ଗୋଟେ ରାତିକୁ କେତେ ଟଙ୍କା ଚାର୍ଜ କରୁଥିଲେ ଅର୍ଚନା । ରେଟ କହିଲେ ପାଖରୁ ଦେଖିଥିବା ଲୋକ

1.5

ଖୋଲୁଛି ଅର୍ଚ୍ଚନାଙ୍କ ଗୁମର । ଟଙ୍କା ପାଇଁ ଜୀବନ ନେବାକୁ ଧମକାଉଥିଲା ଅର୍ଚ୍ଚନା । ୩ କୋଟି ନ ଦେଲେ କାଟି ପିସ ପିସ କରି ଦେବ ବୋଲି କହୁଥିଲା ଅର୍ଚ୍ଚନା ।ତେବେ ଏହା ଭିତରେ ଫିଲ୍ମ ପ୍ରୟୋଜକ ଅକ୍ଷୟ ପରିଜାଙ୍କ ଏଫଆଇଆର କପି ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନାରେ ଏହି ମାମଲା ରୁଜୁ କରିଥିଲେ ଅକ୍ଷୟ ପରିଜା । ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଅର୍ଚ୍ଚନା ତାଙ୍କୁ ଟଙ୍କା ୩କୋଟି ଟଙ୍କା ମାଗିଥିଲା । ଆଉ ଟଙ୍କା ନ ଦେଲେ ସେ ତାଙ୍କୁ ମାରି ଦେବ ବୋଲି ଧମକ ଦେଇଥିଲା । ହୋଟେଲକୁ ଡାକି ଡିଲ ରଫା ଦଫା କରିବାକୁ କହୁଥିଲା । ଟଙ୍କା ପାଇଁ ଏହି ବ୍ଲାକମେଲ କରୁଥିବାର ସୂଚନା ମିଳୁଛି ।

ସୁନା ଦୋକାନ ମାଲିକଙ୍କଠୁ କୋଟିକୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ। ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ। ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ ।

ତେବେ କେବଳ ଏତିକି ନଥିଲା ଅର୍ଚନାଙ୍କର ବ୍ୟବସାୟ । ଏହାକୁ ଛାଡିଲେ ଆହୁରି ଅନେକ କଳାରେ ଲିପ୍ତ ଥିଲେ ଅର୍ଚନା । ନିଜର ଶରୀର ଦେଖାଇ ଓ ନିଜର ଶରୀର ଦାନ କରି ଅନେକ ଲୋକଙ୍କ ଠୁ ସେ ଆଦାୟ କରୁଥିଲେ ଅନେକ ଟଙ୍କା । ତାଙ୍କର ରେଟଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଗୋଟେ ରାତିକୁ ସେ 1 ଲକ୍ଷରୁ ଅଧିକ ଟଙ୍କା ନେଉଥିଲେ ବୋଲି ସ୍ତାନୀୟ ସତ୍ୟ ବିହାର ଅଞ୍ଚଳରେ ଚର୍ଚା ହୁଏ ।

କିଛି ଦିନ ହେବ ସବୁ ଗଣମାଧ୍ୟମରେ ଖୁବ ପରିଚିତ ହୋଇଚାଲିଛନ୍ତି ଅର୍ଚ୍ଚନା ନାଗ । କଥାରେ ଅଛି ମନ୍ଦରି ତୋଳିରେ ନା, ରାସ୍ତାରେ… କଲେ ବି ନା । ଏହି ମହିଳା ଭଲ ନୁହେଁ ବରଂ ମନ୍ଦ କାମ କରି ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଠାରୁ କଥା ଏବେ ଜାତୀୟ ସ୍ତରରେ ମଧ୍ୟ ପହଞ୍ଚିଲାଣି । ସବୁଠାରେ ଓଡିଶା ଆଉ ଓଲିଉଡର ନାମ ବଦନାମ କରିବାରେ ଲାଗିଛନ୍ତି ।

ତେବେ ଲେଡି ବ୍ଲାକମେଲରଙ୍କ କାହାଣୀ ପଦାକୁ ବାହାରିଲା ପରେ ଏବେ ଜେଲରେ ସମୟ କାଟୁଛନ୍ତି ଅର୍ଚ୍ଚନା । ବେଲ ପାଇଁ ଆବେଦନ କରିଥିବା ବେଳେ ଆଜି ତାଙ୍କ ଜାମିନକୁ ନା ମଞ୍ଜୁର କରାଯାଇଛି ।ଶୁକ୍ରବାର ଦିନ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କର ଏହି ଆବେଦନକୁ ନା ମଞ୍ଜୁର କରାଯାଇଛି । ଯାହାଫଳରେ ବେଲ ନୁହେଁ ଅର୍ଚ୍ଚନାଙ୍କୁ ଏବେ ଜେଲରେ ରହିବାକୁ ପଡିବ ।

ସୂଚନାମୁତାବକ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱର ଏସଡିଜେମ କୋର୍ଟରେ ଏହି ଶୁଣାଣି କରାଯାଇଛି ।

Leave a Reply

Your email address will not be published. Required fields are marked *