ଚାଣକ୍ୟଙ୍କ ନୀତି : ଏହି ତିନି ଲୋକମାନଙ୍କ ଠାରୁ ଦୁରେଇ ରହିଲେ ସଫଳତାର ସିଡିରେ ଚଡିବା କଷ୍ଟସାଧ୍ୟ ହେବ ନାହିଁ । ଆପଣଙ୍କ ଆଖପାଖରେ ଏହିପରି ଲୋକ ନାହାନ୍ତି ତ ।

Spread the love

ଚାଣକ୍ୟ ନୀତି ଶୋଳ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ମଣିଷ ସମାଜର ଉନ୍ନତିରେ ସହାୟକ ହୋଇଥାଏ । ସେହି ଭଳି ଏକ ଅନୁଛେଦ ଆଜି ଆପଣଙ୍କ ପାଇଁ ଆଣିଛୁ । ମନୁଷ୍ୟକୁ ସଫଳତା ହାସଲ କରିବା ପାଇଁ ନିମ୍ନଲିଖିତ ବ୍ୟକ୍ତି ଠାରୁ ଦୁରେଇ ରହିବା ଉଚିତ ।

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର, (ଯାହା ବର୍ତ୍ତମାନ ପାଟଣା ନାମରେ ପରିଚିତ)ର ମହାନ ବିଦ୍ଵାନ ପଣ୍ଡିତ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଈଁ ସୁପରିଚିତ ।ଏତେ ବଡ଼ ରାଜ୍ୟର ମନ୍ତ୍ରୀ ଥାଇ ମଧ୍ୟ ଗୋଟିଏ ସାଧାରଣ କୁଡ଼ିଆରେ ରହୁଥିଲେ । ଟଙ୍କାରୀ ଜୀବନ ବହୁତ ସରଳ ଥିଲା । ଚାଣକ୍ୟ ନିଜ ଜୀବନରେ ମିଳିଥିବା ସମସ୍ତ ଅନୁଭବକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ ଏପରି କିଛି ନୀତି ଲେଖାଯାଇଛି, ଯାହାକୁ ଜଣେ ବ୍ୟକ୍ତି ଠିକରେ ପାଳନ କଲେ, ଜୀବନରେ ସଫଳତା ପାଇବା ପାଇଁ କେହି ଅଟକାଇ ପାରିବେନାହିଁ । ସଫଳତା ନିଶ୍ଚିତ ତାଙ୍କର ପାଦ ଛୁଇଁବ । ଯଦି ବ୍ୟକ୍ତି ଏହି କଥାକୁ ନିଜ ଜୀବନଚର୍ଯ୍ୟାରେ ବ୍ୟବହାର କରିବ; ତେବେ କେଉଁଠାରେ ମଧ୍ୟ ନତମସ୍ତ ହେବାକୁ ପଡିବ ନାହିଁ । ଚାଣକ୍ୟ ନୀତିର ପ୍ରଥମ ଅଧ୍ୟାୟର ଚତୁର୍ଥ ଶ୍ଳୋକରେ; ସଫଳତାର ସମସ୍ତ ମାର୍ଗ ବିଷୟରେ ସୁଚାଇ ଦିଆଯାଇଛି । ଏହି ନୀତିରେ ଚାଣକ୍ୟ ସେହି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି; ଯେଉଁମାନେ ଆମର ସଫଳତାର ପ୍ରତିବନ୍ଧକ ହୋଇଥାନ୍ତି । ସେଥିପାଇଁ ଚାଣକ୍ୟ କହିଛନ୍ତି; ଯଦି ଜୀବନରେ ସଫଳତା ଚହୁଁଛନ୍ତି, ତାହାହେଲେ ଏହି ଲୋକଙ୍କ ଠାରୁ ଦୂରେଇ ରହିବା ନିହାତି ଜରୁରୀ । ଏହିପରି ବ୍ୟକ୍ତି ଆପଣଙ୍କ ବ୍ୟବସାୟ, କର୍ମସ୍ଥାନକୁ ଛାଡି ଆଉ ସମସ୍ତ ସ୍ଥାନରେ ପାଇବେ । ଆଚାର୍ଯ୍ୟଙ୍କ ଦ୍ୱାରା କୁହାଯାଇଥିବା କଥା ଆଜିର ସମୟ ଓ ପରିସ୍ଥିତିରେ ସତ୍ୟତାରେ ପରିଣତ ହୋଇଛି ।

ଶ୍ଳୋକ :

ମୂର୍ଖଶିଷ୍ୟୋପଦେଶେନ ଦୃଷ୍ଟସ୍ତ୍ରୀଭରଣେନ ଚ ।

ଦୁଃଖିତୈଃ ସଂପ୍ରୟୋଗେଣ ପଣ୍ଡିତୈଅପ୍ଯବସୀଦତି ।।

ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବ :

Google

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ମୁର୍ଖ ବ୍ୟକ୍ତିକୁ ବୁଝାଇବା ଅର୍ଥ ନିଜର ସମୟ ବର୍ବାଦ କରିବା । ଏମାନଙ୍କୁ ଉପଦେଶ ଦେବା ଅର୍ଥ ମଇଁଷି ଆଗରେ ବଂଶୀ ବଜାଇବା ସହିତ ସମତୂଲ୍ୟ ଅଟେ । ଏହାର ଅର୍ଥ ଆପଣ ଯଦି କୌଣସି ମୂର୍ଖ ପାଖରେ ପଡିଗଲେ, ତାକୁ ବୁଝାଇବା ଅର୍ଥ ନିଜର କ୍ଷତି କରିବା ସହ ସମାନ ଅଟେ ।

ଦୃଷ୍ଟ ସ୍ତ୍ରୀ ଠାରୁ ଦୂରେଇ ରହିବା :

Google

ଚାଣକ୍ୟଙ୍କ ମତରେ ଖରାପ ଚରିତ୍ର ସ୍ତ୍ରୀ ଠାରୁ ଦୁରେଇ ରହିବା ଆବଶ୍ୟକ । ଯେଉଁ ସ୍ତ୍ରୀ ମର୍ଯ୍ୟାଦା କଣ ଜାଣେ ନାହିଁ ? ମର୍ଯ୍ୟାଦାର ଉଲ୍ଲଂଘନ କରେ, ବାର୍ତ୍ତାଳାପ ସମୟରେ ଉଚ୍ଚ ସ୍ଵରରେ କଥା ହୁଏ, କିଛି ଚିନ୍ତା ନ କରି କାମ କରେ, ଏହି ପରି ସ୍ତ୍ରୀ ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ଏହିପରି ସ୍ତ୍ରୀ ସମ୍ପର୍କରେ ଅଛନ୍ତି; ତାହା ହେଲେ ତୁରନ୍ତ ଦୂରେଇ ଯାଅନ୍ତୁ । ଏହିପରି ମହିଳା ପୁରୁଷଙ୍କ ଠାରୁ ମଧ୍ୟ ଭୟଙ୍କର ।

ନକରାତ୍ମକ ଚିନ୍ତା କରୁଥିବା ବ୍ୟକ୍ତି :

People with Emoticon

ଚାଣକ୍ୟ କହିଛନ୍ତି; ଯେଉଁ ବ୍ୟକ୍ତି ବିନା କାରଣରେ ଦୁଃଖରେ ରହୁଛନ୍ତି, ସେହିପରି ବ୍ୟକ୍ତି ଠାରୁ ଦୂରେଇ ରହିବା ଉଚିତ । ସବୁବେଳେ ଦୁଃଖୀ ରହୁଥିବା ବ୍ୟକ୍ତି ନକାରାତ୍ମକ ଭାବନାରେ ରୁହନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏହିପରି ଲୋକ ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇଛନ୍ତି । ଏହିପରି ଲୋକ ନିଜେ କିଛି କରିବେ ନାହିଁ କି ଆପଣଙ୍କୁ କିଛି କରିବାକୁ ଦେବେ ନାହିଁ । ଏହିପରି ନକରାତ୍ମକ ଚିନ୍ତାଧାରା ବ୍ୟକ୍ତି, ଅପଣଙ୍କ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରିବ । ତେଣୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଏହି ତିନି ପ୍ରକାର ଲୋକଙ୍କ ଠାରୁ ଯେତେ ଦୁରେଇ ରହିବ ସେତିକି ଭଲ । ଯଦି ଆପଣ ଏହିପରି ଲୋକଙ୍କୁ ଜାଣିଛନ୍ତି; ତାହାହେଲେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।