ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାପରେ ନିଜ ବୟଫ୍ରେଣ୍ଡଙ୍କ ସହିତ ରହୁଛନ୍ତି ଏହି ଅଭିନେତ୍ରୀ ଜଣକ, ଟିଭି ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Spread the love

ପ୍ରାୟତଃ ଆମେ ସବୁବେଳେ ଅନେକ କଳାକାରଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଶୁଣିବାକୁ ପାଇଥାଉ ଏବଂ ଅଧିକାଂଶ କଳାକାର ମାନଙ୍କୁ ତାଙ୍କ ଜୀବନରେ ପ୍ରେମ ହୋଇଥାଏ ଏବଂ ପରେ ବିବାହ କରନ୍ତି କିନ୍ତୁ କିଛି ନା କିଛି କାରଣ ପାଇଁ ସେମାନଙ୍କର ବ୍ରେକଅପ୍ ବା ବିଚ୍ଛେଦ ମଧ୍ୟ ହୋଇଯାଏ । ଏମିତି କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଟିଭି ଜଗତରେ ମଧ୍ୟ ଏମିତି ହୋଇଥାଏ । ଏମିତି ହିଁ ଟିଭି ଅଭିନେତ୍ରୀ ଜେନିଫର ବିଂଗେଟଙ୍କ ସହିତ ହୋଇଥିଲା । ଯେତେ ବେଳେ ସେ ତାଙ୍କର ସହ-କଳାକାର ସହ ଭଲପାଇ ବିବାହ କରିଥିଲେ କିନ୍ତୁ ପରେ ତାଙ୍କର ବିଶ୍ୱାସଘାତକତା ସହି ନ କରିପାରି ତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଲାପରେ ବୟଫ୍ରେଣ୍ଡଙ୍କ ସହିତ ରହୁଛନ୍ତି ଏହି ଅଭିନେତ୍ରୀ ଜଣକ, କିନ୍ତୁ ତାଙ୍କର ନୂଆ ବୟଫ୍ରେଣ୍ଡ ଜଣକ କିଏ ଏହା ଜାଣିବା କୌତୁହଳଜନକ ହେବ ।

ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଲା ପରେ ବୟଫ୍ରେଣ୍ଡଙ୍କ ସହିତ ରହୁଛନ୍ତି ଏହି ଅଭିନେତ୍ରୀ ଜଣକ :

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଜେନିଫର ବିଂଗେଟକୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଦର୍ଶକ ତାଙ୍କୁ ଏତେ ମାତ୍ରରେ ସମର୍ଥନ କରୁଛନ୍ତି ଯାହା ତାଙ୍କ ପାଇଁ ଆଗକୁ ଭଲ ପ୍ରଦର୍ଶନ କରିବାର ପ୍ରେରଣା ପାଲଟି ଯାଇଛି । ନିଜ ସମର୍ଥକଙ୍କ ପାଇଁ ହିଁ ଜେନିଫର ସୋସିଆଲ ମିଡିଆରେ କ୍ରିୟାଶୀଳ ରୁହନ୍ତି ଏବଂ ଆଜିକାଲି ସୋସିଆଲ ମିଡିଆରେ ତାଙ୍କର କିଛି ନା କିଛି ଫୋଟ ମଧ୍ୟ ସେୟାର କରନ୍ତି । ଜେନିଫର ଟିଭିରେ ଅଭିନୟ କରିଥିବା ଭୁମିକାମାନଙ୍କ ମଧ୍ୟରେ ମାୟା, ଜୋୟା ଏବଂ ଋଦ୍ଧିମାରେ ସେ ବହୁତ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଅଧିକାଂଶ ଲୋକ ତାଙ୍କୁ ତାଙ୍କର ଅଭିନୀତ ନାମରେ ଜାଣନ୍ତି । ବର୍ତ୍ତମାନ ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା, ତେବେ ୨୦୧୦ ମସିହାରେ ସେ ତାଙ୍କର ସହ-କଳାକାର କରନ ସିଂ ଗ୍ରୋଭରଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ୨୦୧୨ ମସିହାରେ ତାଙ୍କୁ ବିବାହ କରିଥିଲେ ।

ତାଙ୍କ ସହିତ ବିବାହ କରିବାର ୩ ବର୍ଷ ପରେ କରନଙ୍କ ଅଫେର ବିପାସାଙ୍କ ସହିତ ଚାଲିଲା ଏବଂ ଏହା ଜେନିଫର ସହ୍ୟ କରିପାରିଲେ ନାହିଁ । ଏହାପରେ ସେ କରନଙ୍କ ଠାରୁ ଛାଡ଼ପତ୍ର ନେଇଗଲେ । ବର୍ତ୍ତମାନ ଖବର ଆସିଛି ଯେ, ଜେନିଫର ପୁଣିଥରେ ସମ୍ପର୍କରେ ଅଛନ୍ତି । ବର୍ତ୍ତମାନ ତାଙ୍କ ନାମ ଟିଭି ଜଗତର ବିଖ୍ୟାତ ଅଭିନେତା ହର୍ଷଦ ଚୋପ୍ରାଙ୍କ ସହିତ ଯୋଡ଼ା ଯାଉଛି ଏବଂ ଖବର ଅନୁସାରେ ଦୁଇଜଣଙ୍କୁ ଅନେକଥର ଏକାସାଥିରେ ଦେଖିବାକୁ ମଧ୍ୟ ମିଳିଛି । ଯଦିଓ ଦୁଇଜଣଙ୍କ ମଧ୍ୟରୁ କେହି ମଧ୍ୟ ଗଣମାଧ୍ୟମରେ ତାଙ୍କର ସମ୍ପର୍କ ବିଷୟରେ କୌଣସି କଥା ସ୍ଵୀକାର କରିନାହାନ୍ତି ।

ଗଣମାଧ୍ୟମର ଖବର ଅନୁସାରେ ବର୍ତ୍ତମାନ ଜେନିଫର ଏବଂ ହର୍ଷଦ ଅଧିକାଂଶ ସମୟ ଏକା ସହିତ ରହୁଛନ୍ତି । ଜେନିଫର ତାଙ୍କ ସହିତ “ୱେପନହା” ଧାରାବାହିକରେ କାମ କରିଥିଲେ ଏବଂ ଏହାପରେ ତାଙ୍କର ବନ୍ଧୁତା ହୋଇଥିଲା । ଜେନିଫର ‘କସୌଟି ଜିନ୍ଦେଗି କି’, ‘ଦିଲ ମିଲ ଗଏ’, ଗଙ୍ଗା, ବେପନହା, ବେହଦ ଭଳି ଲୋକପ୍ରିୟ ଧାରାବାହିକ ଗୁଡିକରେ ଅଭିନୟ କରିଛନ୍ତି । ଏହାଛଡା ସେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟ ରାୟଙ୍କ ସହିତ ‘କୁଛ ନା କହ’ ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ।