ଏହି ମାସ ଗୁଡିକରେ ଜନ୍ମ ହୋଇଥିବା ଝିଅମାନେ ଭାଗ୍ୟବାନ ହୋଇଥାନ୍ତି । ଜାଣନ୍ତୁ କେଉଁ ମାସଟି ଶୁଭ ଅଟେ ।

Spread the love

ହିନ୍ଦୁ ଧର୍ମ ଅନୁସାରେ ଝିଅମାନଙ୍କୁ ଦେବୀଙ୍କ ମାନ୍ୟତା ଦିଆଯାଇଛି । ଶାସ୍ତ୍ରରେ କୁହାଯାଇଛି କନ୍ୟା ମାନେ ପୂଜ୍ୟନୀୟ ଅଟନ୍ତି ଏହା ସହ ନାରୀମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି । ଯେତେବେଳେ କୌଣସି ପରିବାରରେ ଝିଅ ଜନ୍ମ ହୋଇଥାଏ ତେବେ କୁହାଯାଏ ଲକ୍ଷ୍ମୀ ବିରାଜ କରିଛନ୍ତି । ଅନେକ ମାନିଥାନ୍ତି ଝିଅମାନେ ସୁଖସମୃଦ୍ଧି ନେଇ ଆସିଥାନ୍ତି । ଜୋତିଷ୍କ ଶାସ୍ତ୍ର ଅନୁସାରେ ଝିଅମାନେ ନିଜ ଜନ୍ମ ମାସକୁ ନେଇ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଭାଗ୍ୟଶାଳୀ ଝିଅମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ । ଏହି ଝିଅମାନେ ଲକ୍ଷ୍ମୀବନ୍ତ ହୋଇଥାନ୍ତି ।

ଫେବୃଆରୀ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ସ୍ଵଭାଵ ବହୁତ ବିନମ୍ର ହୋଇଥାଏ । ଏମାନେ ବୁଦ୍ଧିମତୀ ହୋଇଥାନ୍ତି । ଏମାନଙ୍କୁ ଭଲ ଶଶୁରଘର ମଧ୍ୟ ମିଳିଥାଏ । ଯେଉଁଠିକୁ ମଧ୍ୟ ଏମାନେ ଯାଇଥାନ୍ତି, ସେଠାରେ ସୁଖସମୃଦ୍ଧି ଭରି ଦିଅନ୍ତି ।

ଏପ୍ରିଲ୍

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି । ଏହି ଝିଅମାନଙ୍କ ଗ୍ରହଚଳନ ଭଲ ହୋଇଥିବା କାରଣରୁ ସଫଳତା ଏମାନଙ୍କ ପାଦ ଛୁଇଁ ଥାଏ । ସର୍ବଦା ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି । ବ୍ୟୟଜ୍ୟେଷ୍ଟଙ୍କ ମନ କଥା ବୁଝି, ଆବଶ୍ୟକତା ପୂରଣ କରନ୍ତି ଓ ସମସ୍ତଙ୍କ ଆଦରଣୀୟ ହୋଇଥାନ୍ତି ।

ଜୁନ୍

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲାମାନେ ଶାସ୍ତ୍ର ଅନୁସାରେ ଶୁଭ ହୋଇନଥାନ୍ତି କିନ୍ତୁ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଲକ୍ଷ୍ମୀବନ୍ତ ହୋଇଥାନ୍ତି ।

ସେପ୍ଟେମ୍ବର

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଜାତକରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏହି ତିନି ଗ୍ରହର ମିଳନ ହୋଇଥାଏ । ଏହି କାରଣ ପାଇଁ ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଧନବତୀ ହୋଇଥାନ୍ତି । ନିଜ ଭାଗ୍ୟ ଅନୁସାରେ ଏମାନେ ସବୁ କିଛି ପାଇଥାନ୍ତି । ଏମାନଙ୍କୁ ଜୀବନରେ କୌଣସି ଜିନିଷର ଅଭାବ ହୋଇନଥାଏ । ଏମାନଙ୍କ ଜୀବନ ସାଥି ମଧ୍ୟ ଧନବାନ ହୋଇଥାନ୍ତି ।