ପୁଲୱାମା ଆକ୍ରମଣ ନେଇ ସାରା ବିଶ୍ୱରେରେ ରାଗର ଲହରୀ, ଫ୍ରାନ୍ସ ଆଜି ସୁରକ୍ଷା ପରିଷଦରେ ମସୁଦ ଉପରେ ବ୍ୟାନର ପ୍ରସ୍ତାବ ଆଣିବ ।

Spread the love

ଆତଙ୍କବାଦୀର ଚର୍ଚ୍ଚା ଉପରେ ଭାରତକୁ ପୁରା ବିଶ୍ୱରୁ ସମର୍ଥନ ଓ ସାହାଯ୍ୟ ମିଳୁଛି । ଫ୍ରାନ୍ସ ଆଜି ଆତଙ୍କୀ ସଂଗଠନର ସରାଂଚନକାରୀ ମସୁଦ୍ ଅଜହର ଉପରେ ସଂଯୁକ୍ତ ରାଷ୍ଟ୍ର ମାନଙ୍କ ଦ୍ୱାରା ବ୍ୟାନ ପାଇଁ ପ୍ରସ୍ତାବ ନେଇ ଆସିବ । ଏହା ଫ୍ରାନ୍ସ ପାଇଁ ଦ୍ୱିତୀୟ ସୁଯୋଗ । ଆମେରିକା ଓ ବ୍ରିଟେନ ଏହି ପ୍ରସ୍ତାବର ସ୍ୱାଗତ କରିବେ ।

ଫ୍ରାନ୍ସ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟେ । ପୁଲୱାମା ଆକ୍ରମଣ ପରେ ଫ୍ରାନ୍ସ ଭାରତର ସାଥିରେ ଅଛି ବୋଲି କହିବା ସହ ଏହା ମଧ୍ୟ କହିଥିଲା ଯେ, ଭାରତ ନିଜର ରକ୍ଷା କରିବା ପାଇଁ ଯେ କୌଣସି ବି ପଦକ୍ଷେପ ନେଇ ପାରିବାର ଅଧିକାର ଅଛି ।

ଫ୍ରାନ୍ସର ଏହିଭଳି ପଦକ୍ଷେପ ନେବାର ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନନ୍ ଙ୍କ ଅସୁବିଧା ଆହୁରି ବଢିଯାଇଛି, କାରଣ ସେ ନିଜ ଅସୁବିଧା ନିଜେ ଟାଣି ଆଣିଛନ୍ତି । ସେ ପୁଲୱାମା ଆକ୍ରମଣର ପ୍ରମାଣ ମାଗିଛନ୍ତି, କିନ୍ତୁ ଜୈସ-ଇ-ମହମ୍ମଦ ଏହି ଘଟଣାର ଆରୋପ ନିଜ ମୁଣ୍ଡ ଉପରକୁ ନେଇ ଯାଇଛି ଓ ଏହି ଆତଙ୍କୀ ସଂଗଠନର ସୃଷ୍ଟି କର୍ତ୍ତା ମସୁଦ ଅଜହର ବିନା ଡରରେ ପାକିସ୍ତାନରେ ବୁଲୁଅଛି ।

ସେପଟେ ନ୍ୟୁଜଲ୍ୟାଣ୍ଡର ସଂସଦରେ ପୁଲୱାମା ଆତଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ କରେଇ ଦେଇଛି । ନ୍ୟୁଜଲ୍ୟାଣ୍ଡର ଡେପୁଟି ପ୍ରଧାନମନ୍ତ୍ରୀ ବିଙ୍ଗଷ୍ଟର ପିଟର୍ସ କହିଛନ୍ତି ଯେ, ଏହି ଦୁଃଖର ମୁହୂର୍ତ୍ତରେ ନ୍ୟୁଜଲ୍ୟାଣ୍ଡ ସମ୍ପୂର୍ଣ୍ଣ ଭାବେ ଭାରତ ସହ ଠିଆ ରହିଛି । ଆମେରିକାର ରାଷ୍ଟ୍ରପତି ଡନାଲଡ଼ ଟ୍ରମ୍ପ ଏହି ଘଟଣାକୁ ଭୟାନକ ବୋଲି କହିଛନ୍ତି ଓ ବହୁତ ଶୀଘ୍ର ଏହା ଉପରେ ବୟାନ ବି ଜାରୀ କରିବେ । ଆମେରିକା, ପାକିସ୍ତାନକୁ କଡା ଶବ୍ଦରେ କହିଛି ଯେ ପୁଲୱାମା ଦୋଷୀକୁ ସେ କଠିନ ରୁ କଠିନ ଦଣ୍ଡ ଦେବେ ।