ହାତ ଛଡା କରନ୍ତୁ ନାହିଁ, ଖୋଲନ୍ତୁ ଗ୍ୟାସ ଏଜେନ୍ସି !

Spread the love

ଯଦି କିଛି ବ୍ୟବସାୟ କରିବା ପାଇଁ ଚାହିଁଛନ୍ତି ତେବେ ଗ୍ୟାସ ଏଜେନ୍ସି ବ୍ୟବସାୟ କରନ୍ତୁ । କାରଣ ତୈଳ କମ୍ପାନୀ ମାନେ ନିଜ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଆଶା ପୋଷଣ କରୁଛନ୍ତି । ସର୍ବସାଧାରଣ ଜନତା ଏହାର ସୁଯୋଗ ନେଇ ଗ୍ୟାସ ଏଜେନ୍ସି ପାଇଁ ଆବେଦନ କରନ୍ତୁ ।

ଇଣ୍ଡିଆନ ତୈଳ କମ୍ପାନୀ 2019 ମସିହା ସୁଦ୍ଧା ସମଗ୍ର ଭାରତ ବର୍ଷରେ 5000 ଡିଲେରସିପ ଖିଲିବା ପାଇଁ ଯୋଜନାବୋଧ କରିଛି ।ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର 2000 ଲାଇସେନ୍ସ ପ୍ରଦାନ କରିସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ 3400 ଲାଇସେନ୍ସ ମହଜୁଦ ହୋଇ ରହିଛି । ତେଣୁ ସର୍ବସାଧାରଣ ଗ୍ୟାସ ଡିଲେରସିପ ପାଇଁ ଆବେଦନ କରି ଗ୍ୟାସ ସମ୍ପୃକ୍ତ ବ୍ୟବସାୟ କରି ଅଧିକ ଲାଭବାନ ହୋଇପାରିବେ ।

ଉତ୍ତର ପ୍ରଦେଶ, ବିହାର, ଓଡିଶା ଓ ମହାରାଷ୍ଟ୍ରରେ ଗ୍ୟାସ ଡିଲେରସିପ ପାଇବାର ଯଥେଷ୍ଟ ସମ୍ଭବନା ରହୁଛି । ଆପଣ ଯଦି ଏହି ରାଜ୍ୟର ବାସିନ୍ଦା ଓ ଗ୍ୟାସ ଡିଲେରସିପ ନେବା ପାଇଁ ଆଗ୍ରହୀ ତେବେ ତୁରନ୍ତ ଆ ଆବେଦନ କରନ୍ତୁ । ଏବଂ ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ।

ଏଜେନ୍ସି କେମିତି ପାଇବେ :

ଦେଶରେ ଇଣ୍ଡିଆନ, ଭାରତ ଓ ଏଚ.ପି ଏହିପରି ତୋନୋଟି ସରକାରୀ ତୈଳ କମ୍ପାନୀ ରହିଛି । ବିଜ୍ଞାପନ ଓ ନୋଟିଫିକେସନ ଜରିଆରେ ଆବେଦନ କରନ୍ତୁ । ଆଗାମୀ 2019 ମସିହାରେ ଆହୁରି 5000 ଗ୍ୟାସ ଡିଷ୍ଟ୍ରିବୁଟର ଖୋଲା ଯିବ । ତେଣୁ ଆପଣମାନେ ବିଜ୍ଞାପନ ଏବଂ ନୋଟିଫିକେସନ ଜରିଆରେ ତୁରନ୍ତ ଆବେଦନ କରନ୍ତୁ ।

ଲୋଟେରୀ ମାଧ୍ୟମରେ ମିଳିବ ଡିଷ୍ଟ୍ରିବୁଟର :

ଆବେଦନ ପ୍ରକ୍ରିୟା ସମାପନ ପରେ ଲୋଟେରୀ ମାଧ୍ୟମରେ ଡିଷ୍ଟ୍ରିବୁଟର ଚୟନ କରାଯିବ । ଲୋଟେରୀ ଘୋଷଣାରେ ଯେଉଁ ବ୍ୟକ୍ତିଙ୍କ ନାମ ଥାଏ, ସେହି ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ନିମନ୍ତ୍ରଣ କରାଯାଏ ।

କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନାହିଁ :

ତୈଳ କମ୍ପାନୀର ନିର୍ଦ୍ଧାରିତ ନୀତି ଅନୁଯାୟୀ 60 ବର୍ଷୀୟ ବ୍ୟକ୍ତି ମଧ୍ୟ ଏଜେନ୍ସି ନେଇପାରିବେ । ଏହା ପୂର୍ବରୁ ଏଲ.ପି.ଜି ଡିଷ୍ଟ୍ରିବୁଟର 21 ବର୍ଷ ରୁ 45 ବର୍ଷ ବ୍ୟକ୍ତିଙ୍କୁ ହିଁ ଦିଆଯାଉଥିଲା ।

ଶିକ୍ଷାଗତ ଯୋଗ୍ୟତା :

ଗ୍ୟାସ ଏଜେନ୍ସି ଖୋଲିବା ନିମନ୍ତେ ପ୍ରଥମେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଥିଲା କିନ୍ତୁ ବର୍ତ୍ତମାନ ଦଶମ ପାସ ବ୍ୟକ୍ତି ଆବେଦନ କରିପାରିବେ ।