ବେସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ପାଇଁ ଗୋଲଡ଼ନ କାର୍ଡ କରିବାର ପ୍ରକ୍ରିୟା ।

Spread the love

୨୦୧୮ରେ ମୋଦି ସରକାର ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା “ଅୟୁସମାନ ଭାରତ ଯୋଜନା” ର ଶୁଭାରମ୍ଭ କରିଲେ । ଭାରତ ପ୍ରଧାନମନ୍ତ୍ରୀ “ଜଣ ଆରାଗ୍ୟ ଯୋଜନା” ପ୍ରଚଳିତ ହେବାର ୧୦୦ ଦିନରୁ ଉର୍ଦ୍ଧ୍ୱ ହୋଇଗଲାଣି ଓ ୬.୮୫ ଲକ୍ଷ ରୋଗୀ ଏହାର ଲାଭ ମଧ୍ୟ ନେଇ ସାରିଛନ୍ତି । କେତେକ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଏହି ଯୋଜନା ବିଷୟରେ ଜଣା ନାହିଁ ଯାହା ଦ୍ୱାରା ସେମାନେ ଏହି ଯୋଜନାର ଲାଭ ଉଠାଇ ପାରନ୍ତି ନାହିଁ । ଏହି ଯୋଜନା ଦ୍ୱାରା ମାଗଣାରେ ଚିକିତ୍ସା କରାଇ ପାରିବେ ତାସଂଗେ ସଂଗେ ୫ ଲକ୍ଷ ଟଙ୍କାର ବୀମାର ମଧ୍ୟ ପାଇବେ କିନ୍ତୁ କେମିତି ପାଇବେ ତାହା ବି ଠିକରେ ଜାଣିନାହାନ୍ତି ଅଧିକାଂଶ ଲୋକଙ୍କୁ ?। ଆସନ୍ତୁ ଆମେ ଏ ବିଷୟରେ ସମ୍ପୁର୍ଣରୂପେ ଜାଣିବା :

ଆୟୁଷ୍ମାନ ଯୋଜନା ମାଧ୍ୟମରେ ଆପଣ କିପରି ଲାଭ ପାଇପାରିବେ ? ଆପଣଙ୍କୁ ଏହି ଯୋଜନାର ଲାଭ ପାଇବାକୁ ହେଲେ ଗୋଲଡ଼ନ କାର୍ଡର ଆବଶ୍ୟକ ପଡିଥାଏ । ଏହି ଗୋଲଡ଼ନ କାର୍ଡକୁ କରିବା ଦ୍ୱାରା ଆପଣଙ୍କ ଅଂଚଳ ବା ସହରର ଅନେକ ସ୍ଥାନରେ ଶିବିରମାନ ଖୋଲାଯାଇଛି । ଏହି କାର୍ଡ ମାଧ୍ୟମରେ ଆପଣ ସମ୍ପୁର୍ଣ ରୂପେ ମାଗଣାରେ ଚିକିତ୍ସା ହୋଇପାରିବେ ।

ଯେତେବେଳେ ମଧ୍ୟ ଆପଣ ସରକାରୀ ପଂଜିକୃତ ବା ରେଜିଷ୍ଟର ଡାକ୍ତରଖାନା ଯିବେ ସେଠାରେ ଆପଣଙ୍କୁ ଆୟୁଷ୍ମାନ ଯୋଜନା ସହ ସମ୍ପୃକ୍ତ ମିତ୍ର (ଆରାଗ୍ୟ ମିତ୍ର) ମିଳିବେ, ଯିଏ ଆପଣଙ୍କୁ ସାହାଯ୍ୟ କରିବେ । ଏହା ଗୋଟିଏ ମାଧ୍ୟମ ଯାହା ଦ୍ୱାରା ଆପଣ ଏହା ଜାଣିପାରିବେ କି, ଆପଣ ଏହି ଯୋଜନା ନେବାକୁ ସକ୍ଷମ ନା ନୁହନ୍ତି । ଏଥିପାଇଁ ଆପଣଙ୍କ ଆଧାର କାର୍ଡ ଓ ପରିଚୟ ପତ୍ର ମାଗିଥାନ୍ତି । ଏହାପରେ ଆପଣଙ୍କ ରୋଗ ଅନୁସାରେ ଡାକ୍ତରଖାନାରେ ଆପଣଙ୍କ ପ୍ୟାକେଜ ଚୟନ କରାଯାଇଥାଏ । ତତପରେ ଆପଣଙ୍କ ଚିକିତ୍ସା ଆରମ୍ଭ ହେବ । ଏହାର ସବୁ ରିପୋର୍ଟ ସେମାନଙ୍କ ପାଖରେ ରହିଥାଏ । ଆପଣ ସେଠାରୁ ଡିସଚାର୍ଜ ହେବା ପରେ ଡାକ୍ତରଖାନାରେ ଖର୍ଚ୍ଚାନ୍ତର ତାଲିକା ମିଳିଥାଏ, ଯାହାକି ଆୟୁଷ୍ମାନ ଯାଜନା ମାଧ୍ୟମରେ ପୈଠ ହୋଇଯିବ ।

କେମିତି ଓ କେତେ ଟଙ୍କାରେ ହେଇଥାଏ ଗୋଲଡ଼ନ କାର୍ଡ ପି.ଏମ୍.ଯେ.ଏ.ୱାଇ ଦ୍ୱାରା ମିଳୁଥିବା ଗୋଲଡ଼ନ କାର୍ଡ ମାଧ୍ୟମରେ ଗରିବ ଲୋକ ଓ ମଧ୍ୟମ ବର୍ଗର ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାର ଉଦ୍ଦେଶ୍ୟ ୧୦.୭୪ କୋଟି ପରିବାରକୁ ଲାଭବାନ କରି ୫୦ କୋଟିରୁ ଅଧିକ ଲୋକଙ୍କ ବାର୍ଷିକ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବା । ଗୋଲଡ଼ନ କାର୍ଡ ପାଇବା ପାଇଁ ଆପଣ ଅଫିସିଆଲ mera.pmjay.gov.in ରେ login କରିବାର ଅଛି ଓ HHD code ବାଛିବାକୁ ହେବ, ଯାହାକୁ କମୋନ ସେର୍ବିସ ସେଣ୍ଟରରେ ଦେବାକୁ ହେବ । ଆୟୁଷ୍ମାନ ମିତ୍ର ସିଏସସି ପ୍ରକିୟା ମାଧ୍ୟମରେ ଅନ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନା କରିବେ । ଗୋଲଡ଼ନ କାର୍ଡର ଆବେଦନ କରିବା ପାଇଁ କେବଳ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ଅୟୁସମାନ ଭାରତ ଯୋଜନାର help line number –

ଏହା ଦ୍ୱାରା ଆପଣ ଏହି ଅୟୁସମାନ ଯୋଜନା ରେ ଜଡିତ ହୋଇପାରିବେ କି ନାହିଁ ତାହା ଜଣାଇ ଦିଏ । help line number ୧୪୫୫୫ । ଏହି ନମ୍ବେର ଦ୍ୱାରା ରୋଗୀ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ସମ୍ପୁର୍ଣ ରୂପେ ଜାଣିପାରିବ । ପ୍ରଧାନମନ୍ତ୍ରୀ ଜନ ଅରାଗ୍ୟ କେନ୍ଦ୍ରର ଅନ୍ୟ ନମ୍ବେର ଓ help line ନମ୍ବର – ୧୮୦୦ ୧୧୧ ୫୬୫ ଅଟେ । ଏହି ନମ୍ବେର ୨୪ ଘଣ୍ଟା ଆପଣଙ୍କ ସେବାରେ ରହିଥାଏ ।