ମାତୃ ଦିବସ: ପ୍ରିୟଙ୍କାଙ୍କ ଠାରୁ ଆରମ୍ଭ କରି ଏଶ୍ଚର୍ଯ୍ୟାଙ୍କ ପର୍ଯ୍ୟନ୍ତ, ସୁନ୍ଦରତାରେ ନିଜର ଝିଅମାନଙ୍କୁ ଦିଅନ୍ତି ଟକ୍କର ଅଭିନେତ୍ରୀଙ୍କ ମାଆ ମାନେ…

Spread the love

ପ୍ରତିବର୍ଷ ମଇ ମାସର ଦ୍ୱିତୀୟ ରବିବାର ଦିନ ମାତୃ ଦିବସ ପାଳନ କରାଯାଏ । ସେମିତିରେ ଦେଖିବାକୁ ଗଲେ ୩୬୫ ଦିନ ହିଁ ଆମେ ସମସ୍ତେ ମାଁ ଙ୍କୁ ପ୍ରେମ କରିଥାଉ କିନ୍ତୁ ମାତୃ ଦିବସ ଟିକିଏ ଭିନ୍ନ ଅଟେ । ମାତୃ ଦିବସର କଥା ହିଁ ନିଆରା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ଼ କଳାକାର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ଦିନଟି ବିଶେଷ ହୋଇଥାଏ । ଆଜି ଆପଣ ମାନଙ୍କୁ କିଛି ବହୁତ ସୁନ୍ଦର ବଲିଉଡ଼ ଅଭିନେତ୍ରୀ ମାନଙ୍କ ମାଁ ମାନଙ୍କ ସହ ପରିଚିତ କରାଇବୁ । ଏହି ମାଁ ମାନେ ସୁନ୍ଦରତା କ୍ଷେତ୍ରରେ ନିଜର କଳାକାର ଝିଅ ମାନଙ୍କୁ ମଧ୍ୟ ଟକ୍କର ଦିଅନ୍ତି । ଏମାନଙ୍କ ଯୋଗୁଁ ତାଙ୍କ ଝିଅମାନେ ବଲିଉଡ଼ରେ ନାମ ଅର୍ଜନ କରିପାରିଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ମାଆ ମାନେ ଲାଇମ ଲାଇଟରୁ ଦୂରେଇ ରୁହନ୍ତି କିନ୍ତୁ ଏମାନେ ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି ।

ପ୍ରିୟଙ୍କା ଚୋପଡ଼ା

Google

ପ୍ରିୟଙ୍କା ଚୋପଡ଼ାଙ୍କ ମାଆ ମଧୁ ଚୋପଡ଼ା ବେଳେବେଳେ ଫିଲ୍ମୀ ପାର୍ଟି ମାନଙ୍କରେ ନଜର ଆସନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଞ୍ଚୁ ମଧୁ ଜଣେ ଫିଜିସିୟନ ଅଟନ୍ତି । ପ୍ରିୟଙ୍କା ଓ ମଧୁ ଚୋପଡ଼ା ଦୁହେଁ ମିଶି ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଚଳାନ୍ତି । ମଧୁ ନିଜ ଝିଅଙ୍କୁ ବହୁତ ସହଯୋଗ କରନ୍ତି ।

ଏଶ୍ଚର୍ଯ୍ୟା ରାୟ

Google

ଏଶ୍ଚର୍ଯ୍ୟା ରାୟଙ୍କ ମାଆ ବୃନ୍ଦା ରାୟ ଜଣେ ଗୃହିଣୀ ଅଟନ୍ତି । ଏଶ ଥରେ ଏକ ଇଣ୍ଟରଭିୟୁରେ କହିଥିଲେ ଯେ ତାଙ୍କ ମାଆ ତାଙ୍କୁ ଶିଖାଇଥିଲେ ଯେ ପରିବାର ଓ ସମ୍ପର୍କକୁ କିଭଳି ସମ୍ଭାଳିବା ଉଚିତ୍ । ଏହା ସହିତ ନିଜର ସଂସ୍କୃତି ପରମ୍ପରାକୁ ମଧ୍ୟ ଭୁଲିବା ଉଚିତ୍ ନୁହେଁ ।

ଶିଳ୍ପା ସେଟ୍ଟୀ

Google

ଶିଳ୍ପା ସେଟ୍ଟୀଙ୍କ ମାଆ ସୁନନ୍ଦା ସେଟ୍ଟୀ ସୁନ୍ଦରତା କ୍ଷେତ୍ରରେ ନିଜ ଝିଅଙ୍କୁ ମଧ୍ୟ ଟକ୍କର ଦିଅନ୍ତି । ସୁନନ୍ଦାଙ୍କ ପିନ୍ଧିବା ଶୈଳୀ ଉତ୍ତମ ଅଟେ । ସେ ଲାଇମ ଲାଇଟରୁ ଦୂରେଇ ରୁହନ୍ତି କିନ୍ତୁ ଝିଅମାନଙ୍କ ସହ ଲଞ୍ଚ ଓ ଡିନର ସମୟରେ ନଜର ଆସିଯାନ୍ତି ।

ସୋନମ କପୂର

Google

ସୋନମ କପୂରଙ୍କ ମାଆ ସୁନିତା କପୂର ମଧ୍ୟ ଲାଇମ ଲାଇଟରୁ ଦୂରେଇ ରୁହନ୍ତି । ତାଙ୍କର ଡ୍ରେସିଂ ସେନ୍ସ ବହୁତ ଭଲ ଅଟେ ଏବଂ ସେ ଚଳଚ୍ଚିତ୍ର ‘ରୂପ କି ରାନୀ ଚୋରୋ କା ରାଜା’, ‘ଜୁଦାଇ’, ରେ ଅନୀଲ କପୂରଙ୍କ ପାଇଁ ଡ୍ରେସ ଡିଜାଇନ କରିଥିଲେ । କେବଳ ଏତିକି ନୁହେଁ ସୁନିତା ସୋନମଙ୍କ ଡେବ୍ୟୁ ଫିଲ୍ମ ‘ସାବରୀୟା’ ର ବେକଗ୍ରାଉଣ୍ଡ ଓ ସେଟ ଡିଜାଇନ ମଧ୍ୟ କରିଥିଲେ ।

ଦୀପିକା ପାଦୁକୋଣ

Google

ଦୀପିକା ପାଦୁକୋଣଙ୍କ ମାଆ ଉଜ୍ଜ୍ଵଲା ପାଦୁକୋଣ ଜଣେ ଟ୍ରାଭେଲ ଏଜେଣ୍ଟ ଅଟନ୍ତି । କହିବା ପାଇଁ ଚାହୁଁଞ୍ଚୁ ଦୀପିକାଙ୍କ ମାଆ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର । ଏକ ଇଣ୍ଟରଭିୟୁରେ ଦୀପିକା କହିଥିଲେ ଯେ ସେ ନିଜ ମାଆଙ୍କ ବିନା କୌଣସି କାର୍ଯ୍ୟ କରିପାରନ୍ତି ନାହିଁ । ଦୀପିକା ନିଜ ମାଆଙ୍କ ପ୍ରତିଛବି ଅଟନ୍ତି ।

କ୍ୟାଟ୍ରିନା କୈଫ

Google

କ୍ୟାଟ୍ରିନା କୈଫଙ୍କ ମାଆ ସୁଜେନ ବ୍ରିଟିଶ ଦେଶର ଅଟନ୍ତି ଏବଂ ସେ ଚେରୀଟିର କାର୍ଯ୍ୟ କରୁଥିଲେ । କ୍ୟାଟଙ୍କ ମାତାପିତାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି । ତାଙ୍କ ମାଆ ବର୍ତ୍ତମାନ ଭାରତରେ ହିଁ ବାସ କରନ୍ତି । ସେ ଗରିବ ଶିଶୁମାନଙ୍କୁ ପଢ଼ାନ୍ତି । କ୍ୟାଟ, ନିଜ ମାଆଙ୍କ ସହିତ ସମୟ ଅତିବାହିତ କରିବାକୁ ବହୁତ ପସନ୍ଦ କରନ୍ତି । କହିବା ପାଇଁ ଚାହୁଞ୍ଚୁ ଯେ କ୍ୟାଟ୍ରିନା ନିଜ ମାଆଙ୍କ ଚ୍ୟାରିତଟେବଲ ଟ୍ରଷ୍ଟ ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥିଲେ । କିଛି ବର୍ଷ ତଳେ କ୍ୟାଟ୍ରିନା ଏକ ଇଣ୍ଟରଭିୟୁରେ କହିଥିଲେ ଯେ ଯେବେ ମୁଁ ଛୋଟ ଥିଲି ମୋ ପିତା ମାଆଙ୍କୁ ଛାଡ଼ପତ୍ର ଦେଇ ଚାଲିଯାଇଥିଲେ । ମାଆ ଏକୁଟିଆ ଭାଇ ଭଉଣୀ ମାନଙ୍କୁ ଲାଳନ ପାଳନ କରିଛନ୍ତି ଏବଂ ବଡ଼ କରିଛନ୍ତି ।

କଙ୍ଗନା ରଣାବତ

Google

କଙ୍ଗନା ରଣାବତଙ୍କ ମାଆ ଆଶା ରଣାବତ ଜଣେ ଶିକ୍ଷୟିତ୍ରୀ ଥିଲେ । କଙ୍ଗନା ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ ତାଙ୍କ ମାଆ ଚାହୁଁଥିଲେ ଯେ ସେ ୧୬ ବର୍ଷ ବୟସରେ ହିଁ ବିବାହ କରି ନିଅନ୍ତୁ । ଏହି କଥାକୁ ନେଇ ତାଙ୍କ ଘରେ ଅନେକ ଦିନ ପର୍ଯ୍ୟନ୍ତ କଳହ ହୋଇଥିଲା, କିନ୍ତୁ କଙ୍ଗନା ଏଥିପାଇଁ ପ୍ରସ୍ତୁତ ନଥିଲେ । ସେ ଇଣ୍ଟରଭିୟୁରେ କହିଥିଲେ, ମାଆ ମୋତେ ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି ।