ଅଧକପାଳି ସମସ୍ୟାର ସମାଧାନ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ! ମୁଣ୍ଡବ୍ୟଥାରୁ ପାଇବେ ନିସ୍ତାର ।

Spread the love

ଆଜିକାଲି ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ହୋଇ ଗଲାଣି । ଯାହାର ମୁଖ୍ୟ କାରଣ ପ୍ରତିଦିନର ଦିନଚାର୍ଯ୍ୟ ଅଟେ । ଏହା ଆପଣଙ୍କର ଖାଦ୍ୟ ପେୟ ଉପରେ ନିର୍ଭର କରି ଥାଏ । ତା’ସହିତ ବାତାବରଣ ଅନୁସାରେ ବି ଏହି ରୋଗ ବଢି ଚାଲିଥାଏ । ଅନେକ ଲୋକଙ୍କ ଠାରେ ଅଧକପାଳି ସମସ୍ୟା ଦେଖାଦିଏ । ଯାହାକୁ ଅଧକପାଳି ହୁଏ ସେହି ଲୋକଙ୍କୁ ଅକଥନୀୟ ମୁଣ୍ଡବ୍ୟଥା ହୁଏ, ଯାହା ବହୁତ ଅସହ୍ୟ । ଏହି ମୁଣ୍ଡବ୍ୟତା କେବଳ ଗୋଟିଏ ପଟେ ହୁଏ । ଅଧକପାଳିର କୌଣସି ଚିକିତ୍ସା ନାହିଁ କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ରୋଗରେ ପୀଡ଼ିତ ରୋଗୀ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଜଣାଇବୁ ଯେ, ବିନା ଔଷଧ ଖାଇ ଏହି ରୋଗରୁ କେମିତି ମୁକ୍ତ ହୋଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ଅଧକପାଳର ଉପଚାର :

ଅଧ କପାଳିରେ ମୁଣ୍ଡର ଏକ ଶିର ବଡ଼ ହୋଇଯାଏ ।

– ମୁଣ୍ଡ ବ୍ୟଥାର ଚିତ୍କିସା ନିମନ୍ତେ ସୋରିଷ ଅତ୍ୟନ୍ତ ଲାଭଦାୟକ ଅଟେ । ଅଧା ଚାମୁଚ ଶୋରିସକୁ ଚୁନା କରି ସେଥିରେ ତିନି ଚାମୁଚ ପାଣି ମିଶାଇ ନାକରେ ପକାନ୍ତୁ । ଏହା ଦ୍ୱାରା ଅଧକପାଳ କମିବା ସଂଗେ ସଂଗେ ମୁଣ୍ଡବ୍ୟଥାରୁ ମଧ୍ୟ ତ୍ରାହି ମିଳିଥାଏ ।

– ପୁଦିନା ପତ୍ରକୁ ସିଜାଇ ସେଥିରୁ ଚା ପ୍ରସ୍ତୁତ କରି ପିଅନ୍ତୁ, ମୁଣ୍ଡବ୍ୟଥା ଦୂର ହୋଇପାରିବ । ପୁଦିନା ଚା’ ଅଧକପାଳି ବ୍ୟକ୍ତି ପାଇଁ ହିତକାରୀ ଅଟେ ।

– ଶୁଖିଲା ଅଦାରେ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ କପାଳରେ ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ଦ୍ୱାରା ସମ୍ୟକ ଜ୍ବଳନ ହେବ କିନ୍ତୁ ଅଧକପାଳ ଜନିତ ବ୍ୟଥାକୁ ଦୂର କରିବାରେ ସହାୟକ ହୋଇଥାଏ ।

– ଏହା ବ୍ୟତୀତ ଅଧକପାଳି ପାଇଁ ମସାଲା ଚା’ ବହୁତ ଜରୁରୀ । ମସାଲା ଚା ପିଇଲେ ମସ୍ତିସ୍କ ଉତ୍ତେଜିତ ହୋଇଯାଏ । ତେବେ ମସାଲା ଚା’ ତିଆରି କରିବା ସମୟରେ ଏଥିିରେ ଅଦା, ଲବଙ୍ଗ ଓ ଅଳେଇଚ ମିଶାଇବା ପାଇଁ ଭୁଲନ୍ତୁ ନାହିଁ ।

– ରଶୁଣ ପେଶି ତା’ର ରସ ବାହାର କରନ୍ତୁ । ଅତି କମ୍ ରେ ଏକ ଚାମଚ ରଶୁଣର ରସ ବାହାର କରନ୍ତୁ । ଏକ ଚାମଚ ରଶୁଣ ରସ ବାହାର କରି ଏହାକୁ ସେବନ କରନ୍ତୁ । ରଶୁଣ ଏକ ପ୍ରାକୃତିକ ପେନକିଲର, ଯାହା ଅଧକପାଳ ଜନିତ ଯନ୍ତଣାରୁ ଅତି ଶୀଘ୍ର ମୁକ୍ତି ମିଳିଥାଏ ।