ଜର୍ଜ ହେବା ପରେ ଝିଅ ଜଣକ ନିଜର ପୁରୁଷ ବନ୍ଧୁଙ୍କୁ କହିଥିଲେ ବର୍ତ୍ତମାନ ତୁମେ ମୋର ଯୋଗ୍ୟତା ନୁହଁ ! ଏହି କଥା ଶୁଣିବା ପରେ

Spread the love

ଜର୍ଜ ହେବା ପରେ ଝିଅ ଜଣକ ନିଜର ପୁରୁଷ ବନ୍ଧୁଙ୍କୁ କହିଥିଲେ ବର୍ତ୍ତମାନ ତୁମେ ମୋର ଯୋଗ୍ୟତା ନୁହଁ ! ଏହି କଥା ଶୁଣିବା ପରେ ପୁରୁଷ ବନ୍ଧୁ ଜଣଙ୍କ ଏହିପରି କିଛି କରିଥିଲେ ।

ମାନ୍ୟତା ରହିଛି କୌଣସି ବ୍ୟକ୍ତିଙ୍କୁ ନିଜ ଠାରୁ ଛୋଟ ମାନେ କରନ୍ତୁ ନାହିଁ । ଭୁଲରେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରନ୍ତୁ ନାହିଁ । ସମୟ ପରିବର୍ତ୍ତନ ହେବା ସହ ମନୁଷ୍ୟର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହିଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧୩ ଅକ୍ଟୋବରରେ ୟୁପିରେ ଲୋକସଭା ଆୟୋଗ ଦ୍ଵାରା ସିଭିଲ ଜର୍ଜର ଏଣ୍ଟରାନ୍ସ ପରୀକ୍ଷାର ରେଜଲ୍ଟ ବାହାରି ଥିଲା । ଯେଉଁଥିରେ ଗାଜିପୁରୁର ଓଡିହାରର ବାସିନ୍ଦା ଅମିତ ବର୍ମା ନାମକ ଏକ ପିଲା ୧୫୨ତମ ସ୍ଥାନ ହାସଲ କରି ଦୁନିଆକୁ ଏକ ନୂତନ ଶିକ୍ଷା ଦେଇଛି । ଯେତେବେଳେ ଅମିତଙ୍କ ସାଙ୍ଗ ଏହି ବିଷୟରେ ପଚାରିଥିଲେ, ସେହି ସମୟରେ ଅମିତ ଯେଉଁ ଉତ୍ତର ଦେଇଥିଲେ, ତାହା ଶୁଣିବା ପରେ ଆପଣ ଭାବୁକ ହୋଇପଡିବେ ।

ପଶ୍ଚିମ ବଙ୍ଗର ପିସିଏସ ୨୦୧୨ରେ ହୋଇଥିବା ପରୀକ୍ଷାରେ ଉର୍ତ୍ତୀନ ହୋଇଥିଲେ :

କଥାବାର୍ତ୍ତା ସମୟରେ ଅମିତ କହିଛନ୍ତି, ମାଆ ଜଣେ ସାଧାରଣ ମହିଳା ଅଟନ୍ତି ଏବଂ ୨୦୧୧ରେ କର୍କଟ ରୋଗ ଯୋଗୁଁ ମାଆଙ୍କ ମୃତ୍ୟୁ ହୋଇ ଯାଇଥିଲା । ଭାଇଙ୍କୁ ଛୋଟମୋଟ ବ୍ୟବସାୟ କରି ଘର ଚଳାଇବା ପାଇଁ ପଡିଥିଲା । ପିତାଙ୍କର ସର୍ବଦା ସ୍ଵପ୍ନ ଥିଲା “ମୁଁ ବଡ ହୋଇ ଜର୍ଜ ହେବି” କିନ୍ତୁ ଯେତେବେଳେ ମୁଁ ତାଙ୍କର ଏହି ସ୍ଵପ୍ନ ପୂରଣ କରି ଦେଲି ସେ ଦୁନିଆରେ ନାହାନ୍ତି ।

୧୮ତମ ସ୍ଥାନ ହାସଲ କରିବା ପରେ ମଧ୍ୟ ସିଲେକ୍ସନ ହୋଇନଥିଲା :

କହିବା ପାଇଁ ଚାହୁଛୁ, ଅମିତ ୨୦୦୪ରେ ଆଲ୍ଲାହାବାଦ ୟୁନିଭର୍ସିଟିରୁ law ପଡିବା ଆରମ୍ଭ କରିଥିଲେ । ପରେ ସିଲିଗୁଡି ନାମକ ଏକ ସ୍ଥାନରୁ law ଶେଷ କରି ବିଏଚୟୁ ରୁ LLM ଶେଷ କରିଥିଲେ । ସେ କହିଛନ୍ତି, ପଶ୍ଚିମ ବଙ୍ଗରେ ରହୁଥିବା ସମୟରେ ୨୦୧୨ ମସିହାରେ PCS–J ୧୮ତମ ସ୍ଥାନ ଅଧିକାର କରି ପାସ କରିଥିଲେ । କିନ୍ତୁ ୧୪ତମ ସ୍ଥାନ ପର୍ଯ୍ୟନ୍ତ ହିଁ ସିଲେକ୍ସନ ହୋଇଥିଲା । ଯାହା ଫଳରେ ସେ ସେହି ସମୟରେ ଜର୍ଜ ହୋଇ ପାରିନଥିଲେ । ବର୍ତ୍ତମାନ ସେ PCS–J ପାସ କରିଛନ୍ତି ।

ଜର୍ଜ ହୋଇ ସାରିଥିବା ବାନ୍ଧବୀ ମୋତେ ରିଜେକ୍ଟ କରି ଦେଇଥିଲେ :

ଅମିତ ୨୦୧୨ମସିହାରେ PCS–J ୧୮ତମ ସ୍ଥାନ ଅଧିକାର କରି ପାସ କରିଥିଲେ । ସେହି ବ୍ୟାଚରେ ଜଣେ ଝିଅ ଥିଲେ ଯାହାଙ୍କ ସହ ଅମିତ ଫେସବୁକରେ ବନ୍ଧୁତା ସ୍ଥାପନ କରିଥିଲେ, ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା ।

ବାନ୍ଧବୀଙ୍କ ନିମନ୍ତେ ବେସରକାରୀ ଚାକିରି କରିବା ପାଇଁ ପଡିଥିଲା :

ପ୍ରେମ ହେବାର କିଛି ଦିନ ପରେ କଥା ବିବାହରେ ପହଞ୍ଚିଥିଲା, ବାନ୍ଧବୀ ସର୍ବଦା ଅମିତଙ୍କ ରୋଜଗାରକୁ ନେଇ ବ୍ୟଙ୍ଗ କରୁଥିଲେ । ବାନ୍ଧବୀଙ୍କୁ ଖୁସି କରାଇବା ପାଇଁ ଅମିତ ଦିଲ୍ଲୀରେ ବେସରକାରୀ ଚାକିରି କରିଥିଲେ । ଏହି ସମୟରେ ହିଁ ଅମିତଙ୍କ ପିତାଙ୍କ ସ୍ଵପ୍ନ ଅମିତଙ୍କ ରାସ୍ତାର କଣ୍ଟା ସାଜିଥିଲା । ଏହି କାରଣରୁ ଅମିତ ୨୦୧୫ ମସିହାରେ LLM ପାଇଁ BHUରେ ଆଡମିସନ ନେଇଥିଲେ ।

ଜର୍ଜ ହେବା ପରେ ବାନ୍ଧବୀ ଛାଡି ଚାଲି ଯାଇଥିଲେ :

ଏହି ଖବର ବାନ୍ଧବୀଙ୍କୁ ମିଳିବା ପରେ ଦୁହିଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । କିଛି ଦିନ ପରେ ଅମିତଙ୍କୁ ଖବର ମିଳିଥିଲା ବାନ୍ଧବୀଙ୍କ ବିବାହ ହୋଇଯାଇଛି । ଏହି ଖବର ଅମିତଙ୍କ ମନବଳକୁ ଭାଙ୍ଗି ଦେଇଥିଲା । ପରିବାର ଲୋକ ଯେତେବେଳେ ଅମିତଙ୍କ ପାଇଁ କୌଣସି ବିବାହର ପ୍ରସ୍ତାବ ନେଇ ଆସୁଥିଲେ, ସେସବୁକୁ ଅମିତ ମନା କରି ଦେଉଥିଲେ । କାରଣ ପିତାଙ୍କ ସ୍ଵପ୍ନ ସର୍ବଦା ତାଙ୍କୁ ମନେ ପଡି ଯାଉଥିଲା । ଏହି ସ୍ଵପ୍ନ ଆଜି ଅମିତ ପୁରା କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବିଷୟରୁ ପ୍ରମାଣିତ ହୋଇଛି ଚେଷ୍ଟା କରିବା ଲୋକର ପରାଜୟ ହୋଇନଥାଏ ।