ଗରମ ଲେମ୍ବୁ ପାଣି ସେବନ କରିବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହିତକାରକ !

Spread the love

ସମସ୍ତେ ଚାହାଁନ୍ତି ଦିନଟି ଭଲରେ ଅତିବାହିତ ହେଉ ବୋଲି । ଯଦି ସକାଳର ଆରମ୍ଭ ଭଲ ହୋଇଥାଏ, ତେବେ ପୂରା ଦିନଟି ଭଲରେ କଟିଥାଏ ବୋଲି ସମସ୍ତଙ୍କ ବିଶ୍ୱାସ । ଶତକଡା 99% ଭାଗ ଲୋକ ଦିନର ଆରମ୍ଭ ଚା’ କିମ୍ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି ? ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ କେତେ ଲାଭଦାୟକ ଜାଣନ୍ତି କି ? ଅଧିକାଂଶ ଲୋକମାନେ ଶୀତ ଦିନେ ଗରମ ଲେମ୍ଭୁ ପାଇଁ ପାଇବାକୁ ଡରୁଛନ୍ତି କାହିଁକି ? କିନ୍ତୁ ଶୀତ ଦିନେ ମଧ୍ୟ ଗରମ ଲେମ୍ଭୁ ପାଣି ସେବନ କରିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖାଲି ପେଟରେ ମଧ୍ୟ ପିଇବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ଗରମ ଲେମ୍ଭୁ ପାଣି ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ?

ଶରୀରର ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରେ :

ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍-ନେସ୍ ବା ମୋଟାପଣ କମି ଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇ ନ ଥାଏ ।

ଥଣ୍ଡା, ଜ୍ୱର ଓ କାଶ ଠାରୁ ଦୂରେଇ ରଖେ :

ଲେମ୍ବୁରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ରହିଥାଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖା ଯାଇ ନ ଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି :

ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ । ଏହା ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।

ଶରୀରରୁ ବର୍ଜ୍ୟ ବସ୍ତୁ ନିଷ୍କାସନ କରେ ଓ ପାଚନ ତନ୍ତ୍ରକୁ ପ୍ରଖର କରେ :

ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ । ଯେଉଁମାନେ ସକାଳୁ ଉଠି ଗରମ ପାଣି ପିଅନ୍ତି, ପାଚନ ତନ୍ତ୍ର ପ୍ରଖର ହୋଇଥାଏ ଏବଂ ପେଟ ଜନିତ ସମସ୍ୟା ପ୍ରାୟତଃ ଦେଖାଯାଏ ନାହିଁ ।

ଆଣ୍ଟୁଗଣ୍ଠି ବଥା ଓ ଶରୀର ବଥାରୁ ମୁକ୍ତି ମିଳେ :

ଆପଣଙ୍କୁ ଜଣାଇଦେଉଚୁ ଯେ, ଯେଉଁ ବ୍ୟକ୍ତିମାନଙ୍କ ଆଣ୍ଠୁଗଣ୍ଠି ବଥା ହେଉଛି କିମ୍ବା ଶରୀରରେ ବଥା ବା ଯନ୍ତ୍ରଣ ଅନୁଭବ କରୁଛନ୍ତି, ସେହି ବ୍ୟକ୍ତିମାନେ ପ୍ରତିଦିନ ସକାଳୁ ଗରମ ଲେମ୍ବୁ ପାଣି ଗୋଟିଏ ଗ୍ଲାସ ପିଅନ୍ତୁ । ଏହା ଦ୍ୱାରା ଆଣ୍ଠୁଗଣ୍ଠି ବଥା ଓ ଶରୀରରେ ଯନ୍ତ୍ରଣ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

ସ୍ୱାସ୍ଥ୍ୟ ସମ୍ଭନ୍ଧୀତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ।