ବାପା ଭାଇ ନ ଥିବା ଝିଅଟି: ଶରୀରର 25 ଭାଗ ପୋଡି ଜଳି ଯାଇଛି । ଭାବିସ୍ଵାମୀ ନିଜ ଚାକିରୀ ଛାଡି ଦେଇ ଝିଅଟିର ଯତ୍ନ ନେବା କଥା ଚିନ୍ତା କରି ବାହାଘର ପାଇଁ ଏପରି କିଛି କହିଥିଲେ ।

Spread the love

ବାପା ଭାଇ ନ ଥିବା ଝିଅଟି: ଶରୀରର ୨୫ ଭାଗ ଜଳିପୋଡି ଯାଇଛି । ଏପରି ପରିସ୍ଥିତିରେ ବାହାଘର ନ ହେଉଣୁ ଭାବି ସ୍ଵାମୀ ନିଜ ମାନବିକତାର ପରିଚୟ ଦେଇଛନ୍ତି ।

ବାହାଘର ୧୪ ଦିନ ପୂର୍ବରୁ ଝିଅଟି ପୋଡି ଯାଇଛି । ଭାବିସ୍ଵାମୀ ନିଜ ଚାକିରୀ ଛାଡି ଦେଇ ଝିଅଟିର ଯତ୍ନ ନେବା କଥା ଚିନ୍ତା କରି ବାହାଘର ପାଇଁ ଏପରି କିଛି କହିଥିଲେ ।

ନିର୍ବନ୍ଧ ପରେ ଝିଅଘର ଲୋକଙ୍କୁ ବଡ ଚିନ୍ତା ହୋଇଯାଏ । କୌଣସି ଗୋଟିଏ ଛୋଟ ଭୁଲ ପାଇଁ ପୁଅଘର ଯେପରି ବିଗିଡ଼ି ନ ଯାଆନ୍ତି । ଆଜିକାଲି ଦୁନିଆରେ ପୁଅଘର ଲୋକଙ୍କ ମାନବିକତା ବୋଲି କିଛି ନ ଥାଏ । ବିବାହ କଥା ସେମାନେ ଏପରି କହନ୍ତି; ସତେ ଯେପରି ଝିଅ ଘରକୁ କିଣି ନେଇଛନ୍ତି । କିନ୍ତୁ ଏହିପରି କେତେ ପୁଅ ଅଛନ୍ତି, ଯେଉଁମାନଙ୍କ ମାନବିକତା ଅଛି ଏବଂ ପତ୍ନୀର ମାନସମ୍ମାନ ପ୍ରତି ଧ୍ୟାନ ଦିଅନ୍ତି । ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା, ଯିଏ କି ବିବାହ ପୂର୍ବରୁ ଭାବିପତ୍ନୀର ଚିକିତ୍ସାରେ ନିଜର ସବୁକିଛି ସାରିଦେଲେ । ଵିଵାହ ପୂର୍ବରୁ ବାପାଭାଇ ନ ଥିବା ଝିଅଟିର ୨୫ ଭାଗ ପୋଡି ଯାଇଥିଲା । ତାର ଚିକିତ୍ସାରେ ଭାବିପତି ସବୁ ଖର୍ଚ୍ଚ କଲେ । ସେହିପରି ପୁଅକୁ ଝିଅଟି ଭଗବାନ ବୋଲି ଭାବୁଛି ।

ବାପାଭାଇ ନଥିବା ଝିଅଟିର ୨୫ ଭାଗ ଜଳି ଗଲା :

ମଧ୍ୟପ୍ରଦେଶର ଜଣେ ଯୁବକ ଏପରି କାମ କଲେ ଯାହା ଦ୍ୱାରା ତାଙ୍କୁ ସମସ୍ତେ ସମ୍ମାନ କରିବେ । ସେ କେବଳ ନିଜ ସ୍ତ୍ରୀର ଚିନ୍ତା କଲେ ତାହା ନୁହେଁ, ତାହା ସହିତ ନିଜ ଶଶୁର ଘର ନାମକୁ ମଧ୍ୟ ଉଜ୍ଵଳ କରିଛନ୍ତି ।

ରାୟସେନର ଅଧିବାସୀ ପୂର୍ଣ୍ଣିମା ବୁନ୍ଦେଲଙ୍କ ନିର୍ବନ୍ଧ ସାଗର ଅଧିବାସୀ ଦେବେନ୍ଦ୍ର ସିଂହଙ୍କ ସହିତ ହୋଇଛି ଏବଂ ଜାନୁଆରୀ ୨୬, ୨୦୧୯ରେ ବାହାଘର ହେବାର ଥିଲା ।ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା । ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଛି । ଅଚାନକ ଜାନୁଆରୀ ୯ ତାରିଖରେ ଝିଅ ସହିତ ବଡ ଧରଣର ଦୁର୍ଘଟଣା ହେଲା, ଯାହା ଫଳରେ ବିବାହ ବନ୍ଦ କରିବାକୁ ପଡିଲା । ଦିନେ ପୂର୍ଣ୍ଣିମା ଗରମ ପାଣି ନେଇ ଗାଧୋଇବା ପାଇଁ ଯିବାବେଳେ ପାଦ ଖସିଗଲା ଓ ଗରମ ପାଣି ତାହା ଉପରେ ପଡିଗଲା । ଯାହାଫଳରେ ଶରୀରର ୨୫ ପ୍ରତିଶତ ଜଳି ଗଲା । ହସ୍ପିଟାଲ ନେବା ପରେ ଡାକ୍ତର ଭୋପାଳ ରେଫର୍ କଲେ । ଭୋପାଳରେ ଚିକିତ୍ସା ଚାଲିଛି ଓ ୩ ମାସ ମଧ୍ୟରେ ତାହାର ହାତକୁ 3 ଥର ସର୍ଜରି କରାଗଲାଣି । ଏହି ଘଟଣା ପରେ ପୂର୍ଣ୍ଣିମାର ପୁରା ପରିବାର ଚିନ୍ତାରେ । ଏପଟେ ଝିଅର ବାହାଘର ଭାଙ୍ଗିବାର ଭୟ ।

ପୂର୍ଣ୍ଣିମାର ବାପା ପ୍ରତାପ ସିଂହ ଓ ସାନ ଭାଇ ହେମନ୍ତ ସିଂହର ମୃତ୍ୟୁ ହୋଇଯାଇଛି । ଘରେ ଅନ୍ୟ କୌଣସି ପୁରୁଷ ନାହାନ୍ତି । ପୂର୍ଣ୍ଣିମାର ମାଆକୁ ବାପାଙ୍କ ଚାକିରୀଟି ମିଳିଛି । ବର୍ତ୍ତମାନ ସେ ତାଙ୍କର ଦୁଇଟି ଝିଅକୁ ନେଇ ପାଳୁଛନ୍ତି । କୌଣସି ପ୍ରକାରେ ବଡ଼ ଝିଅର ବିବାହ ଠିକ ହୋଇଗଲା ଏବଂ ନିର୍ବନ୍ଧ ସରି ବାହାଘର ପାଇଁ ପ୍ରସ୍ତୁତି ମଧ୍ୟ ସରିଥିଲା । ଦେବେନ୍ଦ୍ର ଗୋଟିଏ ପ୍ରାଇଭେଟ୍ ଚାକିରି କରନ୍ତି । ଯେତେବେଳେ ଦୁର୍ଘଟଣା କଥା ଶୁଣିଲେ ସବୁଛାଡ଼ି ଦୌଡ଼ି ଆସିଲେ । ଏହାପରେ ଚାକିରୀ ହାତରୁ ଗଲା କିନ୍ତୁ ଅସୁବିଧା ସମୟରେ ପହଞ୍ଚି ନିଜର ମାନବିକତାର ପରିଚୟ ଦେଲେ ।

ପୂର୍ଣ୍ଣିମାର ଭଉଣୀ ଦେବେନ୍ଦ୍ରଙ୍କୁ ଘଟଣା ବିଷୟରେ ଜଣାଇଲେ :

ପୁଅ ଦେବେନ୍ଦ୍ରର ଏହି ପ୍ରକାର ଉଚ୍ଚ ଭାବନା ପାଇଁ ତାଙ୍କ ବାପ ମଧ୍ୟ ସହଯୋଗ କରୁଛନ୍ତି । ଦେବେନ୍ଦ୍ରର ପୁରା ପରିବାର ପୂର୍ଣ୍ଣିମାର କଥା ବୁଝିବା ପାଇଁ ଭୋପାଳ ଆସିଲେ ଏବଂ ପୂର୍ଣ୍ଣିମା ଠିକ ହେଲେ ହିଁ ବାହାଘର ହେବ କହିଥିଲେ । ପୂର୍ଣ୍ଣିମାର ଭଉଣୀ ପ୍ରାଚୀ ମିଡ଼ିଆକୁ ସୂଚନା ଦେଇ କହିଥିଲେ, “ମୋର ହେବାକୁ ଯାଉଥିବା ଜିଜୁ ଆମ ପାଇଁ ଯାହାକଲେ, କେହି କରିପାରିବେ ନାହିଁ ।” ସେ ଆମ ପାଇଁ ଭଗବାନ ସ୍ୱରୂପ । ଦେବେନ୍ଦ୍ରଙ୍କ ପରିବାର ଭିଡିଓ କଲ କରି ପୂର୍ଣ୍ଣିମା ବିଷୟରେ ପଚାରନ୍ତି । ଦେବେନ୍ଦ୍ର ପାଖରେ ରହି ସମସ୍ତ ଦେଖାଶୁଣା କରୁଛନ୍ତି । ଯେତେବେଳେ ଦେବେନ୍ଦ୍ରକୁ ଏହି ବିଷୟରେ ପଚରଗଲା, ସେ କହିଲେ ମୁଁ ମୋର କର୍ତ୍ତବ୍ୟ କରୁଛି । ଏହିପରି ଘଟଣା ମୋ ସହିତ ମଧ୍ୟ ହୋଇପାରେ । ଏହାର ମାନେ ନୁହେଁ ଆମେ ଆମର ମାନବିକତା ଭୁଲି ଯିବା । ବାପା ମୋତେ ଯେଉଁ ପ୍ରକାର ସଂସ୍କାର ଦେଇଛନ୍ତି; ତାହା ମୁଁ ପାଳନ କରୁଛି, ଯେପରି ପୂର୍ଣ୍ଣିମା ଶୀଘ୍ର ହିଁ ଠିକ୍ ହୋଇଯିବେ ।