ଜୁନ ୧ରୁ ପୁଣିଥରେ ରେଳଧାରଣାରେ ୨୦୦ ରେଳ ଚାଲିବ । ରେଲୱେ ରିଜର୍ଭସନ ନିୟମରେ ପରିବର୍ତ୍ତନ କରିଛି । ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ….

Spread the love

ଲମ୍ବା ସମୟର ପ୍ରତୀକ୍ଷା ପରେ ଭାରତୀୟ ରେଳ ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ୧ ଜୁନରୁ ଭାରତୀୟ ରେଳ ୨୦୦ ଟି ରେଳ ଚଳାଇବା ପାଇଁ ଚିନ୍ତା କରିଛି । ୩୧ ମଇରେ ଚତୁର୍ଥ ପର୍ଯ୍ୟାୟ ଲାକଡାଉନ ଶେଷ ହୋଇଯିବ । ରେଳ ସେବା ଆରମ୍ଭ ହୋଇଯିବା ଫଳରେ ପୁଣିଥରେ ଷ୍ଟେସନରେ ଆପଣ ମାନେ ଟିକଟ ପାଇଁ ଠେଲାପେଲା ଦେଖିବା ପାଇଁ ପାଇବେ । ଏହି ପରିପ୍ରେକ୍ଷୀରେ ସମସ୍ତ ଯାତ୍ରୀ ଚାହିଁଥାନ୍ତି ସେମାନଙ୍କୁ କନଫର୍ମ ଟିକଟ ପ୍ରାପ୍ତି ହେଉ ଯାହାଫଳରେ ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ପ୍ରକାରର ଅସୁବିଧାର ସମୁଖୀନ ଯେପରି ନହେବା ପାଇଁ ପଡେ । ଯାତ୍ରୀ ମାନଙ୍କ ଏହି ସୁବିଧା ଏବଂ ଆବଶ୍ୟକତାକୁ ଆଖିରେ ରଖି ଭାରତୀୟ ରେଳସେବା ଟିକଟ ବୁକିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ କରିଛି । ଯାତ୍ରା କରିବା ପୂର୍ବରୁ ଏହି ପରିବର୍ତ୍ତନ ହୋଇଥିବା ନିୟମ ଗୁଡିକ ବିଷୟରେ ଜାଣି ରଖନ୍ତୁ ।

ବର୍ତ୍ତମାନ ୧୨୦ ଦିନ ପୂର୍ବରୁ ଆଡ଼ଭାନ୍ସ ଟିକଟ ବୁକିଙ୍ଗ କରିପାରିବେ

Google

ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏକ ବଡ଼ ପରିବର୍ତ୍ତନ କରିଛି । ଯାତ୍ରୀ ବର୍ତ୍ତମାନ ୧୨୦ ଦିନ ପୂର୍ବରୁ ଆଡ଼ଭାନ୍ସ ଟିକଟ ବୁକିଙ୍ଗ କରିପାରିବେ । ଏହି ପରିବର୍ତ୍ତନ ହେବା ଫଳରେ ଯାତ୍ରୀଙ୍କୁ ଆଗାମୀ ଯାତ୍ରା ନିମନ୍ତେ ସୁବିଧା ମିଳିବ । କହିବା ପାଇଁ ଚାହୁଁଛୁ ବର୍ତ୍ତମାନ ୩୦ ଟି ଏସି ସ୍ପେସିଆଲ ଟ୍ରେନ ଚାଲୁଛି ସେହି ଟ୍ରେନ ଗୁଡିକରେ ଯାତ୍ରା କରିବା ନିମନ୍ତେ ଏକ ମାସ ପୂର୍ବରୁ ଆଡ଼ଭାନ୍ସ ଟିକଟ ବୁକିଙ୍ଗ କରିପାରିବେ । କିନ୍ତୁ ଜୁନ ୧ରୁ ଯାତ୍ରା ନିମନ୍ତେ ଆରମ୍ଭ ହେବା ପାଇଁ ଥିବା ୧୦୦ଟି ଟ୍ରେନରେ ଯାତ୍ରା କରିବା ପାଇଁ ଆପଣ ୪ ମାସ ପୂର୍ବରୁ ଟିକଟ ବୁକିଙ୍ଗ କରିପାରିବେ । ଏହା ବ୍ୟତୀତ ଭାରତୀୟ ରେଳ ସେବା ତୁରନ୍ତ ସିଟ ନିମନ୍ତେ ବୁକିଙ୍ଗ , ତତ୍କାଳ ବୁକିଙ୍ଗ ଏବଂ ମଧ୍ୟବର୍ତ୍ତୀ ଷ୍ଟେସନରୁ ଟିକଟ ବୁକିଙ୍ଗ ସିଷ୍ଟମ ନିୟମରେ ପରିବର୍ତ୍ତନ କରିବ ।

ବର୍ତ୍ତମାନ କେବଳ ୨୩୦ ଟି ଟ୍ରେନ ନିମନ୍ତେ ଟିକଟ ବୁକିଙ୍ଗ କରିପାରିବେ

Google

ବର୍ତ୍ତମାନ କେବଳ ୨୩୦ଟି ଟ୍ରେନ ନିମନ୍ତେ ଆପଣ ଟିକଟ ବୁକିଙ୍ଗ କରିପାରିବେ । ଯେଉଁଥିରେ ୩୦ଟି ଟ୍ରେନ ପୂର୍ବରୁ ହିଁ ଚଳାଚଳ କରୁଛି ଏବଂ ଜୁନ ୧ରୁ ୨୦୦ ଟି ଅତିରିକ୍ତ ଟ୍ରେନ ସେବା ଆରମ୍ଭ କରାଯିବ । ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ବିଭିନ୍ନ ପ୍ରାନ୍ତରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଟିକଟ ବୁକିଙ୍ଗ ସୁବିଧା ଆରମ୍ଭ କରାଯାଇଥିଲା । ସମସ୍ତ ୨୩୦ଟି ଟ୍ରେନ IRCTCର ୱେବସାଇଟ , ରେଲୱେ ଦ୍ୱାରା କିଛି ଷ୍ଟେସନର ଟିକଟ କାଉଣ୍ଟରରେ ହିଁ ଟିକଟ ବୁକିଙ୍ଗ ସୁବିଧା ଉପଲବ୍ଧ ହୋଇଥିଲା । ଏହାସହ ରେଲୱେ କହିଛି ଯାତ୍ରୀଙ୍କ ସହ ଏହି ୨୩୦ଟି ଟ୍ରେନରେ ପାର୍ଷଲ ଏବଂ ଜିନିଷ ନେବାଆଣିବା କରିବା ସୁବିଧା ଉପଲବ୍ଧ ରହିବ ।

୧ ଜୁନରୁ ଅତିରିକ୍ତ ୧୦୦ ଟି ଟ୍ରେନ ଚାଲିବ

Google

ଭାରତୀୟ ରେଲୱେ ୧ ଜୁନରୁ ୨୦୦ ଟ୍ରେନ ଚଳାଇବା ପାଇଁ ନିଷ୍ପତି ନେଇଛି । କହିବା ପାଇଁ ଚାହୁଁଛୁ ଲାକଡାଉନର ଚତୁର୍ଥ ପର୍ଯ୍ୟାୟ ୩୧ ମଇରେ ଶେଷ ହୋଇଯିବ ଯାହାପରେ ରେଳ ଧାରଣାରେ ରେଳ ଚାଲିବା ଫଳରେ ଲୋକଙ୍କୁ ଅନେକ ସୁବିଧା ମିଳିବ । ଏହି ୧୦୦ ଯୋଡି ଟ୍ରେନ ଶ୍ରମିକ ସ୍ପେସିଆଲ ଟ୍ରେନ ଏବଂ ଏସି ସ୍ପେସିଆଲ ଟ୍ରେନ ତୁଳନାରେ ଭିନ୍ନଧରଣର ହେବ । ୧ ଜୁନରୁ ଆରମ୍ଭ ହେବା ପାଇଁ ଥିବା ଟ୍ରେନ ନିମନ୍ତେ ୨୨ ମଇରୁ ଟିକଟ ବୁକିଙ୍ଗ ଆରମ୍ଭ ହୋଇଯାଇଛି ।

ଭାରତରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏବଂ ଭାରତରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବର୍ତ୍ତମାନ ୧୬୫୭୯୯ ଅଟେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୪୭୦୬ଜଣ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି ଏବଂ ୭୧୧୦୬ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରି ସାରିଲେଣି ।