୪୪ ବର୍ଷୀୟ “ଗୀତା ମାଆ”, ଏହି ଯୁବକଙ୍କ ସହ ଡେଟ୍ କରୁଛନ୍ତି । ସୋସିଆଲ ମିଡ଼ିଆରେ ଫୋଟ ହେଲା ଭାଇରଲ ।

Spread the love

୧୫ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିବା କୋରିଅଗ୍ରାଫର୍ ଗୀତା କପୁରଙ୍କ ପରିଚୟ ଦେବା କିଛି ଦରକାର ନୁହେଁ । ଗୀତା, ସୋରାଜ ଖାନ୍ ଓ ଫରହ ଖାନ୍ ଙ୍କୁ ନିଜ ଗୁରୁ ମାନନ୍ତି ।

ବଲିଉଡ଼ରେ କାହାରିକୁ ବିଶ୍ୱାସ କରି ହେବ ନାହିଁ । କେହି ମଧ୍ୟ କୌଣସି ବୟସରେ କାହାକୁ ବି ଡେଟ୍ କରି ପାରନ୍ତି । କହିବାକୁ ଗଲେ, ଏହା ନିଜ ନିଜ ପସନ୍ଦ ଉପରେ ନିର୍ଭର କରିଥାଏ । ଆଜିକାଲି ବଲିଉଡ଼ ଜଗତର କୋରିଅଗ୍ରାଫର୍ ଗୀତା ମାଆ ଓରଫ୍ ଗୀତା କପୂର୍ ନିଜ ପୁରୁଷ ସାଥୀଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଟିଭି ଶୋ “ଡାନ୍ସ ଇଣ୍ଡିଆ ଡାନ୍ସ”ର ଜର୍ଜ ଓ କୋରିଅଗ୍ରାଫର୍ ଗିତା କପୁର୍ ନିଜ ଆଙ୍ଗୁଠିରେ ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ନଚାଇଛନ୍ତି । ଖବର ଆସୁଛି ଯେ, ୪୪ ବର୍ଷୀୟ ଗୀତା କପୁର୍ ଜଣେ କମ୍ ବୟସର ଯୁବକଙ୍କ ସହ ଡେଟ କରୁଛନ୍ତି । ଗୀତା ନିଜର କିଛି ନିଜସ୍ୱ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚିତ୍ର ଗୁଡିକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

୪୪ ବର୍ଷୀୟ ଗୀତା ମାଆ ଏହି ଯୁବକ ସହ ଡେଟ କରୁଛନ୍ତି :

୧୫ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିବା କୋରିଅଗ୍ରାଫର୍ ଗୀତା କପୁର୍ ସରୋଜ ଖାନ୍ ଓ ଫରହ ଖାନ୍ ଙ୍କୁ ନିଜ ଗୁରୁ ରୂପରେ ମାନିନେଇଛନ୍ତି । ଗୀତା କପୁର୍, ସରୋଜ ଖାନ୍ ଓ ଫରହ ଖାନ୍ ଙ୍କ ଠାରୁ ଶିଖି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ବର୍ତ୍ତମାନ ନିଜେ ଦେଶର ପ୍ରତିଭାଶୀଳ ନର୍ତ୍ତକ ନର୍ତ୍ତକୀମାନଙ୍କୁ ଗୋଟିଏ ରିୟ୍ଯାଲିଟି ଶୋ ରେ ବାଛିବାରେ ଲାଗିଲେଣି । ଆଜିକାଲି ଗୀତାଙ୍କର ପୁରୁଷ ବନ୍ଧୁ (ରାଜୀବ ଖିଞ୍ଚବି) ସହ ଗୀତାଙ୍କ ଚର୍ଚ୍ଚାର ଜୋରଜରର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଯେଉଁ ଫୋଟଚିତ୍ର ଦେଖିବାକୁ ମିଳୁଛି, ସେହି ଫୋଟ ଗୁଡିକରୁ ଜଣାପଡୁଛି; ଗୀତା ମାଆ ଏହି ବ୍ୟକ୍ତିଙ୍କ ସହ ଡେଟ୍ କରୁଛନ୍ତି । କିନ୍ତୁ ଗୀତା ନିଜର ଏହି ସମ୍ପର୍କକୁ ମାନିବା ପାଇଁ ପ୍ରସ୍ତୁତ ନୁହଁନ୍ତି କିମ୍ବା କାହାରୀକୁ ଜଣାଇବା ପାଇଁ ରାଜି ନୁହଁନ୍ତି । କହିବାକୁ ଗଲେ, କେହି କେବେ ନିଜସ୍ଵ ଜୀବନ ବିଷୟରେ କାହାରିକୁ ଜଣାଇବା ପାଇଁ ପ୍ରସ୍ତୁତ ହୋଇ ନଥାନ୍ତି । ରାଜୀବ ମଧ୍ୟ ଜେନ କୋରିଓଗ୍ରାଫର୍ ଅଟନ୍ତି ଓ ସେ କିଛି ଚଳଚିତ୍ରରେ ଅଭିନେତା ଓ ସହ-ନିର୍ଦେଶକ ରୂପରେ କାର୍ଯ୍ୟ କରି ସାରିଛନ୍ତି ।

କୋରିଓଗ୍ରାଫର୍ ଗୀତା କପୁର୍ “ଜୀ ଟିଭି”ର DID (ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ)ରୁ ନିଜସ୍ଵ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହି ଟିଭି ପରଦାରେ ଗୀତା କପୁରଙ୍କୁ ଗୀତା ମାଆ ନାମରେ ସମସ୍ତେ ଜାଣିଥାନ୍ତି । ପ୍ରଥମ ଥର ଗୀତାଙ୍କ ନାମ କୌଣସି ବ୍ୟକ୍ତିଙ୍କ ସହ ଯୋଡି ହୋଇଛି । ଗୀତା ବଲିଉଡ ଜଗତର ବହୁ ଖ୍ୟାତିନାମା ଚଳଚିତ୍ର ପାଇଁ ନାଚ ପ୍ରସ୍ତୁତ କରିଛନ୍ତି । ଚଳଚିତ୍ର ଗୁଡିକ ହେଉଛି :- “କୁଛ୍ କୁଛ୍ ହୋତା ହୈ”, “ଦିଲ୍ ତୋ ପାଗଲ୍ ହୈ”, “ମୋହବତେଁ”, “କଭି ଖୁସି କଭି ଗମ୍”, “ଅଶୋକା”, “ତେରେ ନାଳ ଲଭ ହୋ ଗୟା”, “ହେ ବେବୀ”, “ତିସ୍ ମାର୍ ଖାଳ୍”ରେ କଳାକାରଗୁଡିଙ୍କୁ ନାଚ ଶିଖାଇଛନ୍ତି । ଗୀତା ୯୦ ଦଶକରେ ଫାରାହ ଖାନ୍ କୁ ବହୁତ ଗୁଡିଏ ଚଳଚିତ୍ରରେ ନାଚ ପାଇଁ ସହାୟକର ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି ।

ଗୀତା ମାଆ ନିଜର ଏହି ସମ୍ପର୍କକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଵୀକାର କରି ନାହାନ୍ତି :

ବଲିଉଡର କିଛି official ୱେବସାଇଟ୍ ଅନୁସାରେ ବର୍ତ୍ତମାନର ଦିନ ଗୁଡିକରେ ଡ୍ୟାନ୍ସ ମାଷ୍ଟର ଗୀତା କପୁର, ଅଭିନେତା, କୋରିଓଗ୍ରାଫର୍ ଓ ସହକାରୀ ନିର୍ଦେଶକ ରାଜୀବ ଖିଞ୍ଚାବୀଙ୍କୁ ଡେଟ କରୁଛନ୍ତି । ଗୀତା କପୁର ନିଜ ପୁରୁଷ ବନ୍ଧୁ ରାଜୀବଙ୍କ ସହ ବହୁତ ଗୁଡିଏ ଫୋଟ ସୋସିଆଲ ମିଡିଆରେ ଶେୟର କରିଥିଲେ, ଯେଉଁଥିରୁ ସ୍ଵଷ୍ଟ ହେଉଛି ଯେ, ଦୁଇ ପ୍ରେମୀ ଯୁଗଳ କେଉଁ ପାର୍ଟିରେ କିମ୍ବା କୌଣସି ଇଭେନ୍ଟରେ ଯୋଗ ଦେଇ ଫେରୁଛନ୍ତି । ଏହି ଫୋଟଗୁଡିକ ମଧ୍ୟରେ ଗୀତାଙ୍କ ନିଜସ୍ଵ ଫୋଟ ମଧ୍ୟ ସାମିଲ ରହିଛି । ଯେତେବେଳେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସୂଟିଙ୍ଗ ସେଟ୍ ରେ ଗୀତାଙ୍କୁ ଏହି ସମ୍ପର୍କ ବିଷୟରେ ପଚରା ଗଲା, ସେହି ସମୟରେ ଗୀତା କଥା ଗୁଡିକୁ ହସରେ ଟାଳି ଦେଉଛନ୍ତି । ଯଦି ରାଜୀବଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ବିଷୟରେ ଆମେ କହିବୁ, ତେବେ ସେହି ଆକାଉଣ୍ଟରେ କେବଳ ରାଜୀବଙ୍କ ଫୋଟ ହିଁ ରହିଛି । ଯେତେବେଳେ ଦୁହିଁଙ୍କୁ, ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ପଚରା ଯାଉଛି, ତେବେ ସେମାନେ କହୁଛନ୍ତି ଯେ ଆମେ କେବଳ ଦୁହେଁ ଭଲ ବନ୍ଧୁ ଅଟୁ ।