ଦବଙ୍ଗ ଖାନଙ୍କ ଠାରୁ ଆରମ୍ଭ କରି ବିଗ୍-ବି ଅମିତାଵ ଵଚନ ମଧ୍ୟ ଏହି ରତ୍ନ ପିନ୍ଧିଥାଆନ୍ତି । ଜାଣନ୍ତୁ ଏହାର ରହସ୍ୟ ।

Spread the love

କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତି ପନହା ରତ୍ନ ଧାରଣ କରିଥାଏ ।

ଆମ ଜୀବନରେ ଜୋତିଷ ଶାସ୍ତ୍ରର ମହତ୍ଵ ଅଧିକ ଅଟେ ଏବଂ ଆପଣଙ୍କୁ ଜଣାଇଦେଉଛୁ ଯେ, ଏହି ଜ୍ୟୋତିଷଶାସ୍ତ୍ର ମାଧ୍ୟମରେ ଆମ ଜୀବନରେ ହେଉଥିବା ଗ୍ରହର ପରିବର୍ତ୍ତନ ବିଷୟରେ ଆମକୁ ଜଣା ପଡିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ଆମ ଜୀବନରେ ଆମେ ଶୁଭ ଅଶୁଭ ଉଭୟ ଫଳ ଭୋଗ କରିଥାଉ । ନା କେବଳ ଗରିବ, ଧନୀ ଓ ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଗ୍ରହ ଦୋଷ ଭୋଗିଥାନ୍ତି । ଏଥିପାଇଁ ଅନେକ ବ୍ୟକ୍ତି ନିଜ ଆଙ୍ଗୁଠିରେ ପନହା ରତ୍ନ ଧାରଣ କରିଥାନ୍ତି ଯାହା ଫଳରେ ବ୍ୟକ୍ତି ଗ୍ରହ ଦୋଷରୁ ମୁକ୍ତି ପାଇପାରିବ ।

ଏହାର ପ୍ରଶ୍ନ, ଆସିପାରେ କଣ ସତରେ ଏହି ରତ୍ନ ପିନ୍ଧିବା ଦ୍ୱାରା ଭାଗ୍ୟ ଚମକି ଉଠିଥାଏ ? ଏହି ରତ୍ନ ପିନ୍ଧିଲେ କଣ ବ୍ୟକ୍ତିକୁ ସଫଳତା ମିଳିଥାଏ ? ଏହିପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରିଥାଏ । ଅନେକ ଲୋକ ଏପରି ପନ୍ଧିଥାନ୍ତି । ଆମେ କହିବା ପାଇଁ ଚାହୁଁଛୁ ଆମ ସିନେମା ଜଗତର ଅନେକ କଳାକାର ଏହି ରତ୍ନ ପିନ୍ଧି ଜୀବନରେ ସଫଳତା ପାଇପାରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ସିନେମା ତରକାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଜୀବନ ବଦଳାଇ ପାରିଛନ୍ତି ଏହି ରତ୍ନ ଧାରଣ କରିବା ପରେ ।

ସଲମାନ ଖାନ୍ :

ବଲିଉଡର ଦବଙ୍ଗ ଖାନ୍ ମାନେ ସଲମାନ ଖାନ୍ ଯାହାଙ୍କ ହାତରେ ଆପଣ ସର୍ବଦା ଏକ ବ୍ରେସଲେଟ୍ ଦେଖନ୍ତି, ଯାହାକୁ କ୍ୟାଟରିନା ସଲମାନଙ୍କୁ ଉପହାର ଦେଇଥିଲେ । ସେହି ବ୍ରେସଲେଟକୁ ଆଜି ପର୍ଯ୍ୟନ୍ତ ସଲମାନ ନିଜ ଠାରୁ ଅଲଗା କରନ୍ତି ନାହିଁ । କହିବା ପାଇଁ ଚାହୁଁଛୁ, ସେହି ବ୍ରେସଲେଟରେ ଏକ ରତ୍ନ ଲାଗିଛି; ଯାହା ନୀଳ ରଙ୍ଗର ଅଟେ ଓ ଏହି ରତ୍ନକୁ ଫିରୋଜା ରତ୍ନ କୁହଯାଏ ।

ଅମିତାଵ ଵଚନ :

କହିବା ପାଇଁ ଚାହୁଁଛୁ; ବଲିଉଡର ମହାନାୟକ ଅମିତାଵ ବଚନ ମଧ୍ୟ ନିଜ ହାତରେ ନିଲମ ଓ ପନହା ରତ୍ନ ପିନ୍ଧିଛନ୍ତି । ଜୋତିଷଙ୍କ ଅନୁସାରେ ନିଲମ ଯାହାର ସ୍ୱାମୀ ଶନିଦେଵ ଅଟନ୍ତି, ଯାହା ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରଦାନ କରିଥାନ୍ତି । ମାନ୍ୟତା ରହିଛି; ଏହି ରତ୍ନ ପିନ୍ଧିବା ଫଳରେ ଜୀବନରେ ଅପାର ସଫଳତା ମିଳିଥାଏ । ତେବେ ଆପଣଙ୍କୁ ବିଗ୍-ବିଙ୍କ ସଫଳତା ବିଷୟରେ କହିବା ମୁର୍ଖତା ହେବ ।

ଶିଳ୍ପା ସେଠୀ କୁନ୍ଦ୍ରା :

ଶିଳ୍ପାଙ୍କୁ ଜଣେ ଫିଟ୍ ଅଭିନେତ୍ରୀ, ଯୋଗ ଗୁରୁ ଏହା ସହ ଜଣେ ସଫଳ ବ୍ୟବସାୟୀ ମହିଳା ରୂପେ ଆପଣମାନେ ଜାଣିଥିବେ କିନ୍ତୁ ଏହି ସବୁ ସଫଳତା ବଲିଉଡ଼କୁ ଆସିବା କ୍ଷଣି ଶିଳ୍ପାଙ୍କୁ ମିଳିନଥିଲା । କୁହାଯାଉଛି; ଯେତେବେଳେ ଶିଳ୍ପା ପୁକ୍ଷରାଜ ରତ୍ନ ଧାରଣ କରିଥିଲେ, ସେହି ସମୟରୁ ଶିଳ୍ପାଙ୍କ ଭାଗ୍ୟ ବଦଳି ଯାଇଥିଲା । ସର୍ବ ପ୍ରଥମେ ସେ ୟୁକେରେ ବିଗ୍ ବ୍ରଦର୍ ଶୋ ଜିତିଥିଲେ ଓ ସାରା ଦୁନିଆରେ ପ୍ରସିଦ୍ଧ ହୋଇ ଯାଇଥିଲେ । ଏହାପରେ ଧୀରେ ଧୀରେ ଶିଳ୍ପା ସଫଳତାର ସିଡ଼ି ଚଡି ଚାଲିଲେ ।

ଶାହରୁଖ ଖାନ୍ :

ବଲିଉଡର କିଙ୍ଗ୍ ଖାନ୍ ରୂପେ ଜଣାଶୁଣା ଶାହରୁଖ୍ ଖାନ୍ ମଧ୍ୟ ମହାନାୟକଙ୍କ ପରି ଡାହାଣ ହାତର କାଣି ଆଙ୍ଗୁଠିରେ ସବୁଜ ରଙ୍ଗର ରତ୍ନଟିଏ ପିନ୍ଧିଛନ୍ତି । ଏହି ରତ୍ନ ପନହା ଅଟେ । ଜୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳିରେ ବୁଧ ଗ୍ରହ ଦୋଷ ରହିଥାଏ, ସେହି ବ୍ୟକ୍ତି ପନହା ରତ୍ନ ପିନ୍ଧିଲେ ଜୀବନରେ ସଫଳତା ମିଳିଥାଏ ।