ଏଠାରେ ରାତିରେ ଝିଅଙ୍କୁ ଘରରୁ ବାହାରକୁ ନିବସ୍ତ୍ର ପଠା ଯାଇଥାଏ ! କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଝିଅଙ୍କୁ ପଠାଯାଇଥାଏ ନିବସ୍ତ୍ରରେ : ଦେଶ ଆଜି ଚନ୍ଦ୍ରରେ ପହଞ୍ଚି ସାରିଲାଣି କିନ୍ତୁ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଶେଷ ହୋଇନାହିଁ । ଦେଶର କୋଣଅନୁକୋଣରେ ଅନେକ ଅନ୍ଧବିଶ୍ୱାସ ଭରି ହୋଇ ରହିଛି । ଯାହାଫଳରେ ଲୋକେ ଅନ୍ଧବିଶ୍ଵାସର ଶିକାରରେ କଣ କଣ କରି ବସନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ଏକ ଅନ୍ଧବିଶ୍ୱାସ ବିଷୟରେ ଜଣାଇବୁ; ଯାହାଫଳରେ ମାଆବାପା ସ୍ୱୟଂ ନିଜ ଝିଅଙ୍କୁ ନିଵସ୍ତ୍ର ଘରୁ ବାହାରକୁ ଯିବା ପାଇଁ କୁହଁନ୍ତି ! ଏହା ପଛର କାରଣ ଜାଣିବା ପାଇଁ ଆପଣଙ୍କୁ ଆମର ଏହି ଲେଖାଟି ସମ୍ପୂର୍ଣ୍ଣ ପଢିବା ପାଇଁ ପଡିବ ।

ବିହାରର ଏକ ଗାଆଁ ଯେଉଁଠି ଯଦି ବର୍ଷା ହୁଏ ନାହିଁ ଅର୍ଥାତ ମରୁଡି ହୋଇଥାଏ; ତେବେ ସେଠାକାର ଲୋକେ ଅଜବ ପ୍ରକାରର ନୀତି ଆପଣାଇ ଥାଆନ୍ତି । ଭାରତ ଦୁନିଆରେ କୃଷି ପାଇଁ ପରିଚିତ ଅଟେ କିନ୍ତୁ ଏଠାରେ ଲୋକେ କୃଷି ଉପରେ ସମ୍ପୂର୍ଣ୍ଣ ରୂପରେ ପ୍ରକୃତି ଉପରେ ନିର୍ଭର କରନ୍ତି । ଏହି ପରିପ୍ରେକ୍ଷୀରେ ଯଦି ବର୍ଷା ନ ହୁଏ, ବର୍ଷା କମ କିମ୍ବା ଅଧିକ ହୁଏ; ତେବେ କୃଷି ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ କୃଷକକୁ ଦୁଇମୁଠା ଖାଦ୍ୟ ଖାଇବା ପାଇଁ ମିଳିନଥାଏ ।

ମରୁଡିରୁ ନିବୃତି ପାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ଏହା ସତ୍ତ୍ୱେ ମଧ୍ୟ ମରୁଡିରୁ ନିବୃତ ମିଳିନଥାଏ ଏବଂ ଲୋକେ କୌଣସି ନା କୌଣସି ଅନ୍ଧବିଶ୍ୱାସର ଶିକାର ହୋଇଯାଆନ୍ତି, ଯାହା ଆଦୌ ଉଚିତ୍ ନୁହେଁ । ଆମେ ବର୍ତ୍ତମାନ ଆପଣଙ୍କୁ ସେହି ରାଜ୍ୟ ବିଷୟରେ କହିବା ପାଇଁ ଯାଉଛୁ, ଯେଉଁଠି ଝିଅମାନେ ରାତିରେ ନିବସ୍ତ୍ର ହୋଇ ଘରରୁ ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି ।

ଝିଅଙ୍କୁ ପଠାଯାଇଥାଏ କ୍ଷେତକୁ ନିବସ୍ତ୍ର :

ଦେଶର ଦ୍ଵିତୀୟ ବଡ଼ ରାଜ୍ୟ ଅର୍ଥାତ ବିହାରର ଏକ ଗାଆଁରେ ଆଜି ମଧ୍ୟ ମାନ୍ୟତା ରହିଛି; ଯଦି ଝିଅମାନଙ୍କୁ ନିବସ୍ତ୍ର ହୋଇ କ୍ଷେତକୁ ପଠାଯାଏ, ତେବେ ଭଗବାନଙ୍କ କ୍ରୋଧକୁ ଶାନ୍ତ କରାଯାଇଥାଏ । ଏଠାରେ ବହୁତ ଦଶନ୍ଧିରୁ ଏହି ପରମ୍ପରା ଚାଲି ଆସୁଛି ଯେ, ଯଦି ମରୁଡି ହୁଏ; ତେବେ ରାତିରେ ଅର୍ଥାତ ସୂର୍ଯ୍ୟାସ୍ତ ପରେ ଝିଅଙ୍କୁ ନିବସ୍ତ୍ର ବାହାରକୁ ପଠାଯାଏ, ତେବେ ଭଗବାନ ଖୁସି ହୋଇଥାନ୍ତି ଏବଂ ବର୍ଷା ମଧ୍ୟ ହୋଇଥାଏ ।

ଅଜବ ମାନ୍ୟତା କଣ ଅଟେ ?

ମାନ୍ୟତା ଅନୁସାରେ ଯଦି ଝିଅମାନେ କ୍ଷେତ୍ରରେ ପୋଷାକ ପିନ୍ଧି ଯାଆନ୍ତି; ତେବେ ଭଗବାନ କ୍ରୋଧିତ ହୋଇଯାଆନ୍ତି । ଯାହାର ପରିଣାମ ସ୍ୱରୂପ ଲୋକଙ୍କୁ ମରୁଡିର ସାମ୍ନା କରିବା ପାଇଁ ପଡିଥାଏ । ଏହି କାରଣରୁ ଏଠାରେ ଲୋକେ ଭଲ ବର୍ଷା ପାଇଁ ଏବଂ ଭଲ ଉତ୍ପାଦନ ପାଇଁ ନିଜ ନିଜ ଝିଅଙ୍କୁ ନିବସ୍ତ୍ର ବାହାରକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ଏଠାରେ ପ୍ରତି ରାତିରେ ଝିଅମାନେ ନିବସ୍ତ୍ର ହୋଇ ବାହାରକୁ ଯାଆନ୍ତି । ଯାହାଫଳରେ ଭଗବାନ ଖୁସି ହୁଅନ୍ତି ବୋଲି ଏଠାରେ ମାନ୍ୟତା ରହିଛି ।