ଘରର ବସ୍ତୁ ଦୋଷକୁ ସମ୍ପୂର୍ଣ୍ଣ ଠିକ କରି ଦେଇଥାଏ ଏବଂ ଘରେ ଖୁସିର ବାତାବରଣ ସୃଷ୍ଟି କରେ ….

Spread the love

ଘରେ ବଗିଚାରେ କିମ୍ବା ଘରେ ଗଛ ଲଗାଇବା ଦ୍ୱାରା ସକାରାତ୍ମକ ଭର୍ଜା ଆସିଥାଏ । ଏବଂ ବସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଙ୍କ ଘରେ ସବୁଜ ପତ୍ର ଦ୍ୱାରା ଆଚ୍ଛାଦିତ ଛୋଟ ଗଛ ହେଉ ବା ବଡ ଗଛ ରହିବ ନିହାତି ଜରୁରୀ ଅଟେ । କିନ୍ତୁ ଘର ମଧ୍ୟରେ ଏହି ଗଛ ଗୁଡିକ ଠିକ୍ ଦିଗରେ ରହିବ ଜରୁରୀ ଅଟେ । ଏବଂ ଏହି ଗଛ ଗୁଡିକୁ ଘରେ ଲଗାଇବା ସମୟରେ ନିମ୍ନରେ ଦିଆଯାଇଥିବା ନିୟମଗୁଡିକୁ ପାଳନ କରିବ ନିତାନ୍ତ ଆବଶ୍ୟକ ।

ଘର ବାହାରେ ଫୁଲ ଗଛର

ଆପଣ, ଆପଣଙ୍କ ଘରର ବାହାର ପାର୍ଶ୍ଵରେ ଏବଂ ଭିତର ପାର୍ଶ୍ୱରେ ଫୁଲ ଗଛ ନିଶ୍ଚିତ ରୂପରେ ଲଗାନ୍ତୁ । କାରଣ ଘରର ଆଖପାଖରେ ଫୁଲ ଗଛ ରହିବା ଆପଣଙ୍କ ପାଇଁ ଶୁଭଦାୟକ ହୋଇଥାଏ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମନରେ ଉର୍ଜା ଅନୁଭବ ହୋଇଥାଏ ।

ତୁଳସୀ ଗଛ

ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଜରୁରୀ । ଏବଂ ଏହି ତୁଳସୀ ଗଛକୁ ଆପଣ ଆପଣ ଘରର ଅଗଣାରେ ନିଶ୍ଚିତ ଭାବରେ ଲଗାନ୍ତୁ । ଏହି ପବିତ୍ର ଗଛ ଦ୍ୱାରା ଘରକୁ କୌଣସି ନକରାତ୍ମକ ପ୍ରଭାବ ପ୍ରବେଶ କରି ପାରେ ନାହିଁ ଓ ଘରେ ସର୍ବଦା ଶାନ୍ତିର ବାତାବରଣ ଆଚ୍ଛାଦିତ ହୋଇ ରହିଥାଏ ।

ଘରର ଛାତ ଉପରେ :

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ଏବଂ ଛାତ ଉପରେ କୌଣସି ପ୍ରକାରର ମଧ୍ୟ ଅପଦ୍ରବ୍ୟ ବା ଅବ୍ୟବହୃତ ଦ୍ରବ୍ୟ ଓ ଅସନା ସାମଗ୍ରୀ ଥିଲେ ତୁରନ୍ତ ବାହାର କରି ଦିଅନ୍ତୁ ଏବଂ ନିଜ ଛାତ ଉପରେ ଅନେକ ଗୁଡିଏ ଫୁଲ ଗଛ ଲଗାନ୍ତୁ । ଏହା ଦ୍ୱାରା ଆପଣ ଘର ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇପାରିବ ।

ଶୟନ କକ୍ଷରେ ଲଗାନ୍ତୁ :

ଶୟନ କକ୍ଷରେ ଆପଣ ଛୋଟ ଗଛ ଲଗାଇ ପାରିବେ ଏବଂ ସୂର୍ଯ୍ୟମୁଖୀ ଫୁଲ ଗଛକୁ ବେଡ୍ ରୁମ୍ ରେ ରଖିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ରହିବ । ଏହି ଗଛକୁ ଆପଣ ନିଜ କକ୍ଷର —– କୋଣରେ ହିଁ ରଖିବେ । କାହିଁକି ନା ବସ୍ତୁ ଶାସ୍ତ୍ର ନିୟମାନୁସାରେ ଏହି କୋଣରେ ସୂର୍ଯ୍ୟମୁଖୀ ଫୁଲ ଗଛ ରଖିବା ଶୁଭଦାୟକ ବୋଲି ଗ୍ରହଣ କରାଯାଇଛି । ଏହି ଫୁଲ ଗଛକୁ ଚୀନମାଟିର ଫୁଲ ଦାନୀରେ ଲଗାଇବା ଦରକାର ଏବଂ ଯେତେବେଳେ ଏହି ଫୁଲ ଗଛ ଶୁଖି ଯିବି, ସେତେବେଳେ ଏହି ଗଛକୁ ନିଜ କକ୍ଷରୁ ବାହାର କରି ଦିଅନ୍ତୁ ଏବଂ ଆଉ ଏକ ନୂଆ ସୂର୍ଯ୍ୟମୁଖୀ ଫୁଲ ଗଛ ଲଗାନ୍ତୁ ।

ଉଚ୍ଚ ଏବଂ ଝଙ୍କାଳିଆ ଗଛ

ଏପରି ଅନେକ ଗଛ ଅଛି ଯେଉଁଗୁଡିକ ଲମ୍ବା ଓ ଝଙ୍କାଳିଆ ହୋଇଥାଏ । ଏହିପରି ଲମ୍ବା ଓ ଝଙ୍କାଳିଆ ଗଛ ଗୁଡିକୁ ଘରେ ଲଗାଇବା ବହୁତ ଭଲ । ବସ୍ତୁଶାସ୍ତ୍ର ଅନୁସାରେ ଘରେ ଏହାପରି ଲମ୍ବା ଓ ଝଙ୍କାଳିଆ ଗଛ ଲଗାଇବା ଦ୍ୱାରା ଘରେ ସକାରତ୍ମକ ଉର୍ଜା ରହିଥାଏ । କିନ୍ତୁ ଏହିପରି ଗଛ ଗୁଡିକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହିଁ ରଖିବା ଉଚିତ ଏବଂ ଘରର ଦୁଆର ଠାରୁ ଅଳ୍ପ ଦୂରରେ ରଖିବା ଶୁଭଦାୟକ ।

ଅତିଥି କକ୍ଷରେ ଫୁଲଗଛ

ଅତିଥି କକ୍ଷ ଘରର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହି କକ୍ଷରେ ରଖାଯାଇଥିବା ସମସ୍ତ ସାମଗ୍ରୀର ପ୍ରଭାବ ଘର ଉପରେ ପଡିଥାଏ । ତେଣୁ ଅତିଥି କକ୍ଷରେ ଯେଉଁ ସବୁ ସାମଗ୍ରୀ ରଖୁଛନ୍ତୁ ବା ରଖିବା ପୂର୍ବରୁ ଭାବିଚିନ୍ତାନ ରଖିବା ଉଚିତ । କେଉଁ ସାମଗ୍ରୀ କେଉଁ ଦିଗରେ ରହିବ ଭାବିଚିନ୍ତି ରଖିବା ଶ୍ରେୟସ୍କର ହେବ । ବିଶେଷକରି ଅତିଥି କକ୍ଷରେ କାଠ ନିର୍ମିତ ଆସବାବପତ୍ର ରଖିବା ଭଲ । ଏହା ସଂଗେ ସଂଗେ ଅତିଥି କକ୍ଷରେ ଫୁଲଦାନୀ ମଧ୍ୟ ରଖିବା ବହୁତ ଭଲ ଅଟେ । ଫୁଲଦାନୀ ରଖିବା ଦ୍ୱାରା ଘରେ ସକାରତ୍ମକ ପ୍ରଭାବ ପଡିଥାଏ ।

କିନ୍ତୁ ମନେ ରଖନ୍ତୁ, କଣ୍ଟା ଗଛ ରଖନ୍ତୁ ନହିଁ । କାରଣ କଣ୍ଟା ଗଛ ରଖିବା ଦ୍ୱାରା ଘରେ ସବୁବେଳେ କଳିକାଜିଆ ଝଗଡା ଲାଗିରହିବ ।