ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ଆଠଟି ସଙ୍କେତ, ଚେତନା ପାଇଗଲେ ଭଲ…। ଥରଟିଏ ପଢନ୍ତୁ

Spread the love

ଆମ ଜୀବନରେ ଯାହା କିଛି ବି ହୋଇଥାଏ, ତାହା ପଛରେ ପ୍ରକୃତି ଆମକୁ ପୂର୍ବରୁ ସଙ୍କେତ ଦେଇଥାଏ । ତଫାତ୍ କେବଳ ଏହା ଅଟେ, କିଛି ଲୋକ ଏହି ସଙ୍କେତକୁ ବୁଝି ଯାଆନ୍ତି ଏବଂ କିଛି ଲୋକ ବୁଝି ପାରନ୍ତି ନାହିଁ । ଆମେ ଆପଣଙ୍କୁ ଏମିତି ଆଠଟି ସଙ୍କେତ ବିଷୟରେ ଜଣାଇବୁ, ଯାହାକୁ ଯଦି ଆପଣ ଠିକ୍ ସମୟରେ ବୁଝିଯିବେ; ତେବେ ଆପଣ କୌଣସି ବି ଖରାପ ସମୟରେ ବିଚଳିତ ହେବେ ନାହିଁ । ଆମର ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ ଆଠ ପ୍ରକାରର ସଙ୍କେତ ଦେଇଥାନ୍ତି ।

ଈଶ୍ୱର କେମିତି ସଙ୍କେତ ଦେଇଥାନ୍ତି ଏବଂ କେମିତି ତାହା ଆମ ଉପରେ ଉପରେ କାର୍ଯ୍ୟକାରୀ ହୋଇଥାଏ ଏବଂ ଆମ୍ଭେମାନେ କିପରି ନିଜକୁ ସାବଧାନ ଏବଂ ସୁରକ୍ଷିତ ରଖାଯାଇ ପାରିବ । ଈଶ୍ୱର କେବେ ମଧ୍ୟ ସ୍ଵୟଂ ଆସି ଆପଣଙ୍କ ରକ୍ଷା କରନ୍ତି ନାହିଁ, ସେ କୌଣସି ନା କୌଣସି ରୂପରେ କିମ୍ବା କାହାକୁ ମାଧ୍ୟମରେ ଆପଣଙ୍କୁ ସାହାଯ୍ୟ କିମ୍ବା ରକ୍ଷା କରିଥାନ୍ତି ।

ଏହି ଆଠଟି ସଙ୍କେତ କୁହାଯାଇଛି ଯାହା ଆମକୁ ଜଣାଇଥାଏ କି ଆମର ଖରାପ ସମୟ ଆସୁଅଛି । ସେହି ସଙ୍କେତ ନିମ୍ନ ପ୍ରକାରର ଅଟେ ।

* ସିନ୍ଦୂର ଲଗାଇବା ସମୟରେ ସୁହାଗିନୀଙ୍କ ସିନ୍ଦୂର ଡବା ତଳେ ପଡ଼ିଯିବା, ଅର୍ଥ ତାର ସ୍ଵାମୀଙ୍କର କାରବାର ପାଇଁ ଖରାପ ସଙ୍କେତ ଅଟେ ।

* ଅସମୟରେ ଏବଂ ବିନା କାରଣରେ ଦୁଧ ଫାଟି ଯିବା, ଏହି କଥାର ସଙ୍କେତ ହୋଇଥାଏ କି ଆପଣଙ୍କ ଘରେ କୌଣସି ବଡ଼ କ୍ଲେଶ ହେବାକୁ ଯାଉଛି ଅଥବା ଶୀଘ୍ର ହିଁ କୌଣସି ବଡ଼ ରୋଗ ଆସିବାର ଆଶଙ୍କା ରହିଛି ।

* ଖରାପ ସ୍ଵପ୍ନ ପ୍ରତିଦିନ ଦେଖିବା, ଏହି କଥାର ସଙ୍କେତ ହୋଇଥାଏ କି ଘରେ କୌଣସି କ୍ଲେଶ ହେବାକୁ ଯାଉଛି, ଏହାଦ୍ଵାରା କାରବାର ମଧ୍ୟ ମାନ୍ଦା ହେବାର ସଙ୍କେତ ମିଳିଥାଏ । ଏହା ସହ ଖରାପ ସ୍ଵପ୍ନ ବାରମ୍ବାର ଆସିବା ଦ୍ୱରା ପରିବାରର କୌଣସି ସଦସ୍ୟ ଉପରେ ବଡ଼ ସମସ୍ୟା ଆସିବାର ଆଶଙ୍କାର ସୂଚନା ଦେଇଥାଏ ।

* ଆପଣଙ୍କ ଘରର ଆଖପାଖରେ କିମ୍ବା ଆପଣଙ୍କ ପାଳିତ ବିଲେଇ ଯଦି ଅଲଗା ଅଲଗା ପ୍ରକାରର ଶଦ୍ଦ କରିଥାଏ ଏବଂ ଡରୁ ଥାଏ, ତେବେ ଜାଣନ୍ତୁ କି ଆପଣଙ୍କ ଆଖପାଖ ପରିବେଶରେ କୌଣସି ନକାରାତ୍ମକ ଉର୍ଜା କାମ କରୁଛି । ଯାହା କୌଣସି ସମସ୍ୟାର ବାହାକ ହୋଇପାରେ ।

* ମଙ୍ଗଳସୂତ୍ର ହଠାତ୍ ଛିଡି ଯିବା ସ୍ଵାମୀଙ୍କ ଜୀବନ ଉପରେ ଆସୁଥିବା ସଂକଟର ସଙ୍କେତ ଦେଇଥାଏ । ଏହି ପରିସ୍ଥିିତିରେ ପତ୍ନୀଙ୍କୁ ତୁଳସୀ ପୂଜା କରିବା ଉଚିତ୍ ।

* ଘରୁ ବାହାରିବା ସମୟରେ ଆସୁଥିବା ଦିନରେ କେଉଁଠି ନା କେଉଁଠି ଝଗଡ଼ା ଏବଂ ମାରପୀଟ ଦେଖିବାକୁ ମିଳିଥାଏ, ତେବେ ବୁଝି ଯାଆନ୍ତୁ କି କୌଣସି କ୍ଲେଶ ହେବା କିମ୍ବା ନିଜ ନିଜ ମଧ୍ୟରେ ମନମାଳିନ୍ୟ ହେବାର ଆଶଙ୍କା ଥାଏ ।

* ଯଦି କେବେ ପୂଜାପାଠ କରିବା ସମୟରେ ପୂଜା ଥାଳି ପୋଡିଯାଏ, ତେବେ ବୁଝନ୍ତୁ କି ଆପଣଙ୍କ ଉପରେ ଦେବତାଗଣ କ୍ରୋଧିତ ଅଛନ୍ତି । ଏଥିପାଇଁ ପୂଜା ବିଧିରେ ସୁଧାର ଆଣିବା ଜରୁରୀ ଅଟେ ।

* ଖାଇବା ସମୟରେ ପ୍ରଥମ ଗୁଣ୍ଡା ପିତା ବା କଷା ଲାଗିବ ଏବଂ ଅନ୍ୟ ମାନଙ୍କୁ ସାମାନ୍ୟ ଲାଗିବ, ଏହି କଥାର ସଙ୍କେତ ଦିଏ କି ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ପାଖରୁ ଖରାପ ଖବର ଆସିବାର ସଙ୍କେତ ଦିଏ । ଏତିକି ହିଁ ନୁହେଁ ଆପଣଙ୍କ କୌଣସି ଗଢିଥିବା ସମ୍ପର୍କ ବିଗିଡିର ସମ୍ଭାବନା ମଧ୍ୟ ହୋଇପାରେ ।