ଭୁଲରେ ମଧ୍ୟ ଘରେ ଲଗାନ୍ତୁ ନାହିଁ ଏହି ପରି ଗଛ, ଲଗାଇଲେ ଧାନହାନି ସଂଗେ ସଂଗେ ମାନସମ୍ମାନ ମଧ୍ୟ ହାନି ହୋଇଥାଏ

Spread the love

ସବୁଜ ବୃକ୍ଷ ଦ୍ୱାରା ଆଚ୍ଛାଦିତ ଏହି ଧରିତ୍ରୀ ଅତୀବ ମନୋରମ । ପ୍ରକୃତିର ଦୃଶ୍ୟ ବାସ୍ତବରେ ବହୁତ ସୁନ୍ଦର ହୋଇଥାଏ । ପ୍ରକୃତିର ଦୃଶ୍ୟକୁ ଦେଖି ଅନେକ ଲୋକ ଭାବନ୍ତି ଯେ, ନିଜ ଘରକୁ ମଧ୍ୟ ଏହି ପରି ସଜାଇବା ପାଇଁ । କିନ୍ତୁ ଆଜିକାଲି ର ବ୍ୟସ୍ତ ବହୁଳତା ଜୀବନରେ କାହା ପାଖରେ ଏତେ ସମୟ ନାହିଁ କି ସେ ଯାଇ କିଛି ସମୟ ପାର୍କ ରେ ବିତେଇବ ଏବଂ ପ୍ରକୃତିର ଆନନ୍ଦ ଅନୁଭବ କରିପାରିବ । ସେଥିପାଇଁ ଲୋକମାନେ ନିଜ ଘରେ ଛୋଟ ଗାର୍ଡେନ ତିଆରି କରିଛନ୍ତି ।

ଘରେ ଗଛ ଲଗେଇଲେ ଘର ସୁନ୍ଦର ହେବା ସହ ଘରର ପାରି ପରିବେଶ ଭଲ ରହିଥାଏ।ସେଥିପାଇଁ ସହରରେ ରହୁଥିବା ଲୋକମାନେ ନିଜର ବାଲକୋନି ଏବଂ ଗାର୍ଡେନ ରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି।କିଛି ଗଛ ଏପରି ହୋଇଥାଏ ,ଯାହାକୁ ନିଜ ଘରେ ଲଗେଇ ପାରିବେ।କିଛି ଥର ବିନା ପରାମର୍ଶରେ ଏପରି ଗଛ ଲାଗେଇଥାନ୍ତି ଯାହାକି ନକରାତ୍ମକ ପ୍ରଭାବ ପକେଇଥାଏ।ଏହାର ପ୍ରଭାବ ସିଧା ବ୍ୟକ୍ତିର ବିଚାର ଏବଂ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

ଜୋତିସଶାସ୍ତ୍ର ଅନୁସାରେ ଘରେ କିଛି ଏପରି ଗଛ ଏପରି ଗଛ ଥିବା ଦରକାର ଯାହାଦ୍ୱାରା ନକରାତ୍ମକ ହୋଇଥାଏ।ଏହା ଦ୍ଵାରା ଘରେ ବିବାଦ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ।ଘରେ କଣ୍ଟାଯୁକ୍ତ ଏବଂ କ୍ଷୀର ବାହାରୁ ଥିବା ଏବଂ ବଡ ଗଛ ଲଗେଇବା ଉଚିତ ନୁହେଁ।ଏହା ଦ୍ଵାରା ଧନ ହାନି ହେବା ସହ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ।

ଆଜି ଆମେ କିଛି ଏପରି ଗଛ ବିଷୟରେ କହିବୁ ଯାହା ଭୁଲରେ ବି ଘରେ ଲଗେଇବେ ନାହିଁ ।

ତେନ୍ତୁଳି କିମ୍ବା ମେହେନ୍ଦୀର ଗଛ – ତେନ୍ତୁଳି ର ଖଟା ମିଠା ସ୍ୱାଦ କାହାକୁ ପସନ୍ଦ ନୁହେଁ ଏବଂ ମେହେନ୍ଦୀ ଲଗେଇବା ସବୁ ମହିଳା ମାନଙ୍କର ପସନ୍ଦ । କିନ୍ତୁ ଏହି ଦୁଇଟି ଗଛ ରେ ନକରାତ୍ମକ ଶକ୍ତି ରହିଥାଏ । ଆପଣ ବହୁତ ଲୋକଙ୍କ ପାଖରୁ ଶୁଣିଥିବେ କି ମେହେନ୍ଦୀ ଗଛରେ ରାତିରେ ଭୁତ ରହିଥାଏ ।ଏହି କାରଣରୁ ତେନ୍ତୁଳି ଏବଂ ମେହେନ୍ଦୀ ଗଛ ଘରେ ଲଗେଇବା ବହୁତ ଅଶୁଭ ହୋଇଥାଏ ।

କୋକଟସ – ଏହି ଗଛ କୁ ଆପଣ ମାନେ ଦେଖିଥିବେ।ଏହି ଗଛ ବିଭିନ୍ନ ପ୍ରକାରର ହୋଇଥାଏ । ଏଥିରେ କଣ୍ଟା ଥାଏ।ଏହା ଏପରି ଜାଗାରେ ହୋଇଥାଏ ଯେଉଁଠି ପାଣି କମ ଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଣ୍ଟାଯୁକ୍ତ ଗଛ ଲେଗେଇବା ଉଚିତ ନୁହେଁ । ତା ସହ ଯେଉଁ ଗଛର ଡାଳ ଏବଂ ଶାଖାରୁ କ୍ଷୀର ବାହାରୁଥିବା ସେ ଗଛ ଘରେ ଲଗେଇବା ଅନୁଚିତ । ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ ।

ଡେଡ଼ ପ୍ଲାଣ୍ଟ- ଡେଡ଼ ପ୍ଲାଣ୍ଟ ମନେ ମରି ଯାଇଥିବା ଗଛ ଘରେ ରଖିଲେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ।ଏପରି ଗଛ ଘରେ ଅମ୍ଳଜାନ ଛାଡିବା ବଦଳରେ ନେବାର କାମ କରିଥାଏ ଏବଂ ଏହା ବଦଳରେ କାର୍ବନ ଡାଇଅକ୍ସସାଇଡ ଛାଡ଼ିଥାଏ।ଯାହା ସ୍ୱାସ୍ଥ୍ୟ ଉପରେ ବିପଦ ପକେଇ ଥାଏ।

ବୋନସାଇ ଗଛ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଅନୁଚିତ।ଏହା ଦ୍ବାରା ଭାଗ୍ୟ ଉଦୟ ରେ ବହୁତ ବିପଦ ଆସିଥାଏ।ଏହା ସହ ବ୍ୟକ୍ତି କୁ ଆର୍ଥିକ ଅସୁବିଧା ର ସାମ୍ନା କରିବାକୁ ପଡିଥାଏ।