ଗର୍ଭବତୀ ମହିଳାମାନଙ୍କୁ କଣ କରିବେ ? ନିଶ୍ଚୟ ବଢନ୍ତୁ ଆପଣଙ୍କର ମଙ୍ଗଳ ହେବ ।

Spread the love

ଯେତେବେଳେ ପିଲାମାନେ ମାଙ୍କ ପେଟରେ ଥାନ୍ତି, ସେତେବେଳେ ହିଁ ସବୁକିଛି ଶିଖିଥାନ୍ତି । ଯେଉଁ ମା ଗର୍ଭ ଧାରଣ କରିବାପରେ ସିରିଏଲ୍ ଦେଖିଥାନ୍ତି, ସେହି ମା କୁ ଝିଅ ଜନ୍ମ ହେଲେ ସେ ନାଗିନ ଭଳି ହେଇଥାଏ ଓ ପୁଅ ଜନ୍ମ ହେଲେ ସେ ମଧ୍ୟ କୌଣସି ନାଗ ଠାରୁ କମ୍ ହେଇନଥାଏ । ଏହା ଏଥିପାଇଁ କୁହାଯାଉଛି କାରଣ ମା ଗର୍ଭ ଧାରଣ କରିବାପରେ ଯାହା କିଛି ଦେଖିଥାନ୍ତି ଓ ଭାବିଥାନ୍ତି ତାହା ଗର୍ଭ ରେ ଥିବା ସନ୍ତାନ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ । ଯଦି ଗର୍ଭ ଧାରଣ କରିବା ମା ରାମାୟଣ ପଢ଼ିବେ ତେବେ ନିଶ୍ଚୟ ଆଜି ମଧ୍ୟ ରାମ ଓ ସୀତା ମାଙ୍କ ଭଳି ସନ୍ତାନ ଆମ ଏହି ପବିତ୍ର ଭାରତରେ ଜନ୍ମ ହେବେ ।

ଯେତେବେଳେ ମା ଗର୍ଭ ଧାରଣ କରିଥିବେ, ସେତେବେଳେ ଦୟାକରି ଅଧିକ ଦୁଃଖ, କ୍ରୋଧ, ଭୟ, ଅହଙ୍କାର ଭଳି ସୃଷ୍ଟି କରୁଥିବା ଦୃଶ୍ୟ ମାନଙ୍କୁ ନଦେଖିବା ହିଁ ସବୁଠାରୁ ଉତ୍ତମ ଅଟେ । କାରଣ ଆପଣ ଯାହା ଦେଖିଥାନ୍ତି, ଶୁଣିଥାନ୍ତି, କହିଥାନ୍ତି ଓ ମନରେ ଭାବିଥାଅ ତାହା ସବୁ ଗର୍ଭରେ ଥିବା ସନ୍ତାନ ଉପରେ ନିଶ୍ଚୟ ପ୍ରଭାବ ପଡିଥାଏ । ଯଦି ଅଧିକ ଭୁତ ସିରିଏଲ୍ ଦେଖି ଡରିଥାଅ, ତେବେ ଆପଣଙ୍କ ଗର୍ଭରୁ ଜନ୍ମ ହେବା ସନ୍ତାନ ମଧ୍ୟ ଡରୁଆ ହେବା ସୁନିଶ୍ଚିତ ।

ଆପଣଙ୍କ ଗର୍ଭରେ ସନ୍ତାନ ଥିବା ସମୟରେ ଆପଣ ଯାହା କରିଥାଅ, ଯାହା ଭାବିଥାଅ ତାହା ସିଧାସଳଖ ଗର୍ଭରେ ଥିବା ସନ୍ତାନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକ ମାଙ୍କ ସବୁଠାରୁ ମହତ୍ୱପୂର୍ଣ କାମ ହେଉଛି । ଆପଣ ସନ୍ତାନକୁ ଜନ୍ମ କରିବାପରେ, ସନ୍ତାନର ଭବିଷ୍ୟତ ପାଇଁ କେବେବି ଅଧିକ ଚିନ୍ତା କରନ୍ତୁ ନାହିଁ । ସବୁବେଳେ ନିଜ ସନ୍ତାନର ଭଲ ଚରିତ୍ର ନିର୍ମାଣ କରିବାପାଇଁ ପ୍ରୟାସ କରନ୍ତୁ । କାରଣ ଚରିତ୍ର ଭଲ ଥିଲେ ସେ ଦୁନିଆରେ କେଉଁଠାରେ ମଧ୍ୟ ସଫଳତା ହାସଲ କରିପାରିବ । ଏଥିପାଇଁ ଅଧିକ କିଛି ନୁହେଁ କେବଳ ରାମାୟଣ ପଢି ନିଜ ସନ୍ତାନ ମାନଙ୍କୁ ଶୁଣାନ୍ତୁ ତାହାର ପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ନିଶ୍ଚୟ ପଡ଼ିବ । ଯଦି ଆପଣ ଏଭଳି କରିବେ ତେବେ ନିଜ ସନ୍ତାନର ଭବିଷ୍ୟତ ପାଇଁ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ ।