ସୁବର୍ଣ୍ଣ ସୁଯୋଗ ଦଶମ ପାସ୍ କରିଥିଲେ ଆବେଦନ କରନ୍ତୁ ଗ୍ୟାସ ଏଜେନ୍ସି ପାଇଁ ଏବଂ ଖୋଲନ୍ତୁ ନିଜ ଅଂଚଳରେ ଗ୍ୟାସ ଏଜେନ୍ସି !

Spread the love

ଯଦି କିଛି ବ୍ୟବସାୟ କରିବା ପାଇଁ ଚାହିଁଛନ୍ତି ତେବେ ଗ୍ୟାସ ଏଜେନ୍ସି ବ୍ୟବସାୟ କରନ୍ତୁ । କାରଣ ତୈଳ କମ୍ପାନୀ ମାନେ ନିଜ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଆଶା ପୋଷଣ କରୁଛନ୍ତି । ସର୍ବସାଧାରଣ ଜନତା ଏହାର ସୁଯୋଗ ନେଇ ଗ୍ୟାସ ଏଜେନ୍ସି ପାଇଁ ଆବେଦନ କରନ୍ତୁ ।

ଇଣ୍ଡିଆନ ତୈଳ କମ୍ପାନୀ ୨୦୧୯ ମସିହା ସୁଦ୍ଧା ସମଗ୍ର ଭାରତ ବର୍ଷରେ ୫୦୦୦୦ ଡିଲେରସିପ ଖିଲିବା ପାଇଁ ଯୋଜନାବୋଧ କରିଛି । ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ୨୦୦୦ ଲାଇସେନ୍ସ ପ୍ରଦାନ କରିସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୪୦୦ ଲାଇସେନ୍ସ ମହଜୁଦ ହୋଇ ରହିଛି । ତେଣୁ ସର୍ବସାଧାରଣ ଗ୍ୟାସ ଡିଲେରସିପ ପାଇଁ ଆବେଦନ କରି ଗ୍ୟାସ ସମ୍ପୃକ୍ତ ବ୍ୟବସାୟ କରି ଅଧିକ ଲାଭବାନ ହୋଇପାରିବେ ।

ଉତ୍ତର ପ୍ରଦେଶ, ବିହାର, ଓଡିଶା ଓ ମହାରାଷ୍ଟ୍ରରେ ଗ୍ୟାସ ଡିଲେରସିପ ପାଇବାର ଯଥେଷ୍ଟ ସମ୍ଭବନା ରହୁଛି । ଆପଣ ଯଦି ଏହି ରାଜ୍ୟର ବାସିନ୍ଦା ଓ ଗ୍ୟାସ ଡିଲେରସିପ ନେବା ପାଇଁ ଆଗ୍ରହୀ ତେବେ ତୁରନ୍ତ ଆ ଆବେଦନ କରନ୍ତୁ ଏବଂ ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ।

ଏଜେନ୍ସି କେମିତି ପାଇବେ :

ଦେଶରେ ଇଣ୍ଡିଆନ, ଭାରତ ଓ ଏଚ.ପି ଏହିପରି ତୋନୋଟି ସରକାରୀ ତୈଳ କମ୍ପାନୀ ରହିଛି । ବିଜ୍ଞାପନ, ନୋଟିଫିକେସନ କିମ୍ବା ୱେବ୍ସାଇଟ ଜରିଆରେ ଆବେଦନ କରନ୍ତୁ । ୨୦୧୯ ମସିହାରେ ଶେଷ ସୁଦ୍ଧା ୫୦୦୦ ଗ୍ୟାସ ଡିଷ୍ଟ୍ରିବୁଟର ଖୋଲାଯିବ । ତେଣୁ ଆପଣମାନେ ବିଜ୍ଞାପନ, ନୋଟିଫିକେସନ କିମ୍ବା ୱେବ୍ସାଇଟ ଜରିଆରେ ତୁରନ୍ତ ଆବେଦନ କରନ୍ତୁ ।

ଲୋଟେରୀ ମାଧ୍ୟମରେ ମିଳିବ ଡିଷ୍ଟ୍ରିବୁଟର :

ଆବେଦନ ପ୍ରକ୍ରିୟା ସମାପନ ପରେ ଲୋଟେରୀ ମାଧ୍ୟମରେ ଡିଷ୍ଟ୍ରିବୁଟର ଚୟନ କରାଯିବ । ଲୋଟେରୀ ଘୋଷଣାରେ ଯେଉଁ ବ୍ୟକ୍ତିଙ୍କ ନାମ ଥାଏ, ସେହି ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ନିମନ୍ତ୍ରଣ କରାଯାଏ ।

କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନାହିଁ :

ତୈଳ କମ୍ପାନୀର ନିର୍ଦ୍ଧାରିତ ନୀତି ଅନୁଯାୟୀ 60 ବର୍ଷୀୟ ବ୍ୟକ୍ତି ମଧ୍ୟ ଏଜେନ୍ସି ନେଇପାରିବେ । ଏହା ପୂର୍ବରୁ ଏଲ.ପି.ଜି ଡିଷ୍ଟ୍ରିବୁଟର 21 ବର୍ଷ ରୁ 45 ବର୍ଷ ବ୍ୟକ୍ତିଙ୍କୁ ହିଁ ଦିଆଯାଉଥିଲା ।

ଶିକ୍ଷାଗତ ଯୋଗ୍ୟତା :

ଗ୍ୟାସ ଏଜେନ୍ସି ଖୋଲିବା ନିମନ୍ତେ ପ୍ରଥମେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଥିଲା କିନ୍ତୁ ବର୍ତ୍ତମାନ ଦଶମ ପାସ ବ୍ୟକ୍ତି ଆବେଦନ କରିପାରିବେ ।

ଆବେଦନ କରିବା ପ୍ରକ୍ରିୟା :

ଆଶାତୀତ ବ୍ୟକ୍ତିମାନେ ଡେଲରଶିପ୍ ପାଇବା ନିମନ୍ତେ ଗ୍ୟାସ ଅଧିକାରୀଙ୍କ ୱେବ୍ସାଇଟ ଖୋଲନ୍ତୁ, ନିମ୍ନରେ ପ୍ରଦତ୍ତ ତଥ୍ୟକୁ ଅନୁସରଣ କରନ୍ତୁ ।

ଗ୍ୟାସ ଏଜେନ୍ସି ଖୋଲିବା ପାଇଁ ଆଶାତୀତ ବ୍ୟକ୍ତିମାନେ ପ୍ରଥମେ ଗ୍ୟାସ ଅଧିକାରୀ ୱେବ୍ସାଇଟ ଖୋଲନ୍ତୁ । ୱେବ୍ସାଇଟ ଖୋଲିବା ପରେ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ । URL:- http://elitegogas.com ଏବଂ ଆବେଦନ କରନ୍ତୁ ।