ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଆନ୍ତୁ ନିଜର ପାନ୍ କାର୍ଡ । ଏଠାରେ ପ୍ରଣାଳୀ ନିମ୍ନରେ ପ୍ରଦତ୍ତ ରହିଛି ।

Spread the love

ଆଜିକାର ଦିନରେ PAN କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ, ସେ ଚକିରଜୀବୀ ହୁଅନ୍ତୁ ଅବା ବ୍ୟବସାୟୀ । ପ୍ରତ୍ୟେକ ବ୍ୟକ୍ତି ଟିକସ ପଇଠ କରିବା ନିମନ୍ତେ ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) ଆବଶ୍ୟକ କରିଥାଏ । ଯାହା ଏକ ଦଶ ଅଙ୍କ ବିଶିଷ୍ଟ ଅକ୍ଷର ଏବଂ ସଂଖ୍ୟା ବର୍ଣ୍ଣିତ ଟିକସ ପଇଠର ପରିଚୟ ପତ୍ର ଅଟେ । ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) ସେହି ବ୍ୟକ୍ତି ମାନଙ୍କ ପାଇଁ ଆବଶ୍ୟକ ଅଟେ ଯେଉଁମାନେ ଅର୍ଥନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଯୋଡି ହେବା ପାଇଁ ଚହୁଁଛନ୍ତି । ଯଦି ଏହି ଜରୁରୀ କାର୍ଡଟି ପାଇବା ପାଇଁ ଚହୁଁଛନ୍ତି କେବଳ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆବେଦନ କରି ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଇ ପାରିବେ ।

ଆପଣ ଫର୍ମ ନମ୍ବର 49A ପୂରଣ କରି NSDL ୱେବସାଇଟ ମାଧ୍ୟମରେ ଅନଲାଇନରେ ଦରଖାସ୍ତ ଆବେଦନ କରି ପାରିବେ । ଆପଣ 49A ଫର୍ମ NSDL ୱେବସାଇଟ ମାଗଣାରେ ପାଇ ପାରିବେ । ଏହି ଫର୍ମକୁ ଆପଣ NSDL ୱେବସାଇଟରେ TIN ଫେଷିଲିଷ୍ଟେସନ ସେଣ୍ଟର (TIN-FC)ରୁ ମାଗଣାରେ ଡାଉନଲୋଡ କରି ପାରିବେ ।

ଏହି ଫର୍ମ ପୂରଣ କରିବା ପୂର୍ବରୁ ଦୁଇଟି ରଙ୍ଗୀନ ଫୋଟ ସହ କଳାଧଳା ପ୍ରଚ୍ଛଦପଟ (3.5 x 2.5 cm) ଆକାରର ଖାଲି ଥିବା ସ୍ଥାନରେ ଲଗାନ୍ତୁ । ଯେତେବେଳେ ଆପଣ ଫର୍ମଟି ପୂରଣ କରି ପଠାଇବେ, ଆପଣ ନିଜର ସମସ୍ତ ପରିଚୟ ପତ୍ର ଏବଂ ଜନ୍ମ ପ୍ରମାଣ ପତ୍ର, ବାହାନର ଅନୁମତି ପତ୍ର ଆଧାର କାର୍ଡ, ପସପୋର୍ଟ, ବିଦ୍ୟୁତ ପଇଠର ଚିଠା ସହ ପଡି (ଖାଉଟି) ପ୍ରମାଣ ପତ୍ର, ଆପଣଙ୍କ ଦୂର ସଂଚାର ନମ୍ବର ସହ ଇ-ମେଲ ଆଇଡି ଦେବା ସହ ଅନଲାଇନରେ ସେମାନେ ଆପଣଙ୍କ ଡିଜିଟାଲ ଦସ୍ତଖତ ମାଗିପାରନ୍ତି ।

ଘରେ ଆସି ଆବେଦନ କରନ୍ତୁ , ମାତ୍ର ୪୮ ଘଣ୍ଟା ମଧ୍ୟରେ ଆପଣ ପାନ କାର୍ଡ (PAN CARD) ପାଇଯିବେ ।