ଘରେ ଶଙ୍ଖ ରଖିବା ଦ୍ୱାରା କଣ ସବୁ ଲାଭ ହୋଇଥାଏ ? ଆସନ୍ତୁ ଜାଣିବା ।

Spread the love

ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ୱ ରହିଛି ଏବଂ ଶଙ୍ଖ ଧ୍ୱନିକୁ ଶୁଣିବା ବହୁତ ଶୁଭ ବୋଲି କୁହାଯାଏ । ପୁରାଣ ଶାସ୍ତ୍ରରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଛି ଏବଂ ଏହାକୁ ମା ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ । କୁହାଯାଏ ଯେଉଁଠି ଶଙ୍ଖ ଥାଏ, ସେଠାରେ ମହାଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଧାର୍ମିକ କାର୍ଯ୍ୟରେ ଶଙ୍ଖ ବଜାଇବା ମଧ୍ୟ ଶୁଭ ହୋଇଥାଏ । ଶଙ୍କର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି । ତେବେ ବନ୍ଧୁଗଣ ଏହି ଅନୁଛେଦ ମାଧ୍ୟମରେ ଆମେ ଆଜି ଆପଣଙ୍କୁ କହିବୁ ଘରେ ଶଙ୍ଖ ରଖିବା ଦ୍ୱାରା କଣ ସବୁ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା :-

■ ବୈଜ୍ଞାନିକ ମହତ୍ୱ କଣ ରହିଛି ?

ବୈଜ୍ଞାନିକଙ୍କ ମତରେ ଶଙ୍ଖ ଧ୍ୱନୀ ଦ୍ୱାରା ବାତାବରଣ ପରିଷ୍କାର ତଥା ସୁଦ୍ଧ ହୋଇଥାଏ । ଆଖପାଖରେ ଥିବା ସମସ୍ତ ଧ୍ୱନିକୁ ନଷ୍ଟ କରି ଦେଇଥାଏ ଏହି ଶଙ୍ଖର ଧ୍ୱନୀ । ଶଙ୍ଖରେ କିଛି ପାଣି ଭରି ପିଇବା ଦ୍ୱାରା ଶରୀରରୁ କ୍ୟାଲସିୟମ ଅଭାବ ଦୂର ହୋଇଥାଏ । ଶଙ୍ଖ ଫୁଙ୍କିଲେ ହୃଦୟ ଏବଂ ଫୁସଫୁସ୍ ଜନିତ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । ଶଙ୍ଖ ଧ୍ୱନୀ ଦ୍ୱାରା ଶ୍ରଵଣ ଶକ୍ତି ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

■ ଭିନ୍ନ ଭିନ୍ନ ଶଙ୍ଖ ଏବଂ ଏହାର ମହତ୍ୱ :

ଶଙ୍ଖ ବିଭିନ୍ନ ପ୍ରକାର ଥାଏ । ସମସ୍ତ ପ୍ରକାର ଶଙ୍ଖର ବିଶେଷତ୍ୱ ଏବଂ ପୂଜାବିଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆକୃତି ଅନୁସାରେ ଶଙ୍ଖ ତିନି ପ୍ରକାରର ଯଥା ଦକ୍ଷିଣାବର୍ତୀ ଶଙ୍ଖ, ମଧ୍ୟାବର୍ତୀ ଶଙ୍ଖ ଏବଂ ବାବାବର୍ତୀ ଶଙ୍ଖ । ଭଗବାନ ବିଷ୍ଣୁଙ୍କ ଶଙ୍ଖ ଦକ୍ଷିଣାବର୍ତୀ ହୋଇଥିବା ବେଳେ ମାତା ଲକ୍ଷ୍ମୀଙ୍କ ଶଙ୍ଖ ହେଉଛି ବାବାବର୍ତୀ । ବାବାବର୍ତୀ ଘରେ ରଖିଲେ ଧନ ସମ୍ପତ୍ତିର କୌଣସି ଅଭାବ ରହି ନଥାଏ ।

■ କେମିତି କରିବେ ଶଙ୍ଖର ସ୍ଥାପନ :

ପ୍ରଥମେ ଏକ ଧଳା ରଙ୍ଗର ଶଙ୍ଖ ଆଣନ୍ତୁ । ଏହାକୁ ଗଙ୍ଗା ଜଳ ଏବଂ କ୍ଷୀରରେ ଧୋଇ ସୁଦ୍ଧ କରି ଦିଅନ୍ତୁ । ଏହା ପରେ ଏହାକୁ ଏକ ଗୋଲାପି ରଙ୍ଗର ଵସ୍ତ୍ରରେ ଗୋଡ଼ାଇ ପୂଜା ସ୍ଥାନରେ ରଖିଦିଅନ୍ତୁ । ସକାଳେ ଏବଂ ସନ୍ଧ୍ୟା ସମୟରେ ପୁଜା ପରେ ଏହାକୁ ତିନିଥର ବଜାନ୍ତୁ । ବଜାଇ ସାରିବା ପରେ ଏହାକୁ ଧୋଇ ପୁଣି ସେହି ସ୍ଥାନରେ ରଖନ୍ତୁ ।

■ ଶଙ୍ଖ ବଜାଇବା ସମୟରେ ସାବଧାନତା :

ଶଙ୍ଖକୁ ସର୍ବଦା କୌଣସି ଆସନ କିମ୍ବା ଵସ୍ତ୍ରରେ ହିଁ ରଖନ୍ତୁ । କେବଳ ସକାଳେ ଏବଂ ସନ୍ଧ୍ୟା ସମୟରେ ଶଙ୍ଖ ବଜାନ୍ତୁ । ଅନ୍ୟ ସମୟରେ କେବେ ହେଲେ ଶଙ୍ଖ ବଜାନ୍ତୁ ନାହିଁ । ଶଙ୍ଖକୁ ବଜାଇବା ପରେ ଶଙ୍ଖଟିକୁ ଧୋଇ କରି ରଖନ୍ତୁ । ନିଜ ଶଙ୍ଖ ଅନ୍ୟ କାହାକୁ ବଜାଇବାକୁ ଦିଅନ୍ତୁ ନାହିଁ କି ଅନ୍ୟ କାହାର ଶଙ୍ଖ ଆଣି ନିଜେ ବଜାନ୍ତୁ ନାହିଁ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।