବା ଓ ଯନ୍ତ୍ରପାତି ଯୋଗାଣ ପ୍ରଭୃତି ବ୍ୟବସ୍ଥା ଓ ଇନ୍ଧନ ସାମଗ୍ରୀ ଆମଦାନୀରେ ବ୍ୟାଘାତ ସୃଷ୍ଟି ହେଉଛି ।

ଆବଶ୍ୟକ ଇନ୍ଧନ ଯୋଗାଣର ଅଭାବ ପରିଲକ୍ଷିତ ହେଉଅଛି । ଏହି ଅଭାବକୁ ଡୋର କରିବା ନିମନ୍ତେ ଶ୍ରୀନଗର ପ୍ରଶାସନ ସହର ସମସ୍ତ ପେଟ୍ରୋଲ ପମ୍ପର ସଂଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ କହିଛନ୍ତି ଯେ, ଗୋଟିଏ ଦିନରେ ଗୋଟିଏ ବାହନକୁ କେବଳ ତିଣି ଲିଟର ପେଟ୍ରୋଲ ହିଁ ଯୋଗାଇ ଦିଆଯିବ । ଏହା ସଂଗେ ସଂଗେ ଡିଜେଲର ମାତ୍ର ମଧ୍ୟ ନିର୍ଦ୍ଧାରିତ କରାଯାଛି । ଶ୍ରୀନଗରରେ ଥିବା ପେଟ୍ରୋଲ ପମ୍ପ୍ ରେ ବର୍ତ୍ତମାନ ଗୋଟିଏ ବହନ ପାଇଁ ଦିନକୁ ଦଶ ଲିଟର ଡିଜେଲ ହିଁ ମିଳି ପାରିବ ।

ପୁଣି ଥରେ ଆପଣଙ୍କୁ ଅବଗତ କରି ଦେଉଛୁ ଯେ, ଗତ କିଛି ଦିନ ହେଲା ଜାମ୍ମୁ ଓ କାଶ୍ମୀରରେ ଅତ୍ୟଧିକ ବରଫପାତ ହେଉଛି । ଯାହାଫଳରେ ଏଠାର ସ୍ଥଳ ପାଠ ଓ ଆକାଶରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛେଦ ହୋଇଛି ଏବଂ ଏହା ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ୁଅଛି । କେତେକ ଘଟି ଓ ପାହାଡିଆ ଅଂଚଳରେ ପାହାଡ଼ରୁ ସ୍ଫୁଲନ ତୁଷାର ଅତଡ଼ା ହେବ ସଂଗେ ସଂଗେ ପ୍ରବଳ ତୁଷାରପାତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଜାମ୍ମୁ ଓ କାଶ୍ମୀରର ୨୨ଟି ଜିଲ୍ଲା ମଧ୍ୟରୁ ୧୬ଟି ଜିଲ୍ଲାରେ ହିମ ସ୍ଫୁଲନ ହେବାର ଚେତାବନୀ ଦେଇଛନ୍ତି । ଦକ୍ଷିଣ କାଶ୍ମୀରର କୁଳଗାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ହିମପାତ ହୋଇଛି ।