ଗ୍ୟାସ ବର୍ଣ୍ଣର ଯଦି କଳା ହୋଇ ବହୁତ ଧୀରେ ଧୀରେ ଜଳୁଥାଏ, ତେବେ ଏହି ଆପଣାନ୍ତୁ ଏହି ଉପାୟ :

Spread the love

କଳା ପଡିଯାଇଥିବା ଓ ଧୀରେ ଧୀରେ ଜଳୁଥିବା ଗ୍ୟାସ ବର୍ଣ୍ଣରକୁ ସଫା କରିବା ପାଇଁ ଅନେକ ହଇରାଣ ହେବାକୁ ପଢୁଛି, ଏହିପରି ହାଇରଣରୁ ବଞ୍ଚିବା ପାଇଁ ଆପଣନ୍ତୁ ଏହି ଉପାୟ :

ଘରେ ଥିବା ଏଭଳି କେତେକ ଜିନିଷ ଯାହାଦ୍ୱାରା ନିଆଁ ଲାଗିବାର ସମ୍ଭାବନା ଥାଏ, ତେବେ ସେଗୁଡ଼ିକର ବ୍ୟବହାର ବହୁତ ଜାଗ୍ରତର ସହ କରିବାକୁ ପଡିଥାଏ । ଯାହାଦ୍ୱାରା ଘରେ କୌଣସି ବିପଦ ନ ରହିବ ଏବଂ ଆପଣଙ୍କ ପରିବାର ମଧ୍ୟ ସୁରକ୍ଷିତ ରହିପାରିବେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଲୋକମାନଙ୍କ ଦ୍ଵାରା ଏହିପରି କିଛି ଭୁଲ୍ ଅଜାଣତରେ କେବେ ନା କେବେ ହୋଇଯାଇଥାଏ । ରୋଷେଇ କକ୍ଷରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ଗୁଡ଼ିକ ଉପରେ ଭଲରେ ଧ୍ୟାନ ରଖିବା ଆବଶ୍ୟକ । କିନ୍ତୁ ସବୁ ଜିନିଷ ଭଳି ଗ୍ୟାସ ବର୍ଣ୍ଣର ମଧ୍ୟ ସଫା ହୋଇ ରହିବା ଆବଶ୍ୟକ, ଏହାର ଅଧିକ ବ୍ୟବହାର କରିବା ଯୋଗୁଁ ଏହା କଳା ପଡି ଯାଇଥାଏ । ଯାହାଦ୍ୱାରା କି ଏଥିରୁ ଗ୍ୟାସ ବାହାରିବାର ଗତି ବହୁତ ଧୀମା ହୋଇଯାଇଥାଏ । ତେବେ ଆସନ୍ତୁ, କେଉଁ ସରଳ ଉପାୟର ପ୍ରୟୋଗ କରି ଆମେ ଗ୍ୟାସ ବର୍ଣ୍ଣରକୁ ସହଜରେ ସଫା କରିପାରିବା, ସେ ବିଷୟରେ ଏବେ ସମ୍ପୁର୍ଣ ରୂପେ ଜାଣିବା ।

କଳା ପଡିଯାଇଥିବା ଓ ଧୀରେ ଧୀରେ ଜଳୁଥିବା ଗ୍ୟାସ ବର୍ଣ୍ଣରକୁ ସଫା କରିବା ପାଇଁ ଆପଣନ୍ତୁ ଏହି ଉପାୟ :

ଗ୍ୟାସର ନିରନ୍ତର ବ୍ୟବହାର କରିବା ଯୋଗୁଁ ଏହା କଳା ହୋଇଯାଇଥାଏ, ଯାହାକୁ କିଛି ଉପାୟର ପ୍ରୟୋଗ କରି ଗ୍ୟାସ ବର୍ଣ୍ଣରକୁ ଚମକେଇ ପାରିବା । କହିବାକୁ ଗଲେ ଏହି ବର୍ଣ୍ଣରକୁ ଘରେ ହିଁ ସହଜରେ ଉଜ୍ଜ୍ଵଳ ବା ଚମକା ଯାଇପାରିବ ଓ ସମ୍ପୁର୍ଣ ରୂପେ ନୂଆ ବର୍ଣ୍ଣର ଭଳି ଦିଶିବ । ଏଥିପାଇଁ ଆପଣଙ୍କୁ ଘରରୁ ବାହାରକୁ ଯିବାର ଆବଶ୍ୟକ ନୁହଁ, କାରଣ ଯେଉଁ ଲିକ୍ୟୁଇଡ୍ ପଦାର୍ଥ ଦ୍ୱାରା ବର୍ଣ୍ଣର ସଫା କରାଯିବ, ସେହି ଲିକ୍ୟୁଇଡ୍ ଆପଣଙ୍କ ଘରେ ହିଁ ମହଜୁଦ ରହିଛି । ଏହାର ଦର ମଧ୍ୟ ବହୁତ କମ ଅଟେ । ଆପଣଙ୍କୁ କେବଳ ଏହି ଲିକ୍ୟୁଇଡ୍ ତରଳ ପଦାର୍ଥରେ ଗ୍ୟାସ ବର୍ଣ୍ଣରକୁ ରାତିସାରା (ଗୋଟିଏ ରାତି) ବତୁରାଇ ରଖିବା ଆବଶ୍ୟକ । ଏହି କଳା ହୋଇଯାଇଥିବା ଗ୍ୟାସ ବର୍ଣ୍ଣରକୁ ନୂଆ ଭଳି ଚମକେଇବା ପାଇଁ ଗୋଟିଏ ବଡ଼ ଥାଳିରେ ରଖନ୍ତୁ ଓ ସେଥିରେ ଭିନେଗାର ପକାନ୍ତୁ ଓ ସେଥିରେ ଗୋଟିଏ କପ୍ ପାଣି ମିଶାନ୍ତୁ । ପରେ ଏହି ମିଶ୍ରିତ ପାଣିରେ ବର୍ଣ୍ଣରକୁ ରାତିସାରା ବୁଡାଇ ରଖନ୍ତୁ ଓ ସକାଳେ ବ୍ରସ୍ ବା ବାସନକୁ ଯେଉଁଥିରେ ସଫା କରୁଛନ୍ତି, ତାହା ସାହାଯ୍ୟରେ ଭଲ ରୁପେ ସଫା କରନ୍ତୁ । ପରେ କପଡ଼ା ଦ୍ୱାରା ଭଲ ଭାବରେ ପଛି ଦିଅନ୍ତୁ, ଦେଖିବେ ଆପଣଙ୍କ ସେହି କଳା ପଡିଯାଇଥିବା ଗ୍ୟାସ ବର୍ଣ୍ଣର ବର୍ତ୍ତମାନ ନୁଆ ବର୍ଣ୍ଣର ଭଳି ଚମକି ଉଠିବ ।

ବଜାରରେ ଆପଣଙ୍କୁ ଭିନେଗାର ୫୦୦ ମି.ଲି ପାଖପାଖି ୩୫ ଟଙ୍କାରେ ମିଳିଯିବ । ଏହାକୁ ବଜାରରେ ଯେକୌଣସି ବି ଦୋକାନରେ ସହଜରେ ପାଇପାରିବେ । ଏଥିରେ ଉପସ୍ଥିତ କ୍ୟାମିକେଲ୍ ହିଁ ବର୍ଣ୍ଣରକୁ ସଫା କରିବା ପାଇଁ ସହାୟତା କରିଥାଏ ।

ଅନ୍ୟ ଏକ ସରଳ ଉପାୟ ହେଉଛି ଗରମ ପାଣିରେ ଗୋଟିଏ ଲେମ୍ବୁର ରସ ମିଶାଇ ସେଥିରେ କଳା ହୋଇଥିବା ବର୍ଣ୍ଣରକୁ କେତେ ସମୟ ପର୍ଯ୍ୟନ୍ତ ବୁଡାଇ ରଖି, ପରେ ସଫା କରିଲେ ତାହା ମଧ୍ୟ ଚମକି ଉଠିବ ।