ବିବାହରେ ନିଜ ବିବାହିତା କନ୍ୟାକୁ ଭୁଲି ବର ମୋବାଇଲରେ ଏହି କାମ କରିବାରେ ଲାଗିଲା, ପରେ ଯାହା ହେଲା ଭିଡ଼ିଓ ଦେଖନ୍ତୁ ।

Spread the love

ଭିଡ଼ିଓରେ ଦେଖୁଥିବେ ବର ନିଜ କନ୍ୟା ସହ ଷ୍ଟେଜ ଉପରେ ବସିଛି କିନ୍ତୁ ବରର ଧ୍ୟାନ ଅନ୍ୟ କେଉଁ ଆଡେ ରହିଛି ।

ପବଜି ଗେମ୍ ଲୋକଙ୍କ ମଧ୍ୟରେ ଖୁବ ପ୍ରଚଳିତ ହୋଇପଡିଛି । ଏହି ଗେମକୁ ନେଇ ଲୋକେ ପାଗଳପ୍ରାୟ ହୋଇ ପଡିଛନ୍ତି । ଏହି ଗେମ୍ ଖେଳୁଥିବା ବ୍ୟକ୍ତି ଆଖପାଖରେ ହେଉଥିବା ଘଟଣାବଳୀକୁ ଭୁଲି ନିଜ ଗେମ୍ ଖେଳିବାରେ ବ୍ୟସ୍ତ ହୋଇପଡନ୍ତି । ଏହି ଗେମ୍ ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଗଲାଣି କିନ୍ତୁ ଏହି ଖେଳର ପାଗଳାମିରୁ ଲୋକେ ନିଜକୁ ଦୁରେଇ ପାରୁନାହାନ୍ତି । ଏହାର ତାଜା ଉଦାହରଣ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି ଏକ ଭିଡ଼ିଓ । ଏହି ଭିଡ଼ିଓରେ ପବଜି ଖେଳର ପାଗଲାମୀ ଏକ ଅଲଗା ଦୁନିଆର ଅଟେ ।

ସୋସିଆଲ ମିଡିଆରେ ଭାଇରଲ୍ ହୋଇଥିବା ଏହି ଭିଡ଼ିଓରେ ଏକ ବରକୁ ଦେଖାବା ପାଇଁ ମିଳୁଛି; ଯିଏ କି ଷ୍ଟେଜ୍ ଉପରେ ବସିଛି । ଷ୍ଟେଜ୍ ଉପରେ ବସିଥିବା ବର ଏବଂ କନ୍ୟାଙ୍କୁ ଲୋକେ ଉପହାର ଦେଉଛନ୍ତି କିନ୍ତୁ ଏହି ସମୟରେ ବର ନିଜ ଫୋନରେ ବ୍ୟସ୍ତ ରହିଛି । ସୋସିଆଲ ମିଡିଆରେ ଭାଇରଲ୍ ହେଇଥିବା ଭିଡ଼ିଓ ହୋଇଥାଇ ପରେ ୧୩ ସେକେଣ୍ଡର କିନ୍ତୁ ପୁରା ଘଟଣା ଏଥିରୁ ଜଣା ପଡିଯାଉଛି । ବର ନିଜର କନ୍ୟା ସହ ବସିଛି କିନ୍ତୁ କନ୍ୟା ଉପରେ ତାର ନଜର ନାହିଁ, ତା ନଜର ରହିଛି ନିଜ ମୋବାଇଲ୍ ଉପରେ ।

ପବଜି ଗେମ ଖେଳିବାରେ ବ୍ୟସ୍ଥ ବର :

ଭାଇରଲ ହୋଇଥିବା ଏହି ଭିଡ଼ିଓରେ ସିଧା ଦେଖା ଯାଉଛି ଷ୍ଟେଜ୍ ଉପରେ ବର ମୋବାଇଲରେ ବ୍ୟସ୍ତ ଅଛି । ମୋବାଇଲରେ ଏତେ ପରିମାଣରେ ବ୍ୟସ୍ତ ଅଛି ଯେ, ତା ପାଖରେ ବସିଥିବା କନ୍ୟା ତାକୁ ନଜରରେ ଆସୁ ନାହିଁ । ଯେଉଁମାନେ ତାକୁ ଉପହାର ଦେବା ପାଇଁ ଆସୁଛନ୍ତି; ସେମାନଙ୍କ ପ୍ରତି ମଧ୍ୟ ବରର ନଜର ନାହିଁ । କାରଣ ସେ ଫୋନରେ ପବଜି ଗେମ୍ ଖେଳିବାରେ ବ୍ୟସ୍ତ ଅଛି । କେହି ଜଣେ ବରକୁ ଉପହାର ଦେବା ସମୟରେ ବର ସେହି ବ୍ୟକ୍ତିର ହାତକୁ ଅଣଦେଖା କରିଦେଇଥିଲା ।

ବରର ମୋବାଇଲ ଦେଖିଥିଲା କନ୍ୟା :

ଯେତେବେଳେ ବାରମ୍ବାର କନ୍ୟାକୁ ଅଣଦେଖା କରିଥିଲା ବର, ସେହି ସମୟରେ କନ୍ୟା ଜାଣିବା ପାଇଁ ଚେଷ୍ଠା କରିଥିଲା ବର କଣ କରୁଛି ମୋବାଇଲରେ । ୧୩ ସେକେଣ୍ଡର ଏହି ଭିଡ଼ିଓରେ ଥରେ ମଧ୍ୟ ବର ନିଜ କନ୍ୟା ପ୍ରତି ନଜର ଦେଇନାହିଁ । ସେହି କାରଣରୁ କନ୍ୟା ରାଗି ଯାଇଥିଲା । ବର କନ୍ୟାଙ୍କୁ ଉପହାର ଦେଉଥିବା ଲୋକେ ମଧ୍ୟ ଏହି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ।

Tiktokରେ ଏହି ଭିଡ଼ିଓ ପ୍ରସ୍ତୁତ ହୋଇଛି :

ସୋସିଆଲ ମିଡ଼ିଆରେ ଭାଇରଲ୍ ହୋଇଥିବା ଏହି ଭିଡ଼ିଓ Tiktokରେ ପ୍ରସ୍ତୁତ ହୋଇଛି । Tiktokକୁ ମାଡ୍ରାସ କୋର୍ଟ ଅତୀତରେ ବ୍ୟାନ୍ କରିଛନ୍ତି କିନ୍ତୁ ଏହି ବ୍ୟାନ୍ ସତ୍ତ୍ୱେ ମଧ୍ୟ ଲୋକଙ୍କ ମଧ୍ୟରେ ଏହାର ପାଗଲାମୀ କମି ନାହିଁ । ଏହାକୁ ସମ୍ପୁର୍ଣ୍ଣ ରୂପେ ବ୍ୟାନ୍ କରିବା ପାଇଁ ପ୍ରଚେଷ୍ଠା ଚାଲିଛି ।