ଠେଲା ଵାଲା ବଞ୍ଚେଇଲା ଏହି ଝିଅର ଜୀବନ , 23 ବର୍ଷ ପରେ ଝିଅଟି ଏହିପରି ସୁଝିଲା-ତାଙ୍କରି ଋଣ

Spread the love

ଜୀବନ କେତେବେଳେ କେଉଁ ପରିସ୍ଥିତିରେ ଆସି ପହଂଚି ଯିବ ତାହା କେହି କହି ପାରିବ ନାହିଁ । ମନୁଷ୍ୟ ଜନ୍ମ ହେଇଛି ଅନ୍ୟ ମନୁଷ୍ୟକୁ ସାହାଯ୍ୟ କରିବା ପାଇଁ  ! କିନ୍ତୁ କିଛି ଲୋକ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି ତ କିଛି ଲୋକ ଏଥିରୁ ପଛ ଘୁଞ୍ଚା ଦେଇଥାନ୍ତି । ଆଜିର ଏହି ଘଟଣା କିଛି ଏମିତି ଅଟେ । ‘ସୋବରନ’ ନିଜର ପରିବା ଠେଲା ନେଇ ଘରକୁ ଫେରୁ ଥିଲେ । କିଛି ଦୂର ଆସିବା ପରେ ଗୋଟେ ବୁଦାମୂଳରେ ଛୋଟ କଅଁଳିଆ ପିଲାର କାନ୍ଦ ତାଙ୍କେ ଅର୍ଥାତ ‘ସୋବରନ’ ଶୁଣିବାକୁ ପାଇଲେ । ସୋବରନ ନିଜର ଠେଲା ରଖି ସେଇ ଶବ୍ଦର ଦିଗରେ ଯାଇ ସେ ବୁଦା ମୂଳରେ ଯାହା ଦେଖିଲେ ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଗଲେ । ସେଠାରେ ଗୋଟେ ନବ ଜନ୍ମିତ ଶିଶୁ କନ୍ୟାଟି କାନ୍ଦୁ ଅଛି ।

ସୋବରନ ସବୁ ଆଡେ଼ ଅନେଇଲେ ଯେତେବେଳେ କାହାରିକୁ ପାଇଲେ ନାହିଁ ତ ସେ ଶିଶୁ କନ୍ୟାଟିକୁ କୋଳକୁ ଉଠେଇ ନେଲେ । ସୋବରନ ତାକୁ ଘରକୁ ନେଇ ଆସିଲେ । ସୋବରନଙ୍କର ସେତେବେଳେ ବୟସ 30 ବର୍ଷ ହୋଇ ଥିଲା । ଆଉ ତାଙ୍କର ବିବାହ ବି ହୋଇ ନ ଥିଲା । ସୋବରନ ସେଇ ପିଲାକୁ ପାଇ ବହୁତ ଖୁସି ହୋଇଥିଲେ ।  ସେଇ ପିଲାକୁ ଠିକରେ ଲାଳନ ପାଳନ କରିବା ପାଇଁ ବିବାହ କଲା ନାହିଁ, କାରଣ ଯଦି ବିବାହ ପରେ ତାର ସ୍ତ୍ରୀ ତାକୁ ଭଲ ପାଇବ କି ନାହିଁ । ଏହି ଘଟଣା ରାଜସ୍ଥାନର ଜିଲ୍ଲା ବିକାନେର,  ଯେଉଁଠାରେ  ସୋବରନ ନିଜର ପେଟ ପୋଷିବା ପାଇଁ ପ୍ରତିଦିନ ପରିବା ଠେଲା ଲଗେଇ ଥାଏ । ସେଇ ସମୟରେ ଏହି ଶିଶୁ କନ୍ୟାଟି ତାଙ୍କୁ ମିଳି ଥିଲା । ସୋବରନ ବହୁତ କଠିନ ପରିଶ୍ରମ କରି ଏହି ଶିଶୁ କନ୍ୟାକୁ ନିଜର ଝିଅ ପରି ପାଳନ କଲା ଆଉ ତାର ନାମ ରଖିଲା ଜ୍ୟୋତି । ସୋବରନ ଦିନ ରାତି କଠିନ ପରିଶ୍ରମ କରି ତାକୁ ପଢେଇଲା ।

ନିଜେ ବରଂ ଭୋକିଲା ରହି ଯାଉ ଥିଲା କିନ୍ତୁ କେବେବି ନିଜ ଝିଅର କୌଣସି ପ୍ରକାରର ଅଭାବ କିଛିରେ ରଖୁ ନ ଥିଲା । ଜ୍ୟୋତି 2013ରେ କମ୍ପୁଟର ସାଇନ୍ସରେ ସ୍ନାତକ କରିଲା ।  ଆଉ ତା’ପରେ 2014ରେ ଜ୍ୟୋତି ରାଜସ୍ଥାନ ଲୋକ ସେବା ଆୟୋଗରେ ପିସିଏସ ପରୀକ୍ଷାରେ ସଫଳତା ହାସଲ କଲେ ଆଉ ତାଙ୍କୁ ଆୟକର ଆୟୁକ୍ତ ପଦରେ ନିଯୁକ୍ତି ମିଳିଲା । ସୋବରନ ତାଙ୍କର ଏହି ଝିଅର ସଫଳତା ଦେଖି ତାଙ୍କ ଆଖି ଲୁହରେ ଭିଜି ଗଲା କାରଣ ତାଙ୍କର ଏହି ଝିଅ ତାଙ୍କ ସ୍ବପ୍ନକୁ ଆଜି ପୁରା କରିଛି । ଏବେ ଜ୍ୟୋତି ତାଙ୍କର ପିତା ସୋବରନଙ୍କ ସହିତ ରହୁଛି ଏବଂ ତାଙ୍କର ସମସ୍ତ ମନସ୍କାମନା ପୂରଣ କରୁଛି । ସୋବରନ କୁହନ୍ତି ଯେ ମୁଁ ଅଳିଆରୁ ହୀରା ଖଣ୍ଡେକୁ ପାଇ ଥିଲି ଯିଏକି ଆଜି ମୋତେ ଏ ବୟସରେ ମୋର ଆଶା ବାଡ଼ି ହୋଇଛି ।