ଖରା ଓ ଗରମ ଯୋଗୁଁ କଳା ପଡିଯାଇଥିବା ଶରୀରର ଅଙ୍ଗକୁ କରିଦିଅନ୍ତୁ ଗୋରା, କେବଳ ୧୦ ଟଙ୍କା ଲାଗିବ, ରାତିରେ ଲଗାଇ ଶୋଇବାକୁ ପଡିବ ।

Spread the love

ବର୍ତ୍ତମାନ ସମୟରେ ବଦଳୁଥିବା ପରିବର୍ତ୍ତନଶିଳା ଜୀବନଶୈଳୀ, ପ୍ରଦୂଷଣ ଓ ତାପମାନ ବଢୁଥିବା ଯୋଗୁଁ ମଣିଷର ଶରୀର କଳା ପଡିଯାଇଥାଏ । ଏହା ଯୋଗୁଁ ଆମ ଶରୀରରେ ରୁକ୍ଷତା, କଳା ଚିହ୍ନ, ଦାଗ ହୋଇଯାଏ; ଯାହାଦ୍ଵାରା ଶରୀରର ଆକର୍ଷଣ କମି ଯାଇଥାଏ ।

ଆଜିକାଲି ସବୁ ବ୍ୟକ୍ତି ଗୋରା ହେବା ପାଇଁ ଚାହାନ୍ତି । ଚେହେରାକୁ ଗୋରା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି । କିନ୍ତୁ ଚେହେରା ସହ ଆମ ଶରୀର ବି ସୁନ୍ଦର ଓ ଗୋରା ହେବା ଦ୍ୱାରା ଆମର ବ୍ୟକ୍ତିଗତ ଜୀବନଶୈଳୀ ଓ ବ୍ୟକ୍ତିତ୍ୱ ଆହୁରି ବଢିଯାଏ । ଆଜି ଆମେ ଆପଣଂକୁ ଏକ ଏପରି ଉପାୟ ବିଷୟରେ କହିବୁ ଯାହା କେବଳ ୩ ଦିନରେ ଆମ ଶରୀରର କଳା ପଣ ଦୂର କରିଦେବ ।

ଆବଶ୍ୟକ ସାମଗ୍ରୀ:-

ଏହି ଦେଶୀ ଉପାୟ ପାଇଁ ଆମକୁ ଗୋଟିଏ ଚାମଚ ଚିନି, ଗୋଟିଏ ଚାମଚ ଆଲୋଭେରା ଜେଲି (ଘି କୁଆଁରୀର ରସ), ଗୋଟିଏ ଲେମ୍ବୁ, ଦୁଇ ଚାମଚ ଦହି, ଏକ ଚାମଚ କ୍ଷୀର ଓ ଏକ ଚାମଚ ମହୁ ଆବଶ୍ୟକ । ଚିନିରେ ସ୍କ୍ରବ କରିବା ଦ୍ୱାରା ଆମ ଶରୀରରୁ ମୃତ କୋଶିକା ଗୁଡିକ ବାହାରି ଯାଇଥାଏ । ତ୍ୱଚାରେ ଗୋରାପଣ ଆସିଥାଏ ।

କ୍ଷୀରରେ ଫ୍ୟାଟି ଏସିଡ ଥାଏ, ଯାହା ତ୍ୱଚାକୁ ପୋଷଣ ଦେଇଥାଏ । ଯାହାଫଳରେ ତ୍ୱଚା ଗୋରା ହୋଇଥାଏ । ଲେମ୍ବୁ ଏକ ପ୍ରାକୃତିକ ବିରଞ୍ଜନ କରିବା ପଦାର୍ଥ ଅଟେ, ଯାହା ତ୍ୱଚାକୁ ସଫା କରିଥାଏ । ଏଲୋଭେରା ଜେଲି ଶରୀରର ପୁରୁଣା କୋଶିକା ଗୁଡିକୁ ମରାମତି ବା ରିପେର୍ କରିଥାଏ ।

ଉପଯୋଗ ନିୟମ ବା ବିଧି :-

ଚିନି ଓ ଆଲୋଭେରାକୁ ମିଶାଇ ଲେମ୍ୱୁ ସାହାଯ୍ୟରେ ଏହାକୁ ଶରୀରରେ ଲଗାନ୍ତୁ । ଶୁଖିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାପରେ ଗୋଟିଏ ଚାମଚ ଦହି, ଏକ ଚାମଚ କ୍ଷୀର, ଏକ ଚାମଚ ମହୁ ଓ ଲେମ୍ୱୁ ରସକୁ ମିଶାଇ ଚେହେରାରେ ଲଗାନ୍ତୁ । ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚା ପୁରାପୁରି ସଫା ହୋଇଯିବ ଓ ତ୍ୱଚା ଗୋରା ଦେଖାଯିବ । ଏହାଦ୍ୱାରା ଆପଣଂକୁ ଗୋଟିଏ ରାତିରେ ହିଁ ଫରକ୍ ନଜର ଆସିବ ।