ଘରେ ବସି ଆବେଦନ କରନ୍ତୁ ମାତ୍ର ଗୋଟିଏ ଦିନରେ ମିଳିବ ଡ୍ରାଇଭିଂ ଲାଇସେନ୍ସ..

Spread the love

ଆଜିକାର ଦିନରେ ଗାଡି ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇଗଲାଣି । ଏ କଥା ମଧ୍ୟ ଆପଣ ସମସ୍ତେ ଜାଣନ୍ତି ଯେ, ଗାଡି ଚାଳାଇବା ପାଇଁ ସବୁ ବ୍ୟକ୍ତିଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଦରକାର ପଡିଥାଏ । ଯଦି କୌଣସି ବ୍ୟକ୍ତି ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଲାଉଛନ୍ତି, ତେବେ ସେହି ବ୍ୟକ୍ତି ଉପରେ ଆକ୍ଟ ୧୯୮୮ ଧାରା ୩(୧) ଅନୁସାରେ ରାସ୍ତା ଉପରେ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଳାଇବା ଅପରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ସରକାର ଡ୍ରାଇଭିଂ ଲାଇସେନ୍ସ ବନାଇବା ପାଇଁ ନିୟମକୁ ଲଗାତର ଭାବରେ କୋହଳ ଏବଂ ସହଜ କରିବାରେ ଲାଗିଛନ୍ତି । ଯଦି ଆପଣ ଡିଏଲ ଅର୍ଥାତ୍ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଚାହୁଁଛନ୍ତି ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ । ଆପଣ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଯିବ । ଆସନ୍ତୁ ଜାଣିବା ବିସ୍ତାରିତ ଭାବରେ….

କିପରି କରିବେ ଅନଲାଇନରେ ଆବେଦନ

ଯଦି ଆପଣ ନିଜସ୍ୱ ନାମରେ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ବାରମ୍ବାର ଆରଟିଓ ଅଫିସ୍ ଚକ୍କର କାଟିବା ପଡିବ ନାହିଁ । ବର୍ତ୍ତମାନ ଏହି କାମ ଆପଣ ଘରେ ବସି ଅନ୍-ଲାଇନ ଜରିଆରେ ମଧ୍ୟ କରିପାରିବେ । କିନ୍ତୁ ଗୋଟିଏ କଥା ଜାଣି ରଖନ୍ତୁ ଯଦି ଆପଣ ଲାଇସେନ୍ସ ବନାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ହେବ ଏବଂ ଏହି ଲାଇସେନ୍ସ ବନାଇବାର ୬ ମାସ ପରେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଯିବ ।

ଖର୍ଚ୍ଚ ବା ଫିସ୍ :

ଯଦି ଆପଣ ପ୍ରଥମ ଥର ପାଇଁ ଲାଇସେନ୍ସ ବନାଉଛନ୍ତି ତେବେ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିବ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଏହାର ଫିସ୍ ବାବଦକୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଲର୍ଣ୍ଣିଂ ଲାଇସେନ୍ସ ବନାଇବା ପରେ ପରେ ଆପଣ ପରମାନେଣ୍ଟ ବା ସ୍ଥାୟୀ ଲାଇସେନ୍ସ ବନାଇବା ପାଇଁ ଆବେଦନ କରିପାରିବେ । ଏଥିଲାଗି ବୟସ ସୀମା ଅତି କମରେ ୧୮ ବର୍ଷ ହୋଇଥିବା ଦରକାର ।

କିଭଳି କରିବେ ଆବେଦନ :

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅନଲାଇନ ପ୍ରକ୍ରିୟା ଖୁବ୍ ସହଜ ଅଟେ । ସଡକ ପରିବହନ ମନ୍ତ୍ରାଳୟର ଆଧିକାରୀକ ୱେବସାଇଟ୍ https://paribahan.gov.in/sarathiservice10/stateSelection.doକୁ ଯାଇ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଏହି ୱେବସାଇଟ୍ ଖୋଲିବା ପରେ ଆପଣ ଆପଣଙ୍କ ରାଜ୍ୟକୁ ବାଛନ୍ତୁ (Select) । ରାଜ୍ୟ Select କରିବା ପରେ ଲର୍ଣ୍ଣରରେ କ୍ଲିକ କରିବା ଦ୍ୱାରା ସଂପୂର୍ଣ୍ଣ ଫର୍ମ ଖୋଲିଯିବ ଏବଂ ଫର୍ମ ଭରିବା ପରେ ଏକ ନମ୍ବର ଜେନରେଟ୍ ହେବ, ଯାହାକୁ ଆପଣଙ୍କୁ ସେଭ କରି ରଖିବାକୁ ହେବ । ଏଠାରେ ଆପଣଙ୍କୁ ଆପଣଙ୍କର ବୟସ ପ୍ରମାଣ ପତ୍ର, ଠିକଣା ପ୍ରମାଣ ପତ୍ର ଏବଂ ଆଇଡି ପ୍ରମାଣର ନକଲ ଉପଲୋଡ଼ କରିବାକୁ ପଡିବ ।

ବୟସ ପ୍ରମାଣ ପତ୍ର, ଠିକଣା ପ୍ରମାଣ ପତ୍ର ଏବଂ ଆଇଡି ପ୍ରମାଣର ନକଲ ଉପଲୋଡ଼ କରିବା ପରେ ନିଜର ଫଟୋ ଏବଂ ଡିଜିଟାଲ ସିଗନେଚର ଅପଲୋଡ କରିବାକୁ ହେବ । ଏହାପରେ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲର୍ଟ ବୁକ କରିବାକୁ ହେବ । ତେବେ ସ୍ଲର୍ଟ ବୁକର Select କରିବା ସମୟରେ ଫିସ୍ ଭରିବାକୁ ପଡିଥାଏ । ଏହାପରେ ଆପଣଙ୍କ ରେଡିଷ୍ଟର୍ଡ ଫୋନ ନମ୍ବରକୁ ଏକ ମେସେଜ ଆସିବ, ଯାହାକୁ ଆପଣଙ୍କୁ Save କରି ରଖିବାକୁ ହେବ ।

ଅନଲାଇନ ହେବ ଟେଷ୍ଟ

ଫିସ ଜମା କରିବା ପରେ ଆରଟିଓ ଅଫିସ ଯାଇ ଏକ ଅନଲାଇନ ଟେଷ୍ଟ ଦେବାକୁ ହେବ । ଯେଉଁଥିରେ ଯାତାୟତ ନିୟମ ତଥା ପରିବହନ ଚିହ୍ନ ସଂପର୍କରେ ପ୍ରଶ୍ନ କରାଯିବ । ଗୋଟିଏ ପ୍ରଶ୍ନର ୪ଟି ବିକଳ୍ପ ଉତର ରହିଥାଏ । ଯେଉଁଥିରେ ଆପଣଙ୍କୁ ସଠିକ୍ ଉତର ଉପରେ କ୍ଲିକ କରିବାକୁ ହେବ । ସେହିପରି ଗୋଟିଏ ପ୍ରଶ୍ନର ଜବାବ ଦେବା ପରେ ଆପଣଙ୍କର କମ୍ପ୍ୟୁଟର ସ୍କ୍ରିନରେ ଆଉ ପ୍ରଶ୍ନ ଚାଲିଆସିବ । ଟେଷ୍ଟ ସରିବା କ୍ଷଣି ହିଁ ଆପଣଙ୍କ ସାମ୍ନାରେ ଆପଣଙ୍କ ରେଜଲ୍ଟ ଆସିଯିବ କି ଆପଣ ପାସ୍ ହୋଇଛନ୍ତି ନା ଫେଲ୍ ।

୪୮ ଘଂଟାରେ ମିଳିବ ଅନଲାଇନ ଲାଇଲେନ୍ସ

ଟେଷ୍ଟରେ ପାସ୍ ହେବା ପରେ ମାତ୍ର ୪୮ ଘଂଟା ମଧ୍ୟରେ ଅନଲାଇନ ଲର୍ଣ୍ଣିଂ ଲାଇସେନ୍ସ ଆପଣଙ୍କୁ ଅନଲାଇନ ମିଳିଯିବ । ଯାହାର ବୈଧତା ୬ ମାସ ହୋଇଥାଏ । ୬ ମାସ ଭିତରେ ଆପଣଙ୍କୁ ସ୍ଥାୟୀ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେବ । ଅନଲାଇନ ଆବେଦନ କରି ଆପଣଙ୍କର ଗାଡି ସହିତ ଆରଟିଓ ଅଫିସ ଆସି ଡ୍ରାଇଭିଂର ଟେଷ୍ଟ ଦେବାକୁ ପଡିବ । ତେବେ ଦ୍ୱିତୀୟ ଥର ଟେଷ୍ଟ ପାସ କରିବା ଦ୍ୱାରା ଆପଣଙ୍କୁ ସ୍ଥାୟୀ ଲାଇସେନ୍ସ ମିଳିବ ।