ସୁପ୍ରିମ କୋର୍ଟର ପୂର୍ବତନ ଜର୍ଜ ପିନକୀ ଚନ୍ଦ୍ର ଘୋଷ ହେବେ ଭାରତର ପ୍ରଥମ ଲୋକପାଳ…..

Spread the love

ଶନିବାର ସନ୍ଧ୍ୟା ସମୟରେ ଲୋକପାଳ ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଏହାର ଆଧିକାରିକ ପୃଷ୍ଟି ସୋମବାର ଦିନ ମାନେ ୧୮ ମାର୍ଚ୍ଚରେ ନିର୍ଣ୍ଣୟ ନିଆଯିବ । ଭାରତର ପ୍ରଥମ ଲୋକପାଳ ସୁପ୍ରିମ କୋର୍ଟର ପୂର୍ବତ୍ତନ ଜର୍ଜ ପିନକୀ ଚନ୍ଦ୍ର ଘୋଷ ବର୍ତ୍ତମାନ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର (NHRC) ସଦସ୍ୟ ଅଛନ୍ତି ।

ସୁପ୍ରିମ କୋର୍ଟର ପୂର୍ବତନ ଜର୍ଜ ପିନକୀ ଚନ୍ଦ୍ର ଘୋସ ଭାରତର ପ୍ରଥମ ଲୋକପାଳ ହେବେ । ଶନିବାର ସନ୍ଧ୍ୟା ସମୟରେ ଲୋକପାଳ ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଥିଲା । କିନ୍ତୁ ଏହାର ଆଧିକାରିକ ପୃଷ୍ଟି ସୋମବାର ଦିନ ଅର୍ଥାତ ମାର୍ଚ୍ଚ ୧୮ରେ ହେବ । ସୁପ୍ରିମ କୋର୍ଟର ପୂର୍ବତନ ପିନକୀ ଚନ୍ଦ୍ର ଘୋଷ ବର୍ତ୍ତମାନ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର (NHRC) ସଦସ୍ୟ ଅଛନ୍ତି । ଆପଣମାନେ ଜାଣିଥିବେ ଆନ୍ନା ହାଜରେଙ୍କ ତତ୍ତ୍ବାବଧାନରେ ଲୋକପାଳ ନିଯୁକ୍ତି ପାଇଁ ବହୁତ ବଡ ଆନ୍ଦୋଳନ ହୋଇଥିଲା ।

ଲୋକପାଳ ଚୟନ ସମିତିର ଅଧକ୍ଷ୍ୟ ନ୍ୟାୟାଧୀଶ ରଞ୍ଜନା ପ୍ରକାଶ ଦେଶାଇ ଅଟନ୍ତି । ଲୋକପାଳର ନ୍ୟାୟାଧୀଶ ସଦସ୍ୟ ହେବା ପାଇଁ ଆବେଦକଙ୍କୁ ସୁପ୍ରିମ କୋର୍ଟର ବର୍ତ୍ତମାନ କିମ୍ବା ପୂର୍ବତନ ପ୍ରଧାନ ନ୍ୟାୟାଧୀଶ କିମ୍ବା କୌଣସି ଉଚ୍ଚ ନ୍ୟାୟାଳୟର ବର୍ତ୍ତମାନ କିମ୍ବା ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ହୋଇଥିବା ନିହାତି ଜରୁରୀ । କିମ୍ବା କୌଣସି ନ୍ୟାୟାଳୟର ନ୍ୟାୟଧୀଶ ବ୍ୟକ୍ତି ମଧ୍ୟ ଏହାର ଲୋକପାଳ ସଦସ୍ୟ ହୋଇପାରିବେ କିନ୍ତୁ ଭ୍ରଷ୍ଟାଚର ବିରୋଧରେ ତାଙ୍କର ୨୫ ବର୍ଷ ଅନୁଭବ ଥିବା ଦରକାର ।

ଏହି ନିୟମାବଳୀ ଲୋକପାଳ ଅଧିନିୟମ ଅନୁସାରେ ନିର୍ଧାରଣ କରାଯାଇଛି । ଚେୟାରମ୍ୟାନ ପଦ ପାଇଁ ଆବେଦକ କୌଣସି ନିର୍ବାଚିତ କିମ୍ବା କୌଣସି ବ୍ୟବସାୟ କରୁଥିବା ବ୍ୟକ୍ତି ହୋଇପାରିବେ ନାହିଁ । ଏହି ସବୁ ବ୍ୟତୀତ ଆଶାୟୀପ୍ରାର୍ଥୀ କୌଣସି ଟ୍ରଷ୍ଟ ସହ ଜଡିତ ହୋଇନଥିବା ଦରକାର । ଅଧକ୍ଷ୍ୟଙ୍କର କାର୍ଯ୍ୟକାଳ ୫ ବର୍ଷ ଓ ବେତନ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କ ସହ ସମାନ ହେବ ।

ଅଧକ୍ଷ୍ୟ ହୋଇଯିବା ପରେ, ସେହି ବ୍ୟକ୍ତି କୌଣସି ପ୍ରକାର ସରକାର ପଦ କିମ୍ବା ରାଜନୈତିକ ପଦରେ ପ୍ରାପ୍ୟ କରିପାରିବେ ନାହିଁ କିମ୍ବା କୌଣସି ସରକାରୀ ଲାଭାନିତ ସଂସ୍ଥା ସହ ଜଡିତ ହୋଇ ପରିବେ ନାହିଁ । ଏହି ସବୁ ସତ୍ତ୍ଵେ ସେହି ବ୍ୟକ୍ତି ନିଜ ପଦ ଛାଡିବାର ୫ ବର୍ଷ ପର୍ଯ୍ୟନ୍ତ କୌଣସି ସଂସଦ କିମ୍ବା ରାଜ୍ୟସଭା ପଦ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ । ଏହି ପଦ ପାଇଁ ନ୍ୟୁନତମ ବୟସ ସୀମା ୪୫ ବର୍ଷ ଅଟେ ।

ଭ୍ରଷ୍ଟାଚାରି ବିରୋଧୀ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଲୋକପାଳ ନିଯୁକ୍ତି ବିଳମ୍ବ ସକାଶେ ପୁଣି ଥରେ ଗଣାନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଯାହା ପରେ ଲୋକପାଳ ପାଇଁ ବିଜ୍ଞାପ୍ତି ଜାରି କରା ଯାଇଥିଲା । ଆନ୍ନା ନିଜ ଆନ୍ଦୋଳନ ଏହି କଥାରେ ସ୍ଥଗିତ ରଖିଛନ୍ତି କାରଣ ବହୁତ ଶୀଘ୍ର ଲୋକପାଳ ନିଯୁକ୍ତି ହୋଇଯିବ ।

ଏହି ପଦ ପାଇଁ ବହୁତ ତର୍କବିତର୍କ, ଆଲୋଚନା ପରେ, ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଆବେଦନ ପତ୍ର ଗ୍ରହଣ କରାଯାଇଛି । ନଅ ଜଣ ସଦସ୍ୟ ବିଶିଷ୍ଠ ଲୋକପାଳ ଚୟନ ସମିତିର ପ୍ରଥମ ବୈଠକ ଜାନୁୟାରୀ ମାସରେ ହୋଇଥିଲା । ସମିତିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବ ପ୍ରମୁଖ ଅରୁନ୍ଧତୀ ଭଟ୍ଟାଚର୍ଯ୍ୟ, ପ୍ରସାର ଭାରତୀର ଅଧ୍ୟକ୍ଷ ଏ॰ ସୂର୍ୟ ପ୍ରକାଶ ଓ ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ପ୍ରମୁଖ ଏ॰ଏସ୍॰ କିରଣ କୁମାର ସଦସ୍ୟ ରୂପରେ ଯୋଗଦେଇଥିଲେ ।