ଘରେ ଖୋଲନ୍ତୁ ଡାକଘର, ରୋଜଗାର କରନ୍ତୁ ମାସକୁ 40 ରୁ 50 ହଜାର ….

Spread the love

ଯଦି ଆପଣ ଅଷ୍ଟମ ପାସ ଅଟନ୍ତି ଆଉ ଆପଣଙ୍କର ବୟସ 18 ବର୍ଷ ଅଟେ, ତେବେ ଆପଣ ଆପଣଙ୍କ ଘରେ ଡାକଘର ଖୋଲି ଭଲ ରୋଜଗାର କରି ପାରିବେ । ଡାକଘର ନିଜର ଫ୍ରାଞ୍ଚାଇଞ୍ଚ ସ୍କିମ ଭଳିଆ ଆପଣଙ୍କ ଘରେ ଡାକଘର ଖୋଲିନ୍ତୁ । ଆମେ ଜଣାଇ ଦେଉଛୁ ଯେ, ଘରେ ଡାକଘର ଖୋଲି ଆପଣ ସାଧାରଣ ଲୋକଙ୍କୁ କେଉଁ କେଉଁ ସବୁ ସେବା ଦେଇ ପାରିବେ ଆଉ ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ ।

ମତାଧିକାର ବା ଫ୍ରାଞ୍ଚାଇଜୀ ନେବା ପାଇଁ ଡାକ ବିଭାଗ ତରଫରୁ ନିର୍ଧାରିତ କରାଯାଇଥିବା ପ୍ରୋଫର୍ମାରେ ଡିଭିଜନାଲ ମୁଖ୍ୟଙ୍କ ନାମରେ ଆବେଦନ କରିବାକୁ ପଡିବ । ଏସଡ଼ିଆଇର ରିପୋର୍ଟ ଅନୁସାରେ ଡିଭିଜନାଲ ମୁଖ୍ୟ ଫ୍ରାଞ୍ଚାଇଜୀ ପାଇଁ ପ୍ରାର୍ଥୀ ମନୋନୀତ କରିଥାନ୍ତି । କମ୍ପ୍ୟୁଟରର ଚଳାଇ ଜାଣିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆ ଯାଇଥାଏ । ଫ୍ରାଞ୍ଚାଇଜୀ ପାଇଁ ଆବେଦନ କରିବା ପାଇଁ ବୟସର କୌଣସି ଅଧିକତମ ସୀମା ନାହିଁ ।

ଯେକୌଣସି ବ୍ୟକ୍ତି, ଦୋକାନୀ କିମ୍ଭା ଅନ୍ୟ ପ୍ରକାରର ବ୍ୟବସାୟ କରୁଥିବା ବ୍ୟକ୍ତି ଫ୍ରାଞ୍ଚାଇଜୀ ପାଇଁ ଆବେଦନ କରିପାରିବେ । ନିଜର ବ୍ୟବସାୟ ସହିତ ଡାକଘରର କାମ ମଧ୍ୟ କରିପାରିବ । ଫ୍ରାଞ୍ଚାଇଜୀ କରିବା ପାଇଁ ଆପଣଙ୍କୁ ସିକ୍ୟୁରେଟି ଡିପୋଜିଟ କରିବାକୁ ପଡିଥାଏ । ସିକ୍ୟୁରେଟି ଡିପୋଜିଟ NSC ରୂପରେ ହୋଇଥାଏ । ସର୍ବନିମ୍ନ ସିକ୍ୟୁରେଟି ଜମା 5,000 ଟଙ୍କା ଅଟେ । ଆପଣଙ୍କର ପ୍ରତିଦିନ ହାରାହାରି କାରବାର ଆଧାରରେ ସିକ୍ୟୁରେଟି ଡିପୋଜିଟକୁ ବଢ଼େଇ ପାରିବ ।

ଆପଣ ମୋନି ଅର୍ଡର, ରେଜେଷ୍ଟ୍ରି, ସ୍ପୀଡ଼ ପୋଷ୍ଟ ବୁକ କରି ପାରିବେ । ଏହାଛଡା ଷ୍ଟାମ୍ପ, ଷ୍ଟେସନାରୀ ସେଲ, ଇ-ପୋଷ୍ଟର ବୁକିଙ୍ଗ ମଧ୍ୟ କରିପାରିବେ । ଆପଣଙ୍କୁ ରେଜିଷ୍ଟ୍ରଟ/ସ୍ପୀଡ଼ ପୋଷ୍ଟ ବ୍ଲକ ବୁକିଙ୍ଗର ସୁବିଧା ମିଳିବ । ଆପଣ ଡାକବିଭାଗର ବିଲ, ଟେକ୍ସ, ଫାଇଲ କଲେକ୍ସନ, ପେମେଣ୍ଟ ସର୍ଭିସେସ ଗ୍ରାହକଙ୍କୁ ଉପଲବ୍ଧ କରାଇପାରିବେ । ଏହି ସବୁ ସର୍ଭିସେସରୁ ଆପଣଙ୍କୁ ରୋଜଗାର ହେବ । ହଁ କିନ୍ତୁ ଆପଣ 100 ଟଙ୍କା ରୁ କମ୍ ମୋନିଅର୍ଡର କରି ପାରିବେ ନାହିଁ ।

ଆପଣଙ୍କୁ ପ୍ରତ୍ୟେକ ରେଜିଷ୍ଟ୍ରଟ ଆର୍ଟିକିଲ ଉପରେ 3 ଟଙ୍କା, ସ୍ପୀଡ଼ ପୋଷ୍ଟ ବୁକିଙ୍ଗ ଉପରେ 5 ଟଙ୍କା ମିଳିବ । ଆଉ 100-200 ଟଙ୍କାର ମୋନିଅର୍ଡର ଉପରେ 3.50 ଟଙ୍କା ଆଉ 200 ରୁ ଅଧିକ ମୋନିଅର୍ଡର ଉପରେ 5 ଟଙ୍କା ମିଳିବ । 1000 ଆର୍ଟିକିଲ ରୁ ଅଧିକ ରେଜେଷ୍ଟ୍ରି ଉପରେ 20%, ପୋଷ୍ଟେଜ ଷ୍ଟାମ୍ପ , ପୋଷ୍ଟଲ ଷ୍ଟେସନାରୀ ଉପରେ ମୋଟ ବିକ୍ରିର 5 % ଆଉ ରିଟେଲ ସର୍ଭିସେସ ରେଭନ୍ୟୁ ଷ୍ଟାମ୍ପ, ସେଣ୍ଟ୍ରାଲ ରିକ୍ୟୁଟମେଣ୍ଟ ଫିସ ଉପରେ 40 % କମିଶନ ମିଳିବ । ସବୁ କିଛି ମିଶେଇ ଯଦି ଆପଣ ମନ ଲଗେଇ କାମ କରିବେ ତୋ ମାସିକ 40 ହଜାର ଟଙ୍କା ରୋଜଗାର କରି ପାରିବେ ।