ଝିଅଟି ସୋସିଆଲ ମିଡ଼ିଆରେ ପଚାରିଥିଲା- ମୁଁ ମରିଯିବି ଉଚିତ କି ନୁହେଁ ? ୬୯% ପ୍ରତିଶତ ଲୋକେ ହଁ କହିଥିଲେ ଏବଂ ଝିଅଟି ମରି ଯାଇଥିଲା ।

Spread the love

ମାଲେସିୟାର ଜଣେ କିଶୋରୀ ଇଂଷ୍ଟାଗ୍ରାମ ପୋଲ ପରେ ଆତ୍ମହତ୍ୟା କରିନେଇଛି । ବୁଧବାର ଦିନ ମିଳିଥିବା ଖବର ଅନୁସାରେ, ୧୬ ବର୍ଷର କିଶୋରୀ ଝିଅ ନିଜର ଇଂଷ୍ଟାଗ୍ରାମରେ ପୋଲ ପୋଷ୍ଟ ପକାଇ ନିଜ ଫୋଲଅର୍ସଙ୍କୁ ପଚାରିଥିଲେ, କଣ ମୋତେ ମରିଯିବା ଦରକାର ନା ନାହିଁ ? ପାଖାପାଖି ୬୯% ପ୍ରତିଶତ ଲୋକେ ପୋଷ୍ଟରେ ହଁ ଲେଖି ! ପ୍ରତିକ୍ରିୟା ଦେଇଥିଲେ ଯାହାପରେ କିଶୋରୀ ଜଣଙ୍କ ଆତ୍ମହତ୍ୟା କରି ନେଇଥିଲା ।

ଗାର୍ଜିୟନ ଅନୁସାରେ ସାରାବାକ ରାଜ୍ୟ ପୋଲିସ କହିଛି, ପିଡିତା ଫୋଟ ସେରିଙ୍ଗ ଆପରେ ପୋଲ ପୋଷ୍ଟ କରିଥିଲେ । ବହୁତ ମହତ୍ୱପୂର୍ଣ, ବାଛିବାରେ ସାହାଯ୍ୟ କରନ୍ତୁ, “ଏହା ବହୁତ ମହତ୍ଵପୂର୍ଣ ଅଟେ, କୃପା କରି D (Death – ମୁର୍ତ୍ୟୁ) କିମ୍ବା L (Life – ଜୀବନ) ମଧ୍ୟରୁ ସଠିକ ବାଛିବା ପାଇଁ ସାହାର୍ଯ୍ୟ କରନ୍ତୁ ।” ଏହାପରେ ପାଖାପାଖି ୬୯% ପ୍ରତିଶତ ଲୋକେ (Death – ମୁର୍ତ୍ୟୁ) ମୃତ ଉପରେ ମତ ଦେଇଥିଲେ ଯାହାପରେ କିଶୋରୀ ଜଣଙ୍କ ଏକ ଷ୍ଟୋରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିନେଲା । ଏହି ମୃତ୍ୟୁ ପରେ ଜଣେ ଓକିଲ କହିଛନ୍ତି; ଯେଉଁମାନେ ଏହି ବିଷୟରେ ସହମତି ଜଣାଇଛନ୍ତି, ସେମାନଙ୍କ ଆତ୍ମହତ୍ୟା କରିବା ପାଇଁ ଉସକାଇ ଥିବା ହେତୁ ଦଣ୍ଡ ବିଧାନ ହୋଇପାରେ ।

ଓକିଲ ଏବଂ ପେନାଗ ଏନଷ୍ଟେଟର ସାଂସଦ ରାମକିରପାଲ ସିଂହ କହିଛନ୍ତି, ଯଦି ଆଜି ନୋଟିଜେନ୍ସ କିଶୋରୀକୁ ନିଜ ଆତ୍ମହତ୍ୟା ପାଇଁ ହତୋତ୍ସାହିତ କରାଯାଇଥାନ୍ତା, ତେବେ କିଶୋରୀ ଆଜି ଜୀବିତ ରହିଥାନ୍ତା । ସେ କହିଛନ୍ତି ସେହି ନେଟିଜେନ୍ସଙ୍କ ପ୍ରୋତ୍ସାହନ ଫଳରେ କିଶୋରୀ ଜଣଙ୍କ ନିର୍ଣ୍ଣୟକୁ ପ୍ରଭାବିତ କରିପାରେ ଯେ, କିଶୋରୀ ଜଣଙ୍କ ଆତ୍ମହତ୍ୟା କରିଦେଲା । ମାଲେସିୟାରେ ଆତ୍ମହତ୍ୟା କରିବା ପ୍ରୟାସ କରିବା ମଧ୍ୟ ଅପରାଧ ଅଟେ । ତେବେ କୌଣସି ବ୍ୟକ୍ତିକୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିବା କର୍ଜ୍ୟାକଳାପ କୌଣସି ଅପରାଧରୁ କମ ନୁହେଁ ।

ଇଂଷ୍ଟାଗ୍ରାମର ଫିଚର କାମ ଦେଇନଥିଲା :

ଏହି ପ୍ରକାରର ଘଟଣାକୁ ରୋକିବା ପାଇଁ ଫେବୃୟାରୀରେ ଇଂଷ୍ଟାଗ୍ରାମର ଫିଚର ସମ୍ବେଦନଶୀଳ ସ୍କ୍ରିନ କାର୍ଯ୍ୟ କରିନଥିଲା । ଏହି ଫିଚର ଅନୁସାରେ ନିଜକୁ ହାନି ପହଞ୍ଚାଉଥିବା ଫୋଟ ବ୍ଳକ କରିବାର ଥିଲା । ଏହି ପନ୍ଥା ସେହି ସମୟରେ ଉଠାଯାଇଥିଲା, ଯେତେବେଳେ ୨୦୧୭ରେ ୧୪ ବର୍ଷୀୟ ବ୍ରିଟିଶ କିଶୋରୀ ମୌଲି ରସେଲ ଆତ୍ମହତ୍ୟା କରି ଦେଇଥିଲେ । ତାଙ୍କର ପିତାମାତାଙ୍କ ଅନୁସାରେ ମୌଲି ଆତ୍ମହତ୍ୟା କରିବା ପୂର୍ବରୁ ଆପ୍ (App)ରେ ଆତ୍ମହତ୍ୟାର ଫୋଟ ଦେଖିଥିଲା ।