ଜଣାନ୍ତୁ କଣ ପାଇଁ ଝିଅଙ୍କୁ ବୁଧବାର ଦିନ ଶାଶୁ ଘରକୁ ପଠାଯାଇ ନ ଥାଏ ? କାରଣ ଜାଣି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

Spread the love

ଭାରତ ଏକ ପ୍ରଥା ଓ ପରମ୍ପରାର ଦେଶ ଅଟେ । ଦେଶବାସୀ ବିଭିନ୍ନ ପରମ୍ପରା ସହ ବାନ୍ଧି ହୋଇ ରହିଛନ୍ତି । କିଛି ପରମ୍ପରା ଏପରି ଅଛି ଯାହା ଭାରତର ଇତିହାସ ସୃଷ୍ଟି ହେବା ପୂର୍ବରୁ ଚାଲି ଆସିଛି । ଭାରତବାସୀ ଧର୍ମଶାସ୍ତ୍ରକୁ ଖୁବ୍ ମାନିଥାନ୍ତି । ଶାସ୍ତ୍ରରେ ଲେଖାଯାଇଛି; କେଉଁ ଦିନଗୁଡିକରେ କେଉଁ କାମ କଲେ ଶୁଭ ଫଳ ମିଳିପାରିବ । ଆଜି ଆମେ ବୁଧବାର ଦିନ କ’ଣ ସବୁ କାମ କଲେ ଶୁଭଫଳ ମିଳିବ, ସେହି ବିଷୟରେ କହିବୁ । ମାନ୍ୟତା ରହିଛି ବୁଧବାର ଦିନ ଝିଅଙ୍କୁ ଶାଶୁ ଘରକୁ ପଠା ଯାଇନଥାଏ । ଆସନ୍ତୁ ଜାଣିବା : କାହିଁକି ବୁଧବାର ଦିନ ଝିଅଙ୍କୁ ଶାଶୁ ଘରକୁ ପଠା ଯାଇନଥାଏ ?

ଶାଶୁଘର ସହ ଖରାପ ସମ୍ପର୍କ ହୋଇଥାଏ :

ଏହି ମାନ୍ୟତା ରହିଛି, ଯଦି ବୁଧବାର ଦିନ ଆପଣ ଝିଅକୁ ଶାଶୂଘରକୁ ପଠାନ୍ତି, ତେବେ ଏହା ଆପଣଙ୍କ ଓ ଆପଣଙ୍କ ଝିଅଙ୍କ ପାଇଁ ଦୁଃଖଦାୟକ ହୋଇଥାଏ । ଖାସ୍ କରି ଯଦି ଆପଣଙ୍କ ଝିଅଙ୍କ ବୁଧ ଗ୍ରହ ଦଶା ଠିକ୍ ନଥାଏ; ତେବେ ଭୁଲ୍ ରେ ମଧ୍ୟ ନିଜ ଝିଅଙ୍କୁ ଶାଶୁଙ୍କ ଘରକୁ ପଠାନ୍ତୁ ନାହିଁ । ଏହା ମଧ୍ୟ ମାନ୍ୟତା ରହିଛି, ବୁଧବାର ଦିନ ଝିଅକୁ ଶାଶୁ ଘରକୁ ପଠାଇଲେ ଦୁର୍ଘଟଣା ହେବାର ସମ୍ଭାବନା ହୋଇଥାଏ । ଏହା ମଧ୍ୟ କୁହାଯାଇଥାଏ; ଏପରି କରିବା ଦ୍ୱାରା ଝିଅଙ୍କ ସମ୍ପର୍କ ଶାଶୁଘର ସହ ଖରାପ ହୋଇଥାଏ । ଶାସ୍ତ୍ରରେ ଏହି ଅଶୁଭ ଘଟଣା ବିଷୟରେ ଉଲ୍ଲେଖ ରହିଛି ।

ବୁଧଗ୍ରହ ଚନ୍ଦ୍ରଙ୍କୁ ନିଜ ଶତ୍ରୁ ମାନନ୍ତି :

ଏକ ପୌରାଣିକ ମାନ୍ୟତା ରହିଛି; ବୁଧଗ୍ରହ, ଚନ୍ଦ୍ରଙ୍କୁ ନିଜ ଶତ୍ରୁ ରୁପେ ମାନନ୍ତି । କିନ୍ତୁ ଏହାର ଓଲଟା ଚନ୍ଦ୍ର ବୁଧଙ୍କୁ ନିଜ ଶତ୍ରୁ ମାନନ୍ତି ନାହିଁ । ଶାସ୍ତ୍ରରେ ଚନ୍ଦ୍ରକୁ ଯାତ୍ରାର କାରକ ଓ ବୁଧଙ୍କୁ ଧନର କାରକ ରୂପେ ମାନ୍ୟତା ରହିଛି । ଏହିଥିପାଇଁ ମାନ୍ୟତା ରହିଛି, ବୁଧବାର ଦିନ ଯାତ୍ରାକଲେ, ଏହା ଆପଣଙ୍କ ପାଇଁ ହାନିକାରକ ଅଟେ । ଯଦି ଆପଣଙ୍କ ବୁଧଦଶା ଖରାପ ଅଛି; ତେବେ ଦୁର୍ଘଟଣାର ଆଶଙ୍କା ବଢି ଯାଇଥାଏ । ଝିଅମାନଙ୍କୁ କଣ ପାଇଁ ଶାଶୁ ଘରକୁ ବିଦା କରାଯାଇ ନଥାଏ ? ଏଥିପାଇଁ ଅନ୍ୟ ଏକ ପ୍ରଥା ରହିଛି ।

ଅତୀତର ଏକ ଘଟଣା, ଗୋଟିଏ ନଗରରେ ମଧୁସୂଦନ ନାମକ ଏକ ମହାଜନଙ୍କ ଘଟଣା :

ବହୁତ ପୁରୁଣା ଏହି ଘଟଣା ଏକ ନଗରରେ ମଧୁସୂଦନ ନାମକ ଏକ ବ୍ୟବସାୟୀ ବା ମହାଜନ ରହୁଥିଲେ । ସାହୁକାରଙ୍କ ବିବାହ ଏକ ଗୁଣୀ କନ୍ୟା ସଂଗୀତାଙ୍କ ସହ ହୋଇଥିଲା । ଗୋଟିଏ ଦିନ ମଧୁସୂଦନ ନିଜ ଶାଶୁଘର ଲୋକଙ୍କୁ କହିଥିଲେ, ସଂଗୀତାଙ୍କୁ ବୁଧୁବାର ଦିନ ପଠାଇବା ପାଇଁ । କିନ୍ତୁ ସଂଗୀତାଙ୍କ ମତାପିତା ସଂଗୀତାଙ୍କୁ ବିଦା କରିବାକୁ ଚାହୁଁ ନଥିଲେ । ସଂଗୀତାଙ୍କ ମାତାପିତା ନିଜ ଜ୍ଵାଇଁଙ୍କୁ ବହୁତ ବୁଝାଇଥିଲେ କିନ୍ତୁ ମଧୁସୂଦନ ମାନି ନଥିଲେ । ଶେଷରେ ଝିଅଙ୍କୁ ବିଦା କରିବାକୁ ପଡିଥିଲା । ଦୁଇଜଣ ବଳଦ ଗାଡ଼ିରେ ଫେରୁଥିଲେ ଓ ମଝି ରାସ୍ତାରେ ବଳଦ ଗାଡିର ଚକ ଭାଙ୍ଗି ଯାଇଥିଲା । ପରେ ଦୁଇ ଜଣ ଚାଲି ଚାଲି ଯାଉଥିଲେ । ବହୁତ ବାଟ ଯିବା ପରେ ସଂଗୀତାଙ୍କୁ ଶୋଷ ଲାଗିଥିଲା । ମଧୁସୂଦନ, ସଂଗୀତାଙ୍କୁ ଏକ ଗଛ ତଳେ ବସିବାକୁ କହି, ନିଜେ ପାଣି ଆଣିବାକୁ ଯାଇଥିଲେ । ଯେତେବେଳେ ମଧୁସୂଦନ କିଛି ସମୟ ପରେ ଫେରନ୍ତି, ସେହି ସମୟରେ ସେ ଦେଖନ୍ତି; ସଂଗୀତାଙ୍କ ପାଖରେ ମଧୁସୂଦନଙ୍କ ଚେହେରା ଭଳି ଜଣେ ଲୋକ ବସିଛି ।

ସଂଗୀତା କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଅସଲି କିଏ ଜାଣି ପାରିନଥିଲେ । ଏହି ସମୟରେ ମଧୁସୂଦନ ସେହି ବ୍ୟକ୍ତିକୁ ପଚାରିଥିଲେ ତୁମେ ମୋ ସ୍ତ୍ରୀ ପଖରେ କଣ ପାଇଁ ବସିଛ । ସେହି ବ୍ୟକ୍ତି କହିଥିଲା ସଂଗୀତା ମୋ ପତ୍ନୀ ଓ ତୁମେ କିଏ ? ଏହା ଶୁଣିବା ପରେ ମଧୁସୂଦନ ରାଗି ଯାଇଥିଲେ ଓ ସେହି ବ୍ୟକ୍ତି ସହ ଝଗଡା କରିବାରେ ଲାଗିଲେ । କିଛି ସମୟ ପରେ ସେହି ନଗରର ସିପାହୀ ଆସି ଦୁଇ ଜଣଙ୍କୁ ରାଜାଙ୍କ ପାଖକୁ ନେଇ ଯାଇଥିଲେ ।

ରାଜା ନିର୍ଣ୍ଣୟ କରିବା ପାଇଁ ଅସମର୍ଥ ଥିଲେ, ତେଣୁ ଦୁଇ ଜଣଙ୍କୁ କାରାଦଣ୍ଡ ଦେଇଥିଲେ । ଏହା ଶୁଣିବା ପରେ ଅସଲି ମଧୁସୂଦନ ଚିନ୍ତାରେ ପଡ଼ି ଯାଇଥିଲା । ଠିକ ସେହି ସମୟରେ ଆକାଶବାଣୀ ହୋଇଥିଲା ଓ କୁହାଯାଇଥିଲା; ମଧୁସୂଦନ ତୁମେ ବୁଧବାର ଦିନ ଜବରଦସ୍ତି ସଂଗୀତାଙ୍କୁ ଆଣିଲ ଏହା ବୁଦ୍ଧଦେବଙ୍କ ପ୍ରକପ ଅଟେ ।

ମଧୁସୂଦନ ପ୍ରାର୍ଥନା କରିବା ପରେ ବୁଦ୍ଧଦେବ କ୍ଷମା ଦେଇଥିଲେ :

ଆକାଶବାଣୀ ଶୁଣିବା ପରେ ମଧୁସୂଦନ ନିଜ ଭୁଲ୍ ମାନିଥିଲା ଓ ଏହିପରି ଭବିଷ୍ୟତରେ ନ କରିବା ପାଇଁ ପ୍ରତିଶ୍ରୁତି କରିଥିଲା । ମଧୁସୂଦନର ପ୍ରାର୍ଥନା ପରେ ବୁଦ୍ଧଦେବ ତାକୁ କ୍ଷମା କରିଦେଇଥିଲେ । ଏହା ପରେ ନକଲି ମଧୁସୂଦନ ସେଠାରୁ ଗାଏବ ହୋଇଯାଇଥିଲା । ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହିପରି ଭାବରେ ମଧୁସୂଦନକୁ ବୁଦ୍ଧଦେବ ଭୁଲର ଫଳ ଦେଇଥିଲେ ।