“ଭାରତର ରଫେଲ୍ ଡିଲ୍ ପରେ ଫ୍ରାନ୍ସ ସରକାର ଛାଡ କରିଥିଲା ଅମ୍ବନୀଙ୍କ ୧୬୨ ମିଲିୟନ ଡଲାର ଟ୍ୟାକ୍ସ”

Spread the love

ଶନିବାର ଦିନ କଂଗ୍ରେସ ପୁଣି ଥରେ ଅନିଲ ଆମ୍ବାନୀକୁ ସାହାଯ୍ୟ କରୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଲକ୍ଷ୍ୟ ବନାଇଛି । କଂଗ୍ରେସ କହିଛି, ନରେନ୍ଦ୍ର ମୋଦୀ ନିଜର ପ୍ରଭାବରେ ଅନିଲ ଅମ୍ବନୀଙ୍କ ୧୬୨.୬ ନିୟୁତ ଡଲାରରୁ ଅଧିକ ଶୁଳ୍କ ଫ୍ରାନ୍ସ ସରକାରଙ୍କ ଠାରୁ ଛାଡ କରାଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ ସୂରଜେବାଲା ପ୍ରେସମିଟ୍ କରି କହିଛନ୍ତି, ମୋଦୀ ଓ ଅମ୍ବନୀଙ୍କ ଘନିଷ୍ଟ ସମ୍ପର୍କ ଧୀରେ ଧୀରେ ଜନମାନସକୁ ଆସୁଅଛି । ରଣଦୀପ ସୂରଜେବାଲା କହିଛନ୍ତି, ଏଇ କଥା ଆମେ ନୁହଁ ବରଂ ଫ୍ରାନ୍ସର ମିଡିଆ କହୁଛି । ରଣଦୀପ ସୂରଜେବାଲା ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୁହନ୍ତୁ ଯେ, ଅନିଲ ଅମ୍ବନୀ ସହିତ ତାଙ୍କର ସମ୍ପର୍କ ଅଛି କି ନାହିଁ ।

ଫ୍ରାନ୍ସ ଖବର କାଗଜ ‘ଲି ମୋଣ୍ଡେ’ ଅନୁସାରେ, ଅମ୍ବନୀଙ୍କ ଶୁଳ୍କ (Tax) ବିବାଦ ୨୦୧୫ ମସିହା ଅକ୍ଟୋବରରେ ହିଁ ସମାଧାନ ହୋଇଯାଇଥିଲା । ସେତେବେଳେ ଭରତ ଓ ଫ୍ରାନ୍ସ ମଧ୍ୟରେ ଦ୍ଵିପକ୍ଷିକ ଅବିସନ୍ ମାଧ୍ୟମରେ ରଫେଲ୍ ଡିଲ୍ ହୋଇଥିଲା । ଏହା କିଛି ମାସ ପରେ ପ୍ରଧାନମନ୍ତ୍ରୀ ଯେତେବେଳେ ୨୦୧୫ ମସିହା ଅପ୍ରେଲ ମାସରେ ଯାତ୍ରା କରିଥିଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଭାରତ, ଫ୍ରାନ୍ସ ଠାରୁ ୩୬ଟି ଫାଇଟର୍ ଜେଟ୍ କିଣିବା ।

ଅନିଲ ଅମ୍ବନୀଙ୍କ କମ୍ପାନୀ ବିଷୟରେ କଥିତ ରିପୋର୍ଟ ଅନୁସାରେ ଫ୍ରାନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚରୁ ଜଣାପଡିଥିଲା, ୨୦୦୭ ରୁ ୨୦୧୦ ମଧ୍ୟରେ ଅନିଲ ଅମ୍ବନୀଙ୍କ କମ୍ପାନୀ ୬୦ ମିଲିୟନ ୟୁରୋ ଶୁଳ୍କ ବକେୟା ରହିଛି । ରେଲାୟନ୍ସ ଅଟୋଲାଣ୍ଟିକ ଫ୍ଲାଗ ଫ୍ରାନ୍ସ ୭୧୬ ୟୁରୋ ଶୁଳ୍କ ଦେବା ପାଇଁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଫ୍ରାନ୍ସର ଅଧିକାରୀମାନେ ପୁଣି ଥରେ ଏହି ମମଳକୁ ଯାଞ୍ଚ କରିବା ପାଇଁ ମନ କରିଥିଲେ ।

୨୦୧୦ ରୁ ୨୦୧୨ ମଧ୍ୟରେ ଆଉ ଏକ ଯାଞ୍ଚ କରିଥିଲେ ଫ୍ରାନ୍ସ ଅଧିକାରୀ । ଏହିଥର ଅନିଲ ଅମ୍ବନୀଙ୍କ କମ୍ପାନୀକୁ ୯୧ ମିଲିୟନ ୟୁରୋ ଶୁଳ୍କ ଦେବା ପାଇଁ କଟିଲା ଥିଲା ଫ୍ରାନ୍ସ ସରକାର । ଅପ୍ରେଲ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର କମ୍ପାନୀ ଦ୍ଵିପକ୍ଷିକ ଅବିସନ୍ ମାଧ୍ୟମରେ ରେଫେଲ୍ ଡିଲ୍ ଘୋଷଣା କରିଥିଲେ । ୩୬ଟି ଅତ୍ୟାଧୁନିକ ଏୟାରକ୍ରାଫ୍ଟ (Armored aircraft) କିଣିବା ପାଇଁ ଔପଚାରିକ ଘୋଷଣା କରିବା ପରେ ଶୁକ୍ଳ ରାଶି ବଡଇ ୧୫୧ ଠୁ ଅଧିକ ମିଲିୟନ ୟୁରୋ ହୋଇଥିଲା ।

ଯଦିଓ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗ୍ରସ୍ତ ଓ ରଫେଲ୍ ଡିଲ୍ ଘୋଷଣା ପରେ ଫ୍ରାନ୍ସର ଶୁଳ୍କ ଅଧିକାରୀ, ଅନିଲ ଅମ୍ବନୀଙ୍କ ୧୪୩.୭ ମିଲିୟନ ଶୁଳ୍କକୁ ଛାଡ କରିଦେଇଛନ୍ତି । ସେଟେଲମେଣ୍ଟ ହିସାବରେ ରିଲାୟନ୍ସକୁ ୭.୩ ମିଲିୟନ ୟୁରୋ ହିଁ ଦେବାକୁ ପଡିଲା ।