ଏହି ରାଶିର ଝିଅମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ।

Spread the love

ଏହି ରାଶିର ଝିଅମାନେ ନିଜ କଥାକୁ ଅନ୍ୟ ପାଖରେ ଏପରି ଉପସ୍ଥିତ କରିଥାନ୍ତି, ଯେପରି ସେମାନଙ୍କ ମନକୁ କଷ୍ଟ ହୋଇନଥାଏ ।

ଆପଣମାନେ ଜାଣିଥିବେ ହିନ୍ଦୁ ଧର୍ମରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ଅବତାର ରୂପେ ମାନା ଯାଇଥାଏ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ, କିପରି ଆମେ ଜାଣିବୁ କେଉଁ ଝିଅର ମନ ଗଙ୍ଗା ପରି ପବିତ୍ର ହୋଇଥିବ । ଆଜି ଆମେ ଆପଣଙ୍କୁ ସେହି ଝିଅଙ୍କ ବିଷୟରେ କହିବୁ ଯେଉଁମାନଙ୍କ ପାଦ ବିବାହ ପରେ ଯେଉଁ ଘରେ ପଡିବ ସେହି ଘର ସ୍ୱର୍ଗ ହୋଇଯିବ । ଜୋତିଷ୍କ ଶାସ୍ତ୍ର ଅନୁସାରେ ଏହି ପାଞ୍ଚୋଟି ରାଶିର ଝିଅମାନେ ବହୁତ ସଫା ହୃଦୟର ହୋଇଥାନ୍ତି ଏବଂ ଏମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

ମେଷ :

ଏହି ରାଶିର ଝିଅମାନେ ସତ୍ୟ କହିବା ଏବଂ ସତ୍ୟ ଶୁଣିବା ପସନ୍ଦ କରିଥାନ୍ତି । ଏହି ରାଶିର ଝିଅମାନେ ମିଛ ଠାରୁ ଦୁରେଇ ରୁହନ୍ତି । ଏହି କାରଣରୁ ଏହି ରାଶିର ଝିଅମାନେ ଗଙ୍ଗା ଜଳ ପରି ପବିତ୍ର ଅଟନ୍ତି ।

ମିଥୁନ :

ଏହି ରାଶିର ଝିଅମାନେ ନିଜ ଜୀବନ ସାଥୀଙ୍କ ପ୍ରତି ଖୁବ୍ ସଚେତନଶୀଳ ହୋଇଥାନ୍ତି । ଏହି ରାଶିର ଝିଅମାନେ ଥରେ ଯାହାକୁ ଭଲ ପାଇଥାନ୍ତି, ଜୀବନ ତମାମ ସେମାନଙ୍କୁ ଛାଡ଼ି ନଥାନ୍ତି । ଏହି ରାଶିର ଝିଅମାନେ କଦାପି ନିଜ ଜୀବନସାଥୀଙ୍କୁ ଧୋକା ଦେଇନଥାନ୍ତି । ଏହି ରାଶିର ଝିଅମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ ।

ବିଛା :

ଏହି ରାଶିର ଝିଅମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ତେଣୁ ସେମାନଙ୍କୁ ଏହି ରାଶିର ଝିଅମାନେ ଭୁଲି ପାରନ୍ତି ନାହିଁ । ଏହି ରାଶିର ଝିଅମାନେ ନିଜ ଜୀବନ ସାଥୀଙ୍କ ହାତ ଧରି ସାରା ଜୀବନ ବିତାଇ ଦେଇଥାନ୍ତି । ଏହା ସତ୍ତ୍ୱେ ଏହି ରାଶିର ଝିଅମାନେ ଅନ୍ୟର ଭାବନାକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି ।

ମକର :

ଏହି ରାଶିର ଝିଅମାନଙ୍କ ମନ ଖୁବ୍ ପବିତ୍ର ହୋଇଥାଏ । ଏମାନଙ୍କ ଭିତରେ କୌଣସି କଥା ଲୁକ୍କାୟିତ ହୋଇ ରହିନଥାଏ । ଯେଉଁ କଥା ଏହି ରାଶିର ଝିଅଙ୍କ ହୃଦୟରେ ଥାଏ, ସେହି କଥାକୁ ମୁହଁ ଉପରେ ଅନ୍ୟ ଆଗରେ ପ୍ରକୋଟ କରିଦିଅନ୍ତି । ନିଜର କଥାକୁ ଅନ୍ୟ ସାମ୍ନାରେ ପ୍ରକୋଟ କରିବା ସମୟରେ ଏମାନେ ସେହି ବ୍ୟକ୍ତିର ମନ ଦୁଃଖିତ ନ ହେବା ପାଇଁ ଚେଷ୍ଠା କରିଥାନ୍ତି ।

କୁମ୍ଭ :

ଏହି ରାଶିର ଝିଅମାନେ ପରିଶ୍ରମୀ ଅଟନ୍ତି । ଏମାନେ ନିର୍ମଲ ହୃଦୟର ହୋଇଥାନ୍ତି । ଏମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ରାଶିର ଝିଅମାନେ ପବିତ୍ରତା ଏବଂ ନିଷ୍ଠାର ସହ ନିଜ ଜୀବନସାଥୀଙ୍କୁ ଭଲ ପାଇଥାନ୍ତି ।

ଏହି ପାଞ୍ଚୋଟି ରାଶିର ଝିଅମାନେ ନିଜର ପବିତ୍ରତା ଏବଂ ନିଷ୍ଠା ଯୋଗୁଁ ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ବିତାଇ ଥାନ୍ତି । ଏହି ରାଶିର ଝିଅଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ ।