ଘର ଆଖପାଖରେ ଦେଖା ଯାଉଥିବା ଅନାବନା ଗଛରେ ରହିଛ ଅନେକ ଫାଇଦା :

Spread the love

କଥାରେ କହନ୍ତି ପର ହସ୍ତ ଧନ ଓ ପୁସ୍ତକରେ ଥିବା ଜ୍ଞାନ ଆବଶ୍ୟକ ସମୟରେ କମରେ ଲାଗିପାରେ ନାହିଁ । କାରଣ ଆପଣ ଅନ୍ୟକୁ ଯଦି ଧନ ଦେଇଛନ୍ତି, ଆପଣଙ୍କ ଆବଶ୍ୟକତା ସମୟରେ ସେହି ବ୍ୟକ୍ତି ଜଣକ ଆପଣଙ୍କ ଧନ ଫେରସ୍ତ ନାହିଁ, ଠିକ୍ ସେହିପରି ପୁସ୍ତକଗତ ଜ୍ଞାନ । ଆଜି ଆମେ ଠିକ ସେମିତି କିଛି ତଥ୍ୟ ଆପଣଙ୍କ ପାଇଁ ଆଣିଛୁ ଯାହାକି ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେବ । ତେଣୁ ଥରଟିଏ ପଢି ମନେ ରଖନ୍ତୁ, ନିଶ୍ଚୟ କାମରେ ଆସିବ ।

ପ୍ରୁଥିବାରେ ଯେତେସବୁ ଗଛ ଅଛି ସେ ସବୁ ଗଛରେ କିଛି ନା କିଛି ଔଷଧି ଗୁଣ ରହିଛି । ଏପରି କି ଆମ ଆପଖରେ, ସାଧାରଣ ଖେଳ ପଡ଼ିଆରେ, ଘର ବଗିଚାରେ, ଅନେକଗୁଡ଼ିଏ ଗଛ ରହିଥାଏ । ଏହି ଗଛଗୁଡ଼ିକରେ ମୂଲ୍ୟବାନ୍‌ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆମ ସାମନାରେ ଥିଲେ ମଧ୍ୟ ଆମେ ବେଳେ ବେଳେ ସେହି ଗଛଗୁଡିକୁ ଚିହ୍ନି ପାରି ନ ଥାଉ ଓ ନଷ୍ଟ କରିଦେଉ । ଆୟୁର୍ବେଦ ଚିକିତ୍ସକ ଓ ଡାକ୍ତରଙ୍କ କହିବା ଅନୁସାରେ, ଆସନ୍ତୁ ଜାଣିବା ଏହି ସବୁ ଗଛ ଓ ତା’ର ଔଷଧୀୟ ଗୁଣ ବିଷୟରେ ସମ୍ୟକ ଯାହା ଆମର ଦୈନନ୍ଦିନ ଜୀବନରେ ବ୍ୟବହାରରେ ଆସିପାରେ.…

ଅପାମାର୍ଗ

ବିଛା କାମୁଡ଼ିଲେ ଏହି ଗଛର ପତ୍ରର ରସ ଲଗାଇ ଏହାର ଚେରକୁ ଘଷିଲେ ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ଆରାମ ମିଳିଥାଏ । “ଶ୍ୱାସ ରୋଗୀ” ଏହି ଗଛର ପତ୍ରକୁ ଖରାରେ ଶୁଖାଇ, ଏହାର ଚୂର୍ଣ୍ଣ ପ୍ରସ୍ତୁତ କରି ପ୍ରତିଦିନ ସକାଳେ ଏହି ଚୂର୍ଣ୍ଣକୁ ଖାଲି ପେଟରେ ଖାଇଲେ ବହୁତ ଫାଇଦା ମିଳିଥାଏ । “ପଥୁରି” ପାଇଁ ମଧ୍ୟ ଏହା ଖୁବ୍‌ ଲାଭଦାୟକ ହେବା ସେଙ୍ଗ ସଂଗେ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ।

ଦୁଦୁରା :

ଏହି ଗଛର ଡାଳକୁ ନେଇ ସୋରିଷ ତେଲ ସହ ଗରମ କରି ଆଣ୍ଠୁରେ ମାଲିସ କଲେ ଗଣ୍ଠି ଦରଜ କମି ଥାଏ ଅର୍ଥ ଆଣ୍ଠୁ ଜନିତ ଯନ୍ତ୍ରଣାରୁ ତ୍ରାହି ମିଳିଥାଏ । ଏହାର ପତ୍ରକୁ ପାଣିରେ ଫୁଟାଇ କେଶରେ ଲଗାଇଲେ ଉକୁଣି ହୋଇ ନ ଥାଏ ଓ ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଦରଜ କମିଯାଇ ଥାଏ ।

ଅରକ :

ଏହି ଗଛର ଚେର ବଥ, ଘାଆ ଆଦି ପାଇଁ ଅନେକ ଲାଭଦାୟକ ଅଟେ । ଏହାର ପତ୍ରକୁ ଗରମ କରି ତଳି ପାଦରେ ବାନ୍ଧିଲେ ଦରଜ କମିଯାଏ । ପାଦ କିମ୍ବା ଦେହରେ କଣ୍ଟା ବା କାଚ ପଶି ଯାଇଥିଲେ ଏହି ଗଛର କ୍ଷୀରକୁ ଲଗାଇବା ଦ୍ୱାରା ତାହା ଆପେ ଆପେ ବାହାରି ଯାଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଙ୍କ କେମିତି ଲାଗିଲା Comment କରି ଜଣାନ୍ତୁ ।