ଆଉ Booking କରିବାକୁ ପଡିବ ନାହିଁ ରୋଷେଇ ଗ୍ୟାସ ସିଲେଣ୍ଡର : ମୋଦି ସରକାରଙ୍କ ବଡ଼ ନିଷ୍ପତି

Spread the love

ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ନିସ୍ପତିର ଘୋଷଣା, ବୁକ୍ କରିବାକୁ ପଡିବନି ରୋଷେଇ ଗ୍ୟାସ୍ ସିଲେଣ୍ଡର

ରୋଷେଇ ଘରର ଗ୍ୟାସ୍ ସମାପ୍ତ ହୋଇଯାଇଥାଏ କିମ୍ବା କୌଣସି ଉତ୍ସବ ବା ଭୋଜିରେ ଗ୍ୟାସ୍ ର ଆବଶକ୍ୟକତା ବେଳେ ବେଳେ ଆକସ୍ମିତ ଭାବରେ ରୋଷେଇ ଗ୍ୟାସ୍ ସିଲେଣ୍ଡରର ଆବଶ୍ୟକ ପଡିଥାଏ । ଯାହା କାରଣରୁ ଆମକୁ ବହୁତ ସମସ୍ୟାକୁ ସମ୍ମାନା କରିବାକୁ ପଡିଥାଏ ଓ ବ୍ୟସ୍ତ ବିବ୍ରତ ହୋଇ ପଢୁଛନ୍ତି ସମସ୍ତେ । ଏମିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବହୁତ ବଡ଼ ନିସ୍ପତିର ଘୋଷଣା କରିଛନ୍ତି । ଯାହା ଦ୍ୱାରା ସମସ୍ତ ଗ୍ୟାସ ଉପଭୋକ୍ତାଙ୍କୁ ହେବ ବହୁତ ବଡ଼ ଫାଇଦା । ଆସନ୍ତୁ ଜାଣିବା କଣ ସେ ନିସ୍ପତି :-

ଯଦି ଆପଣଙ୍କୁ କେବେ ଆକସ୍ମିତା ରୋଷେଇ ଗ୍ୟାସ୍ ସିଲେଣ୍ଡରର ଆବଶ୍ୟକ ପଡେ ତେବେ ଆପଣଙ୍କୁ ବିବ୍ରତ ହେବା ଦରକାର ନାହିଁ । ଭାରତୀୟ ତୈଳ ନିଗମ ସଂସ୍ଥା ଏକ ଯୋଜନା ଆରମ୍ଭ କରିଛି ଯାହା ଦ୍ୱାରା ଗ୍ରାହକଙ୍କୁ 5 କିଲୋ ଗ୍ୟାସ୍ ସିଲେଣ୍ଡର ତୁରନ୍ତ ମିଳିବ । ଏଥିରେ ଗ୍ୟାସ୍ ସିଲେଣ୍ଡର ବୁକ୍ କରିବାକୁ ଆବଶ୍ୟକ ପଡିବନି ।

ଗ୍ୟାସ୍ ସିଲେଣ୍ଡର ଗ୍ରାହକମାନେ ନିଜ ସହରରେ ଥିବା ଭାରତୀୟ ଗ୍ୟାସ୍ ର କୌଣସି ବି ଡ଼ିଷ୍ଟ୍ରିବୁଟର ପାଖକୁ ଯାଇ ନିଜ ପରିଚୟ ପତ୍ର ଦେଖାଇ ନିଜ ହାତରେ 5 କିଲୋର ରୋଷେଇ ଗ୍ୟାସ୍ ସିଲେଣ୍ଡର କିଣି ଆଣିପାରିବେ । ଏଥିପାଇଁ ଆପଣଙ୍କୁ ରୋଷେଇ ଗ୍ୟାସ୍ ସିଲେଣ୍ଡର ବୁକ୍ କରିବାକୁ ପଡିବନି । ଭାରତ ସରକାରଙ୍କ ଏହି ଯୋଜନା ଦ୍ୱାରା ଗ୍ରାହକଙ୍କୁ ବହୁତ ସାହାଯ୍ୟ ମିଳିବ ।