ଗାନ୍ଧୀଜୀଙ୍କ ସମ୍ବନ୍ଧରେ ଜାଣନ୍ତୁ କିଛି ଘଟଣା । ଗାନ୍ଧୀଜୀ ନିଜ ପତ୍ନୀଙ୍କ ସହ ସମ୍ବନ୍ଧ ରଖିବା ପରେ, ସାରା ଜୀବନ କାହିଁକି ନିଜକୁ କ୍ଷମା କରି ପାରିନଥିଲେ ନାହିଁ ? ଆପଣ ମଧ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଲେଖକ ଜେଡ୍ ଏଡମସ୍ ଗାନ୍ଧୀଜୀଙ୍କ ଉପରେ ”ଗାନ୍ଧୀ ନେକେଡ୍ ଏମ୍ବିସନ୍” ବହି ଲେଖିଛନ୍ତି । ଏହି ବହିଟିରେ ଗାନ୍ଧୀଜୀ କିପରି ବହୁତ ଗୁଡିଏ ମହିଳାଙ୍କ ସହ ସମ୍ବନ୍ଧ ରଖିଛନ୍ତି ସେହି ବିଷୟରେ ଉଲ୍ଲେଖ କରିଛନ୍ତି । ମୋହନଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ଭାରତର ଜାତୀୟ ପିତା ରୂପେ ପରିଗଣିତ କରାଯାଇଛି । ବ୍ରିଟିଶଙ୍କ ଠାରୁ ସ୍ଵାଧୀନତା ପାଇବାରେ ଗାନ୍ଧିଜୀଙ୍କ ଅବଦାନ ମହତ୍ୱପୂର୍ଣ୍ଣ ଅଟେ । ଗାନ୍ଧୀଜୀ ନିଜ ଅହିଂସା ନୀତି ମାଧ୍ୟମରେ ଭାରତବାସୀଙ୍କୁ ବ୍ରିଟିଶଙ୍କ ଠାରୁ ସ୍ଵାଧୀନତାର ଭେଟି ଦେଇଥିଲେ । ଏହି ବିଷୟଟି ଭାରତର ଅଧିବାସୀ ସମେତ ବ୍ରିଟିଶମାନେ ମଧ୍ୟ ଜାଣିଛନ୍ତି । କହିବାକୁ ଗଲେ ଗାନ୍ଧୀଙ୍କ ଉପରେ ଅନେକଗୁଡିଏ ବହି ଲେଖାଯାଇଛି । ତା ସଂଗେ ସଂଗେ ଅନେକ ଗୁଡିଏ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ ଏପରି ଗୋଟିଏ ବହି ଗାନ୍ଧୀଜୀଙ୍କ ଉପରେ ଲେଖାଯାଇଛି ଯେଉଁଥି ପାଇଁ ସାରା ଦୁନିଆରେ ହଲଚଲ୍ ସୃଷ୍ଟି ହୋଇଯାଇଥିଲା । କିଛି ଲୋକ ବହିଟିରେ ଲେଖା ଯାଇଥିବା ଘଟଣାଗୁଡିକୁ ମିଛ ଭାବିଥିଲେ କିନ୍ତୁ ଅଧିକାଂଶ ଲୋକ ବହିରେ ଲେଖା ଯାଇଥିବା ଘଟଣାକୁ ସତ ବୋଲି ସ୍ୱୀକାର କରି ନେଇଥିଲେ ।

ଲେଖକ ଜେଡ ଅଡମସଙ୍କ “ଗାନ୍ଧୀ ନେକେଡ ଏମ୍ବିସନ”

ଗାନ୍ଧୀଜୀଙ୍କ ଉପରେ ଲେଖକ ଜେଡ ଅଡମସଙ୍କ ଦ୍ଵାରା ଲେଖାଯାଇ ଥିବା ବହିଟିର ନାମ ହେଉଛି “ଗାନ୍ଧୀ ନେକେଡ ଏମ୍ବିସନ” । ଏହି ବହିଟି ବର୍ଷ ୨୦୧୦ରେ ଲୋକାପର୍ଣ ହୋଇଥିଲା । ଏହି ବହିର ନାମଟି ହିଁ ସାରା ଦୁନିଆରେ ହଇଚଇ ସୃଷ୍ଟି କରିଥିଲା । ଆପଣମାନଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ଏହି ବହିଟିର ପ୍ରତିଟି ପୃଷ୍ଠା ବିବାଦପୂର୍ଣ୍ଣ । ଏହି ବହିଟିରେ ଗାନ୍ଧୀଜୀଙ୍କ ଯୌନ ଜୀବନୀ ଉପରେ ବହୁତଗୁଡିଏ ଘଟଣା ଲେଖାଯାଇଛି । ଏହି ବହିଟିରେ ଯେଉଁ ସବୁ ଘଟଣା ଜେଡ୍ ଅଡମସ୍ ଲେଖିଛନ୍ତି ତାହା କେତେ ଦୂର ସତ୍ୟ ସେହି ବିଷୟଟି କେବଳ ଜେଡ୍ ଅଡମସ୍ ହିଁ ଜାଣିଥିବେ । ଜେଡ୍ ଅଡମସ୍ ଙ୍କ ଏହି ବହିରେ ଗାନ୍ଧୀଜୀଙ୍କ ଯୌନ ଜୀବନ ଉପରେ ଅନେକ ଗୁଡିଏ ଘଟଣାବଳୀ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବେ କଣ ସବୁ ଲେଖା ଯାଇଥିଲା ଏହି ବିବାଦୀୟ ବହିଟିରେ ।

ସତ୍ୟାଗ୍ରହ କରି ଗାନ୍ଧୀଜୀ ଅହିଂସାର ମାର୍ଗରେ ଚାଲିଥିଲେ :

ଲେଖକଙ୍କ ମତ ଅନୁସାରେ ଗାନ୍ଧୀଜୀ ନା କେବଳ ଜଣେ ଭଲ ରାଜନେତା ଥିଲେ, ବରଂ ସେ ଜଣେ ଭଲ ସ୍ଵାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ଜେଡ୍ ଅଡମସ୍ ଙ୍କ ଅନୁସାରେ ଗାନ୍ଧୀଜୀ ଅନେକ ମହିଳାଙ୍କ ସହ ମିଶି ନିବସ୍ତ୍ର ଗାଧଉ ଥିଲେ । ଗାନ୍ଧୀ ନିବସ୍ତ୍ର ହୋଇ ମହିଳାଙ୍କ ଦ୍ଵାରା ନିଜ ଶରୀରର ମାଲିସ କରାଉଥିଲେ । ଏଥିପାଇଁ ଗାନ୍ଧୀଜୀ ନିବସ୍ତ୍ର ହୋଇ ମହିଳାଙ୍କ ଦ୍ଵାରା ନିଜ ଶରୀରର ମାଲିସ କରାଉଥିଲେ କାରଣ ସେ ନିଜର ଦୃଢ ଇଛା ଶକ୍ତି ଓ ନିଜ ସାହନଶୀଳତାର ପରୀକ୍ଷା ନେଉଥିଲେ ।

ଏଥିପାଇଁ ଗାନ୍ଧୀ ନିଜକୁ ଜୀବନସାରା କ୍ଷମା କରି ପାରିନଥିଲେ :

ଏହି ବହିଟିରେ ଗାନ୍ଧୀଜୀଙ୍କ ସ୍ତ୍ରୀ କସ୍ତୃରିବା ଗାନ୍ଧୀଙ୍କ ଉପରେ ବହୁତ ଗୁଡିଏ ସତ୍ୟ ଘଟଣା ପ୍ରକାଶ କରାଯାଇଛି । ବହିଟି ଅନୁସାରେ ଗାନ୍ଧୀଜୀ ନିଜ ପତ୍ନୀଙ୍କ ସହ ଜୀବନରେ ଥରେ ଶାରୀରିକ ସମ୍ବନ୍ଧ ରଖିବା ପରେ କେମିତି ଗାନ୍ଧୀଜୀ ନିଜକୁ ନିଜେ ସାରା ଜୀବନ କ୍ଷମା କରି ପାରିନଥିଲେ ସେହି ବିଷୟରେ ଉଲ୍ଲେଖ କରାଯାଇଛି । ଗାନ୍ଧୀଜୀ ୧୮୮୫ ମସିହାରରେ ଯେତେବେଳେ ନିଜ ଶଶୁର (ଗାନ୍ଧୀଜୀଙ୍କ ପତ୍ନୀ କସ୍ତୃରିବା ଗାନ୍ଧୀଙ୍କ ବାପାଙ୍କ) ମୃତ୍ୟୁ ପରେ ଗାନ୍ଧୀଜୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ସେହିଦିନ ରଖିଥିବା ସେହି ଶାରୀରିକ ସମ୍ବନ୍ଧ ସାରା ଜୀବନ ଗାନ୍ଧୀଜୀ ଭୁଲି ପାରିନଥିଲେ । ଘଟଣା ଅନୁସାରେ ଗାନ୍ଧୀଜୀ ସେହି ଦିନ ଠାରୁ ନିଜକୁ ନିଜେ ଘୃଣା କରି ଚାଲିଥିଲେ । ବହିଟିରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ଗାନ୍ଧୀଜୀ ନିଜ ଜୀବନ କାଳରେ ଅନେକ ଗୁଡିଏ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

Source : NewsTrand