ଘରେ ବସି Voter IDରେ ସହଜରେ ବଦଳାଇ ପାରିବେ ନିଜର ନାମ, ଠିକଣା, ଫଟୋ, କେବଳ ଅନୁସରଣ କରନ୍ତୁ ଏହି ପଦ୍ଧତି

Spread the love

ଲୋକସଭା ନିର୍ବାଚନ ସମୟ ପାଖେଇ ଆସିଗଲାଣି । ନିର୍ବାଚନ ତାରିଖ ଶୀଘ୍ର ହିଁ ଘୋଷଣା ହେବା । କେତେକ ରାଜ୍ୟରେ ଏକ କାଳୀନ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ହେବ । ବର୍ତ୍ତମାନ ସବୁଠାରୁ ଜରୁରୀ ଜିନିଷ ଏହା ଅଟେ କି ଯେଉଁମାନଙ୍କ ପାଖରେ ଭୋଟର କାର୍ଡ ଅଛି କି ନାହିଁ । ଯେଉଁମାନଙ୍କ ପାଖରେ ଭୋଟର କାର୍ଡ (ମତଦାତା ପରିଚୟ ପତ୍ର) ନାହିଁ ସେମାନେ ଏହାକୁ କରିନିଅନ୍ତୁ । ଅନ୍ୟପକ୍ଷରେ ଯେଉଁ ଲୋକମାନଙ୍କ ପାଖରେ ଭୋଟର ଆଇଡ଼ି ଅଛି କିନ୍ତୁ ତାଙ୍କର ଫଟୋ, ନାମ କିମ୍ବା ଠିକଣା ଇତ୍ୟାଦିରେ ଯଦି କେଉଁଥିରେ ଭୁଲ୍ ଅଛି ତେବେ ସେମାନେ ସେଗୁଡିକୁ ଠିକ୍ କରିନିଅନ୍ତୁ ।

ଭାରତୀୟ ଇଲେକ୍ସନ ଆୟୋଗ ମତଦାତା ପରିଚୟ ପତ୍ର ସହ ଜଡିତ କେତେକ ସେବାକୁ ଅନଲାଇନ କରିଦେଇଛନ୍ତି । ଯାହାଦ୍ଵାରା ଆପଣ ଘରେ ବସି ନିଜର ଭୋଟର ଆଇଡ଼ିକୁ ଠିକ୍ କରିପାରିବେ ।

ମତଦାତା ପରିଚୟ ପତ୍ର ଉପରେ ନିଜର ସୂଚନାକୁ ଠିକ୍ କରିବାର ପ୍ରକ୍ରିୟା –

ମତଦାତା ପରିଚୟ ପତ୍ରରେ ନିଜର ଠିକଣା କିପରି ବଦଳାଇବେ :

ଯଦି ଆପଣଙ୍କର ମତଦାତା ପରିଚୟ ପତ୍ରରେ ଆପଣଙ୍କର ଘରର ଠିକଣା ବଦଳାଇବାର ଅଛି ତେବେ ଆପଣଙ୍କୁ www.nvsp.in ୱେବସାଇଟାଟ୍ କୁ ଯାଇ ନିଜର ଠିକଣାକୁ ପରିବର୍ତ୍ତନ ପାରିବେ । ଆପଣ ଏହି ୱେବସାଇଟ୍ କୁ ଯାଇ ସେଠାରେ ଲେଖା ହୋଇଥିବା Correction of entries in electoral roll ଅର୍ଥାତ୍ ଫର୍ମ ୮ରେ କ୍ଲିକ କରିନ୍ତୁ ଏବଂ ଏହା ପରେ ଆପଣ ସେହି ଫର୍ମକୁ ପୂରଣ କରନ୍ତୁ । ଏହି ଫର୍ମକୁ ପୂରଣ କରିବା ସମୟରେ ଆପଣ ନିଜର ନୂଆ ଠିକଣାର ପ୍ରମାଣ ସ୍ୱରୂପ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ, ବ୍ୟାଙ୍କର ପାସବୁକ୍ କିମ୍ବା ଆଧାର କାର୍ଡ ଭଳି ଯେ କୌଣସି ଆଧିକାରିକ ଦସ୍ତାବିଜ ଅପଲୋଡ କରିନ୍ତୁ । ଏହାପରେ ଆପଣଙ୍କୁ ସବମିଟ୍ ବଟନ୍ କୁ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କୁ ଏକ ରେଫେରେନ୍ସ ନମ୍ବର ଦିଆଯିବ । ଆପଣ ଏହି ରେଫେରେନ୍ସ ନମ୍ବର ସାହାଯ୍ୟରେ ନିଜର ଆବେଦନକୁ ଟ୍ରାକ୍ କରି ପାରିବେ । ଆପଣ ଯେଉଁ ଠିକଣା ଦେଇଥିବେ ସେହି ଠିକଣା ଉପରେ ସରକାରଙ୍କ ତରଫରୁ ଭେରିଫିକେସନ୍ କରାଯିବ । ଏବଂ ଏହା ପରେ ଆପଣଙ୍କୁ ପୁଞ୍ଜିକୃତ କରିଥିବା ନୂଆ ଠିକଣାରେ ଆପଣଙ୍କ ପାଖକୁ ନୂଆ ଭୋଟର କାର୍ଡ ପୋଷ୍ଟ ଅଫିସ୍ ମଧ୍ୟରେ ମିଳିଯିବ ।

ମତଦାତା ପରିଚୟ ପତ୍ରରେ ନିଜର ଫଟୋ କିପରି ବଦଳାଇବେ

ଯେଉଁ ବ୍ୟକ୍ତିମାନେ ନିଜ ଭୋଟର କାର୍ଡରେ ନିଜ ଫୋଟୋ ବଦଳାଇବା ପାଇଁ ଚାହୁଁଛନ୍ତି, ସେମାନେ ଏହି www.nvsp.in ୱେବସାଇଟାଟ୍ କୁ ଯାଇ ୮ ନମ୍ବର ଫର୍ମକୁ କ୍ଲିକ୍ କରନ୍ତୁ । କିଛି ଜରୁରୀ ତଥ୍ୟକୁ ପୂରଣ କରିନ୍ତୁ, ଯେପରି କି ଆପଣଙ୍କ ରାଜ୍ୟର ନାମ, ସଂସଦ ଇତ୍ୟଦି । ଏହି ସବୁ ତଥ୍ୟ ପୂରଣ କରିବା ପରେ ତଳକୁ ଯାଆନ୍ତୁ, ସେଠାରେ ଆପଣ ଦେଖିବାକୁ ପାଇବେ ଗୋଟିଏ Option “ମେରା ଫଟୋ” । ଏହି option ଉପରେ କ୍ଲିକ କରି ନିଜର କିଛି ସୂଚନା ଦେବା ପରେ ଆପଣ ନିଜର ଫଟୋକୁ ଅପଲୋଡ କରିବାକୁ ହେବ । ଏସମସ୍ତ ସୂଚନା ଦେବା ପରେ ଆପଣଙ୍କୁ ଏକ କନ୍-ଫର୍ମେଶନ୍ message ଆସିବ ଏବଂ ଗୋଟିଏ ମାସ ଭିତରେ ଆପଣଙ୍କର ସବୁ ସୂଚନା ସମେତ ଫୋଟୋ ମଧ୍ୟ ଅପଡେଟ ହୋଇଯିବ ।

ଏହିପରି ଆପଣ ନିଜ ବୟସ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଇତ୍ୟାଦି ଏହି ଫର୍ମର ବ୍ୟବହାର କରି ବଦଳାଇ ପାରିବେ । ଭୋଟର କାର୍ଡ଼ର ଏହି ସବୁ ପରିବର୍ତ୍ତନ ପାଇଁ ୮ ନମ୍ବର ଫର୍ମରେ ହିଁ କ୍ଲିକ କରିବେ ।