ସାବଧାନ : ଗରମ ପାଣିରେ ଗାଧୋଉଛନ୍ତି କି ? ଅସୁବିଧାରେ ପଡ଼ିପାରନ୍ତି

Spread the love

ନିଜକୁ ସଫାସୁତରା ଓ ସୁସ୍ଥବାନ ରଖିଅ ପାଇଁ ଅଧିକାଂଶ ଲୋକ ଶୀତ ଦିନରେ ଗରମ ପାଣି ଗାଧୋଇଥାନ୍ତି । ଗରମ ପାଣି ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଉପକାର ମିଳିଥାଏ ତା’ସଂଗେ ସଂଗେ କିଛି ଅପକାରିତା ବା ସମସ୍ୟା ମଧ୍ୟ ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଗରମ ପାଣି ଗାଧୋଇବା ଦ୍ୱାରା ଶରୀର ଉପରେ ପଢ଼ୁଥିବା ଚାପ ଓ ଚିନ୍ତା ଉଭୟ ଦୂର ହୋଇଥାଏ । କିନ୍ତୁ ଗରମ ପାଣି ଗାଧୋଇବା ଦ୍ୱାରା ବହୁତ ବଡ ସମସ୍ୟା ଉପୁଜିଥାଏ । ଡାକ୍ତରମାନେ ଅଳ୍ପ ଗରମ ବା ନଖ ଉଷୁମ ପାଣି ଗାଧୋଇବା ପାଇଁ କୁହନ୍ତି । ବିଜ୍ଞାନ ଭାଷାରେ କହିବାକୁ ଗଲେ ପାଣିକୁ 32 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉତ୍ତପ୍ତ କରି ଗାଧୋଇବା ଉଚିତ ।

ଗରମ ପାଣି ଗାଧୋଇବା ଦ୍ୱାରା ଶରୀରର ଚର୍ମରେ ଥିବା ତୈଳାଂଶ ଗରାମ ପାଣି ଦ୍ୱାରା ଶରିରୀରୁ ନିଷ୍କାସିତ ହୋଇଯାଇଥାଏ ଯାହାଫଳରେ ଚର୍ମ ଶୁଖିଲା ଶୁଖିଲା ଦେଖାଯାଏ ଓ ଚର୍ମରେ କୁଣ୍ଡିଆ ହୋଇଥାଏ ।

ବାଳଗୁଡିଏ ରୁକ୍ଷ ବା ବାଳର ଚିକଣତା ନଷ୍ଟ ହୋଇଯାଏ :

ଶୀତ ଦିନରେ ଗରମ ପାଣି ଗାଧୋଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଏହା କୁ-ପ୍ରଭାବ ଆପଣଙ୍କ ବାଳ ୟୁପିଏ ପଡିଥାଏ । କାରଣ ଗରମ ପାଣି ଗାଧୋଇବା ଦ୍ୱାରା ବାଳର ମଶ୍ଚୁରାଇଜ ବା ଆର୍ଦ୍ରତା କମି ଯାଇଥାଏ । ଯାହାଫଳରେ ଆପଣଙ୍କ ବାଳ ଶୁଷ୍କ ବା ଆଦ୍ରତାହୀନ ହୋଇପାରେ ।

ଆଖି ସମସ୍ୟା ହୋଇପାରେ :-

ଗରମ ପାଣି ଗାଧୋଇବା ଦ୍ୱାରା ଆଖିର ଶୁଷ୍କତା କମିଯାଇଥାଏ । ଯାହାଫଳରେ ଆଖି ପତା ଓ ଆଖିର ତଳ ଅଂଶ ଚର୍ମ ଲୁଚକାଚ ଭଳି ଦେଖାଯିବ । ଏହା ସଂଗେ ଆଖି ଲାଲ ହୋଇଯିବ, କୁଣ୍ଡିଆ ହେବ ସଂଗେ ସଂଗେ ଆଖିରୁ ପାଣି ମଧ୍ୟ ନିର୍ଗତ ହୋଇପରେ ।

କୁଣ୍ଡିଆ ଭଳି ସମସ୍ୟା :-

ଆପଣ ସମସ୍ତେ ଜନାନୀତ ଶୀତ ଦିନରେ ଶରୀରର ଚର୍ମ ଭିନ୍ନ ରୂପରେ ଦେଖାଯାଏ । ଶରୀରଟି ଶୁଖିଲା ଶୁଖିଲା ଦେଖାଯାଏ । ଏହିପରି ପରିସ୍ଥିତିରେ ଯଦି ଆପଣ ଗରମ ପାଣି ଗାଧୋଇବେ ତେବେ ଶରୀର ଆହୁରି ଅଧିକ ଶୁଖିଲା ଶୁଖିଲା ଦେଖାଯିବ । ଯାହାଫଳରେ ପୁରା ଶରୀରରେ କୁଣ୍ଡିଆ ଭଳି ସମସ୍ୟା ହୋଇପାରେ । ଏହା ସଂଗେ ସଂଗେ ଚର୍ମ ସଂକ୍ରାନ୍ତ ରୋଗ ମଧ୍ୟ ହୋଇପାରେ ।

ନଖ ଉପରେ କୁପ୍ରଭାବ ପଡିଥାଏ :

ଗରମ ପାଣି ଗାଧୋଇବା ଦ୍ୱାରା ହାତ ଓ ଗୋଡର ଆଙ୍ଗୁଠି ଉପରେ ଏହା କୁ-ପ୍ରଭାବ ପଢ଼ିଥାଏ । ସାମାନ୍ୟ ଅଧିକ ଗରାମପାଣି ଗାଧୋଇବା ଦ୍ୱାରା ନଖଗୁଡିକ ଦୁର୍ବଳ ହୋଇଯାଏ ଓ ନଖ ଚାରି ପାଖରେ ଥିବା ଚର୍ମ ଫାଟିବାକୁ ଲାଗେ ।

ଗରମ ପାଣି ପିଇବା ବହୁତ ଲାଭ ଦାୟକ ହୋଇଥାଏ କିନ୍ତୁ ଗରମ ପାଣି ଗାଧୋଇବା ଶରୀର ପକ୍ଷେ ଉପଯୁକ୍ତ ନୁହେଁ । ଗରମ ପାଣି ଗାଧୋଇବା ଦ୍ୱାରା ଶରୀରର ଚର୍ମ ଶୁଖିଲା ଶୁଖିଲା ଦେଖାଯାଏ ଓ ଶରୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।