ମେକଅପ୍ ପରେ ଆଇସିୟୁରେ ଭର୍ତ୍ତି ହେଲା କନିଆଁ ,ବନ୍ଦ ହେଲା ବିବାହ, ପାର୍ଲର ମାଲିକ ଗିରଫ I

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ଉତ୍ସବରେ ସୁନ୍ଦର ଦେଖାଯିବା ସବୁ ଝିଅଙ୍କର ଇଛା ଥାଏ । ଆଉ ସେଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ବିୟୁଟିପାର୍ଲର ଯାଇ ମେକପ୍ ନେଇଥାନ୍ତି । ଉତ୍ସବରେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ସାଧାରଣତଃ ଯୁବତୀମାନେ ଏପରି ମେକପ୍ ନେଇଥାନ୍ତି । କିନ୍ତୁ ବେଳେବେଳେ ଏହି ମେକପ୍ ଆମ ପାଇଁ କାଳ ହୋଇଯାଏ । ତେବେ ବିବାହ ଉତ୍ସବରେ ଅଧିକ ସୁନ୍ଦର ଦେଖାଯିବା ପାଇଁ ବିବହ ଦିନ ମେକପ୍ କରାଇବାକୁ ଯାଇଥିଲେ ଜଣେ କନିଆଁ ।

ହେଲେ ମେକପ୍ କରାଇବାର କିଛି ସମୟ ଭିତରେ ତାଙ୍କ ଚେହେରା ଏପରି ଭୟଙ୍କର ହୋଇଗଲା ଯେ ତାଙ୍କୁ ତୁରନ୍ତ ICU ରେ ଭର୍ତ୍ତି ହେବାକୁ ପଡିଲା । ଫଳରେ ବିବାହକୁ ସ୍ଥଗିତ ରଖାଯିବା ସହ ପାର୍ଲର ମାଲିକଙ୍କୁ ଗିରଫ କରାଯାଇଛି । ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକର ହାର୍ସନ ଜିଲ୍ଲାର ଆରସ୍ୟନ ଗ୍ରାମରେ । ପିଡୀତା ଜଣକ ଜୈଚୁର ଗ୍ରାମର ବାସିନ୍ଦା ଅଟନ୍ତି ।

Kanya

ପିଡୀତା ୧୦ଦିନ ତଳେ ସହରର ଗଙ୍ଗଶ୍ରୀ ହର୍ବାଲ ବିୟୁଟିପାର୍ଲର ଆଣ୍ଡ ସ୍ପା ରେ ନିଜର ବିବାହ ପାଇଁ ମେକପ୍ କରାଇ ଥିଲେ । ମେକପ୍ ପରେ ପିଡୀତାଙ୍କ ମୁହଁ ଫୁଲି ଯାଇଥିଲା । କେବଳ ଏତିକି ନୁହେଁ ମେକପ୍ ପରେ ପରେ ମଧ୍ୟ ମୁହଁ ପୋଡା ହେବା ଆରମ୍ଭ ହୋଇଥିଲା । ଆଉ ତାଙ୍କ ମୁହଁ କଳା ପଡି ଯାଇଥିଲା । ଯୁବତୀଙ୍କ ମୁହଁ ଅସୁନ୍ଦର ହୋଇଥିବା ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲେ ବର ।

ଯାହା ଫଳରେ ବାହାଘର ଭାଙ୍ଗି ଯାଇଥିଲା । ଯୁବତୀ ଜଣକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଯୁବତୀଙ୍କ ପରିବାର ତରଫରୁ ସଂପ୍ରୁକ୍ତ ବିୟୁଟିପାର୍ଲର ମାଲିକ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । ଫଳରେ ବାହାଘର ସ୍ଥଗିତ ରଖାଯିବା ସହ ପାର୍ଲର ମାଲିକଙ୍କୁ ଗିରଫ କରାଯାଇ ଜେରା କରାଯାଇଥିବା ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *