ପେଟର ଗ୍ୟାସ ଏବଂ ପେଟ ଜ୍ଵଳାକୁ ମାତ୍ର ୧୦ ମିନିଟ ମଧ୍ୟରେ ଦୂର କରନ୍ତୁ ଏହି ଘରୋଇ ଉପଚାର ଦ୍ଵାରା….. ।

Spread the love

ପେଟ ଜଳିବା ପାଇଁ ଅନେକ ଗୁଡିଏ କାରଣ ଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାରଟି ଆପଣାନ୍ତୁ ଶୀଘ୍ର ଉପଶମ ମିଳି ପାରିବ ।

ପ୍ରାୟତଃ କିଛି ଖାଇବା ପରେ ପେଟରେ ଗ୍ୟାସ କିମ୍ବା ଜଳାପୋଡା ହୋଇଥାଏ । ଗରମ ଖାଦ୍ୟ ଖାଇବା ଫଳରେ ଏପରି ହୋଇଥାଏ ନଚେତ ଅତ୍ୟଧିକ ମସଲା କିମ୍ବା ଲଙ୍କା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଏପରି ହୋଇଥାଏ । ଯେଉଁମାନଙ୍କ ଏସିଡିଟି ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅତ୍ୟଧିକ ଦେଖାଯାଇ ଥାଏ । ପେଟରେ ଗରମ ବଢି ଯାଇଥିଲେ ନିଜର ନୀତିଦିନିଆ ଦିନଚର୍ଯ୍ୟା ବିଗିଡି ଯାଇଥାଏ । ଏହା ଫଳରେ ଛାତି ଏବଂ ପେଟରେ ଜଳାପୋଡା ହୋଇଥାଏ । ଖାଦ୍ୟ ଠିକରେ ହଜମ ନହେଲେ ଏପରି ସମସ୍ୟା ଦେଖାଯାଇ ଥାଏ । ପେଟର ଜଳାପୋଡାକୁ ଦୁରେଇବା ପାଇଁ ଏହି ଉପାୟ ଅବଲମ୍ବନ କଲେ ୧୦ ମିନିଟ ମଧ୍ୟରେ ଏହି ପରିସ୍ଥିତିରୁ ମୁକୁଳି ପାରିବେ ।

ପେଟର ଗ୍ୟାସ ଏବଂ ପେଟ ଜ୍ଵଳାକୁ ମାତ୍ର ୧୦ ମିନିଟ ମଧ୍ୟରେ ଦୂର କରନ୍ତୁ :

ପେଟରେ ଜଳାପୋଡା ବିଭିନ୍ନ କାରଣରୁ ହୋଇଥାଏ । କିନ୍ତୁ ଏଥିରୁ ମୁକୁଳିବା ପାଇଁ ଏହି ଘରୋଇ ଉପଚାର ଗୁଡିକ ଆପଣାନ୍ତୁ । ବହୁତ ଲୋକ ଏପରି ସମସ୍ୟା ଭୋଗିଥାନ୍ତି; ଯାହାଫଳରେ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଆଜି ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ଆପଣାଇବା ଫଳରେ ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ ।

ଗୁଡ଼ :

ଯଦି ଆପଣଙ୍କୁ ପେଟ ସମସ୍ୟା ରହିଛି, ତେବେ ଖାଇ ସାରିବା ପରେ ଆପଣ ଗୁଡ଼ ଖାଆନ୍ତୁ । ଗୁଡକୁ ଚୁଚୁମି ଚୁଚୁମି ଖାଇବା ଦ୍ୱାରା ଏହାର ଫଳ ଆପଣଙ୍କୁ ମିଳିପାରିବ । ଏହି ପ୍ରକ୍ରିୟା ଯେତେ ଧୀରେ କରିବେ, ତାହାର ପ୍ରଭାବ ମଧ୍ୟ ସେତେ ଅଧିକ ହେବ । ଏପରି କରିବା ଦ୍ୱାରା ପାଚନ ଶକ୍ତି ବଢିଥାଏ ଏବଂ ପେଟର ଜଳାପୋଡା ମଧ୍ୟ କମି ଯାଇଥାଏ ।

ଟମାଟୋ କିମ୍ବା କମଳା :

ପେଟର ଗରମକୁ ଦୂର କରିବା ପାଇଁ ଟମାଟୋ ଲାଭଦାୟକ ଅଟେ । କଞ୍ଚା ଟମାଟୋ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଏସିଡିଟି ଦୂର ହେବା ସହ ପେଟ ଜଳାପୋଡା କମ ହୋଇଥାଏ । ଟମାଟୋ ଏବଂ କମଳା ଶରୀରରେ କ୍ଷାର ଅଂଶ ବଢ଼ାଇ ଥାଏ ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ ।

ଅଦା ରସ :

ଅଦା ରସ ପେଟର ଗରମକୁ ଦୂର କରିବାରେ ସହାୟକ ହୋଇଥାଏ । ଲେମ୍ବୁ, ମହୁ ଏବଂ ଅଦା ରସ ମିଶାଇ ପିଇଲେ ପେଟର ଜଳାପୋଡା କମି ଥାଏ । ଅଦା ରସରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥିବା କାରଣରୁ ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆ ମରି ଯାଆନ୍ତି ।

ପାନ ମହୂରୀ ପାଣି :

ଏକ କପ ଗରମ ପାଣିରେ ୧ ଚାମଚ ପାନମହୂରୀ ମିଶାଇ ରାତି ସାରା ଛାଡି ଦିଅନ୍ତୁ । ସକାଳେ ଏହାକୁ ଛାଣି, ମହୁ ସହ ଏହାକୁ ପିଇ ଯାଆନ୍ତୁ । ଏହି ମିଶ୍ରଣକୁ ଦିନରେ ୩ ଥର ପିଇଲେ ପେଟର ଗରମ ଦୂର ହେବା ସହ ଏସିଡିଟି ଭଳି ସମସ୍ୟାରୁ ତ୍ରାହି ମିଳିଥାଏ । ଯଦି ଆପଣଙ୍କ ପେଟ ଫୁଲି ଯାଇଥାଏ; ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରିବ ।

ଜୁଆଣି :

ଗୋଟିଏ ପତ୍ରରେ ଜୁଆଣି ଗରମ କରି ସେହି ଗରମ ହୋଇଥିବା ଜୁଆଣିକୁ ଗୁଣ୍ଡ କରି କଳା ଲୁଣ ମିଶାଇ ଅଳ୍ପ ଉଷୁମ ପାଣିରେ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ଜୁଆଣିରେ ଥାୟମାଲ ଏବଂ କଳା ଲୁଣରେ ଅକ୍ଳେଲାଇଡ୍ସ ରହିଛି; ଯାହା ଏସିଡିଟିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।