ବାନ୍ଧବୀଙ୍କ ଓଠକୁ ଦେଖି ଆପଣ ତାଙ୍କ ବିଷୟରେ ଅନେକ କିଛି ଜାଣିପାରିବେ । ଯେଉଁ ଝିଅ ମାନଙ୍କର ଓଠ କଳା ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

Spread the love

ପ୍ରତି ବ୍ୟକ୍ତି ଚାହିଁଥାନ୍ତି ତାଙ୍କର ଆଖି ନାକ ଓଠ ସୁନ୍ଦର ଦେଖାଯାଉ । ପ୍ରାୟତଃ ଝିଅମାନେ ନିଜର ଓଠକୁ ନେଇ ବହୁତ ସଜାଗ ହୋଇ ରହିଥାନ୍ତି । ସୁନ୍ଦର ଏବଂ କୋମଳ ଓଠ ହେବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । କିଛି କିଛି ଅଭିନେତ୍ରୀ ସୁନ୍ଦର ଓଠ ପାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇ ଥାନ୍ତି । ମହିଳାଙ୍କ ସୁନ୍ଦରତାରେ ଓଠ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ମହିଳାଙ୍କ ଶରୀରର ସବୁଠୁ ଆକୃଷ୍ଟ କରୁଥିବା ଅଙ୍ଗ । ସୁନ୍ଦରତା ସହ ଓଠ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କିଛି ସୂଚନା ଦେଇଥାଏ । ଯଦି କୌଣସି ରୋଗରେ ଆପଣ ପୀଡିତ ଅଛନ୍ତି; ତେବେ ଆପଣଙ୍କ ଓଠର ରଙ୍ଗ ପରିବର୍ତ୍ତନ ହୋଇ ଯାଇଥାଏ । ପ୍ରାୟତଃ ଲୋକେ ଏହି କଥାକୁ ଅଣଦେଖା କରି ଦେଇଥାନ୍ତି । ଏହି କଥାକୁ ଅଣଦେଖା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକରକ ଅଟେ ।

ବ୍ୟକ୍ତିର ଓଠ ବ୍ୟକ୍ତିର ସ୍ୱାସ୍ଥ୍ୟ ବିଷୟରେ ଜଣାଇବା ସହ ବ୍ୟକ୍ତିର ସ୍ଵଭାବ ବିଷୟରେ ମଧ୍ୟ ଅନେକ କିଛି ଜଣାଇଥାଏ । କୌଣସି ବ୍ୟକ୍ତି ବିଷୟରେ ଆପଣ କିଛି ଜାଣିବା ପାଇଁ ଚାହିଁଲେ, ଥରୁଟିଏ ବ୍ୟକ୍ତିର ଓଠ ପ୍ରତି ଧ୍ୟାନ ଦିଅନ୍ତୁ । କହିବା ପାଇଁ ଚାହୁଁଛୁ, ବ୍ୟକ୍ତିର ଓଠର ରଙ୍ଗ ଏବଂ ଆକାର ଦେଖିବା ପରେ ଆପଣ ବ୍ୟକ୍ତିର ସ୍ଵଭାବ ବିଷୟରେ ଅନେକ କିଛି ଜାଣି ପାରିବେ ।

ଆକ୍ରୁଷ୍ଟ କରୁଥିବା ଓଠ :

ଯଦି ଆପଣଙ୍କ ବାନ୍ଧବୀଙ୍କ ଓଠ ଆପଣଙ୍କୁ ଆକର୍ଷିତ କରୁଥାଏ, ତେବେ ସେହି ବାନ୍ଧବୀ ଆପଣଙ୍କ ପାଇଁ ଠିକ ଅଟନ୍ତି । ଯେଉଁ ଝିଅ ମାନଙ୍କର ଅତ୍ୟନ୍ତ ଆକର୍ଷିତ କରିଥାଏ, ସେହି ଝିଅମାନେ ଅଧିକ ପରିଶ୍ରମୀ, ବୁଦ୍ଧିମତୀ ଏବଂ ସଚୋଟ ହୋଇଥାନ୍ତି । ଏହି ଝିଅ ମାନେ ଖୋଲା ହୃଦୟର ହୋଇଥାନ୍ତି । ଅନ୍ୟ ମାନଙ୍କ ବିଷୟରେ କଥାବାର୍ତ୍ତା ହେବା ପାଇଁ ଏମାନେ ପସନ୍ଦ କରନ୍ତି ନାହିଁ ।

ପତଳା ଓଠ :

ପତଳା ଓଠ ଥିବା ଝିଅ ମାନେ ବୁଦ୍ଧିମତୀ ଏବଂ ସଚ୍ଚୋଟ ହୋଇଥାନ୍ତି । ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଝିଅମାନେ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ଏହି ଝିଅମାନେ ଅଳ୍ପ ପରିମାଣର ରହସ୍ୟଭରା ହୋଇଥାନ୍ତି ।

ମୋଟା ଓଠ :

ମୋଟା ଓଠ ଥିବା ଝିଅମାନେ ପ୍ରଖର ବୁଦ୍ଧିମତୀ ହୋଇଥାନ୍ତି କିନ୍ତୁ ସ୍ୱଭାବରେ ଅଧିକ ପରିମାଣର କଳିହୁଡି ହୋଇଥାନ୍ତି । ଅନ୍ୟକୁ ସାହାଯ୍ୟ କରିବାରେ ଏମାନେ ପସନ୍ଦ କରିଥାନ୍ତି । ଏମାନେ ବନ୍ଧୁତ୍ଵ ପୂର୍ଣ ହୋଇଥାନ୍ତି ।

କଳା ଓଠ :

କଳା ଓଠ ଥିବା ଝିଅ ମାନେ ବହୁତ ଚାଲାକ ଏବଂ ଚତୁର ହୋଇଥାନ୍ତି । ନିଜର ବାର୍ତ୍ତାଳାପ ସ୍ଵଭାବ ଯୋଗୁଁ ଏମାନେ ଅନ୍ୟମାନଙ୍କ ସହ ଭଲରେ ମିଳାମିଶା କରିପାରନ୍ତି । ନିଜର ସ୍ଵାମୀ ଏବଂ ପିଲାଙ୍କ ଖୁବ୍ ଯତ୍ନ ନେଇଥାନ୍ତି । ନିଜର ବାର୍ତ୍ତାଳାପ ସ୍ଵଭାବ ଯୋଗୁଁ ଅନ୍ୟ ମାନଙ୍କ ଠାରୁ କାମ ହାସଲ କରିନିଅନ୍ତି ।

ଗୋଲାପି ଓଠ :

ଯେଉଁ ଝିଅ ମାନଙ୍କର ଓଠ ଗୋଲାପି ହୋଇଥାଏ, ସେମାନେ କୁଶଳୀ, କର୍ମଠ ଏବଂ ବୁଦ୍ଧିମତୀ ହୋଇଥାଇନ୍ତି । ଏମାନଙ୍କ ପାଇଁ ଅର୍ଥ ଅପେକ୍ଷା ସମ୍ପର୍କ ମୁଖ୍ୟ ଅଟେ । ଏମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରି ରହିଥାଏ । ଏହି ଝିଅ ମାନଙ୍କର ସ୍ଵଭାବ ପ୍ରତି ଲୋକେ ଆକର୍ଷିତ ହୋଇଥାନ୍ତି ।