କୈଶୋର (Teen-age) ଅବସ୍ଥାରେ ଝିଅମାନେ ନିଜ ବ୍ୟାଗରେ ଏହି ୫ଟି ଜିନିଷ ରଖିବା ନିହାତି ଆବଶ୍ୟକ । କେବେବି ହୋଇପାରେ ଆପଣଙ୍କୁ ଏହାର ଆବଶ୍ୟକ ।

Spread the love

୧୩ ବର୍ଷ ହେଉ ହେଉ ପିଲାମାନେ ଟିନଏଜ (କୈଶୋର ଅବସ୍ଥା)ରେ ଆସିଯାଇଥାନ୍ତି ଏବଂ ଏହି ବୟସରେ ସମସ୍ତଙ୍କୁ ସମ୍ଭାଳିବାକୁ ପଡ଼ିଥାଏ । ବିଶେଷ କରି ଝିଅ ପିଲାମାନଙ୍କୁ, କାରଣ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ଏବଂ ତାଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ବିଷୟରେ ସେମାନଙ୍କୁ ଭାବିବା ଆବଶ୍ୟକ । ଏହି ଝିଅମାନଙ୍କୁ ତାଙ୍କ ବ୍ୟାଗରେ ଆବଶ୍ୟକୀୟ ସମସ୍ତ ଜିନିଷ ରଖିବା ନିହାତି ଆବଶ୍ୟକ । ଟିନଏଜର ଝିଅମାନେ ଏହି ୫ଟି ଜିନିଷ ନିହାତି ତାଙ୍କ ବ୍ୟାଗରେ ରଖିବା ଆବଶ୍ୟକ । କାରଣ ଏହି ୫ଟି ଜିନିଷ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

Teen-ageର ଝିଅମାନେ ନିଜ ବ୍ୟାଗରେ ନିହାତି ରଖନ୍ତୁ ଏହି ୫ଟି ଜିନିଷ :-

ଝିଅମାନେ କଲେଜ ଯାଆନ୍ତୁ ଅବା ଅଫିସ, ତା ନିଜ ବ୍ୟାଗରେ କିଛି ଜରୁରୀ ଜିନିଷ ସବୁବେଳେ ପାଖରେ ରଖିବା ଆବଶ୍ୟକ । କଥା ସନସ୍କ୍ରିନ ହେଉ ବା ଡ୍ରାୟ ସାମ୍ପୂ ହେଉ । ସେ ସବୁବେଳେ ପ୍ରସ୍ତୁତ ରହିବା ଆବଶ୍ୟକ, ଏ ବିଷୟରେ ନିହାତି ଭାବିବା ଆବଶ୍ୟକ । ଯଦି ଅପଣଙ୍କ ବୟସ ୧୩ ବର୍ଷରୁ ଅଧିକ ହେଲାଣି, ତାହେଲେ ଆପଣ ମଧ୍ୟ ନିଜ ବ୍ୟାଗରେ ଏହି ୫ଟି ଜିନିଷ ନିହାତି ରଖନ୍ତୁ ।

ସିସି କ୍ରିମ :-

ଖରା ଏବଂ ଧୂଳିରେ ବାହାରେ ବୁଲିବା କାରଣରୁ ତ୍ୱଚା ଖରାପ ହୋଇଯାଇଥାଏ । ଏମିତିରେ ଆପଣଙ୍କୁ ନିଜ ବ୍ୟାଗରେ ଦରକାର ଏମିତି କିଛି ସନସ୍କ୍ରିନ ଯାହାକୁ ଲଗେଇ ଆପଣ ନିଜର ତ୍ୱଚାର ଯତ୍ନ ନେଇପାରିବେ ଏବଂ ତ୍ଵଚାକୁ ଖରାପ ହେବାରୁ ବଞ୍ଚାଇ ପାରିବେ । କେବେ ଯଦି ଆପଣ ବାହାରକୁ ଯାଉଛନ୍ତି, ତା’ହେଲେ ସେଠାରେ ପହଂଚିବା ପରେ ତୁରନ୍ତ ସନସ୍କ୍ରିନ ଲଗାଇବା ଆବଶ୍ୟକ ।

ବେବି ଲିପ୍ସଟିକ :-

ଆଜିକାଲିର ଋତୁ କିମ୍ଭା ଥକ୍କାପଣ କାରଣରୁ ସର୍ବପ୍ରଥମେ ଓଠ ଶୁଖିଲା ଏବଂ ରୁକ୍ଷ ହେବାକୁ ଲାଗିଥାଏ । ଏମିତିରେ ଆପଣଙ୍କ ଓଠକୁ ମୋଇସଚୁରାଇଜ ରଖିବା ନିହାତି ଆବଶ୍ୟକ । ଆପଣଙ୍କୁ ବ୍ୟାଗରେ ସବୁବେଳେ ମୋଇସଚୁରାଇଜ କ୍ରିମ କିମ୍ବା ବେବି ଲିପ୍ସଟିକ ରଖିବା ନିହାତି ଆବଶ୍ୟକ ।

ୱାଟରପୃଫ କାଜଲ ବା କଜ୍ଵଳ :-

ଏମିତି କୁହାଯାଏ ଯେ, ଝିଅମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ କଜ୍ଵଳ ନିହାତି ଲଗାଇଥାନ୍ତି । ଆପଣଙ୍କୁ ସୁନ୍ଦରତା ଦେଖି କେହି ମଧ୍ୟ ନିଜ ଆଖି ହଟାଇ ପାରିନଥାଏ । କୌଣସି ପାର୍ଟି ହେଉ କିମ୍ବା ପ୍ରୋଗ୍ରାମ ହେଉ ସବୁବେଳେ ପ୍ରସ୍ତୁତ ରହିବା ପାଇଁ ୱାଟରପୃଫ କାଜଲ ବା କଜ୍ଵଳ ନିହାତି ଲଗାଇବା ଆବଶ୍ୟକ ।

ଡ୍ରାୟ ସାମ୍ପୋ :-

ଘରୁ ବାହାରକୁ ବାହାରିବା ମାତ୍ରେ ଅପଣଙ୍କର କେଶ ଖରା ଏବଂ ଧୂଳି କାରଣରୁ ଶୁଖିଲା ଏବଂ ଦୁର୍ବଳ ହୋଇଯାଇଥାଏ । ଅଲଗା କୌଣସି ଲୁକ୍ ଆପଣଙ୍କୁ ସବୁଠାରୁ ସୁନ୍ଦର ଲୁକ୍ ଦେଇ ପାରିବ ନାହିଁ । ତେଣୁ ନିଜ କେଶକୁ ସାଇନ ରଖିବା ପାଇଁ ଡ୍ରାୟ ସାମ୍ପୋ ବ୍ୟବହାର କରନ୍ତୁ ।ଏହାଦ୍ୱାରା ଆପଣଙ୍କ କେଶ ସିଲକୀ ଏବଂ ସାଇନୀ ଦେଖାଯାଇଥାଏ । ଏହିଭଳି ହିଁ ଆପଣ କୌଣସି ପାର୍ଟି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ବୋଡି ଡିୟ :-

ଏହି ଜନଗହଳି ପୂର୍ଣ୍ଣ ଜୀବନରେ ଗୋଟିଏ ବୋଡି ଡିୟ ସବୁବେଳେ ପାଖରେ ରଖିବା ଆବଶ୍ୟକ । କିଛି ବି ହୋଇଥାଉ ମାତ୍ର ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ବୋଡି ଡିୟ ସାହାଯ୍ୟ କରିଥାଏ, ଯାହାଦ୍ୱାରା ସବୁବେଳେ ଆପଣ ଫ୍ରେଶ ରହିବେ ।

ସାନିଟାରୀ ପ୍ୟାଡ଼ :-

ପିରିୟଡ଼ସ ଆସିଥାଉ କି ନ ଆସିଥାଉ ଝିଅମାନଙ୍କୁ ନିଜ ବ୍ୟାଗରେ ସବୁବେଳେ ସାନିଟାରୀ ପ୍ୟାଡ଼ ରଖିବା ଉଚିତ । ଆପଣଙ୍କୁ କାମ ଆସୁ କି ନ ଆସୁ, କ୍ଲାସରେ କିମ୍ବା କୌଣସି ଜାଗାକୁ ଯାତ୍ରା କରିଥିବା ସମୟରେ ଏହା ଆଉ କେଉଁ ମହିଳାଙ୍କୁ ସାହାଯ୍ୟ କରିପାରେ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ପରିବାର ଓ ବନ୍ଧୁ ବର୍ଗଙ୍କ ମଧ୍ୟରେ Share କରିନ୍ତୁ । ଅନୁଛେଦଟି ପସନ୍ଦ ଆସିଲେ ନିଜ ମତାମତ Comment କରି ଜାଣନ୍ତୁ । ଧନ୍ୟବାଦ !