ଏହି କାରଣ ଯୋଗୁଁ ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଉଥିଲା ।

Spread the love

ଭଗବାନ ଶ୍ରୀରାମ, ଯାହାଙ୍କ ନାମ ପ୍ରତ୍ୟେକ ବ୍ୟକ୍ତି ଜୀବନର ଆରମ୍ଭ ଠାରୁ ଜୀବନର ଅନ୍ତ ପର୍ଯ୍ୟନ୍ତ ଡ଼ାକିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି, ତାଙ୍କ ଘରେ ରାମଙ୍କ ଭଳି ପୁତ୍ର ହେଉ, ମାତା ସୀତାଙ୍କ ଭଳି ବୋହୁ, ଲକ୍ଷ୍ମଣଙ୍କ ଭଳି ଭାଇ ଓ ହନୁମାନଙ୍କ ଭଳି ସେବକ ହେଉ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଉପରେ ଯଦି ନଜର ପକାଇବା ଓ ତାଙ୍କ ଗୁଣକୁ ଆମ ଜୀବନରେ ଧାରଣ କରିବାକୁ ପ୍ରୟାସ କରିବା, ତେବେ ଆମ ଜୀବନ ମଧ୍ୟ ସୁଖମୟ ହେଇଯିବ । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀରାମଙ୍କ ଜୀବନର କିଛି ଏଭଳି ଗୁଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଯଦି ଆପଣ ପାଳନ କରିବେ, ତେବେ ଆପଣଙ୍କ ଜୀବନ ମଧ୍ୟ ଧନ୍ୟ ହୋଇଯିବ । ତେବେ ଚାଲନ୍ତୁ ଜାଣିବା, କେଉଁ ଗୁଣ ଯୋଗୁଁ ପ୍ରଭୁ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ ।

ଆପଣଙ୍କୁ କହିବାକୁ ଚାହୁଁଛୁ, ଭଗବାନ ଶ୍ରୀରାମ ନିଜ ଆଦର୍ଶ ଚରିତ୍ରର ନାମିତ ଥିଲେ । ଭଗବାନ ଶ୍ରୀରାମଙ୍କ ଜନ୍ମ ହେବା ପୂର୍ବରୁ ସୁର ଓ ଅସୁରଙ୍କ ନାମ ଅଧିକ ନିଆ ଯାଉଥିଲା । ସେତେବେଳେ ଲୋକମାନଙ୍କ ମଧ୍ୟରେ ମାନବତାର କିଛି ମହତ୍ତ୍ୱ ହିଁ ନଥିଲା । ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଏଥିପାଇଁ କୁହାଯାଏ କାରଣ ପ୍ରଭୁ ରାମଚନ୍ଦ୍ର କୌଣସି ବି ପରିସ୍ଥିତିରେ ନିଜ ମର୍ଯ୍ୟାଦାକୁ ଛାଡିନଥିଲେ । ନିଜ ଅଲୌକିକ ସ୍ଵଭାଵ, ଅଦ୍ଭୁତ କାର୍ଯ୍ୟ, ବିରତା, ଅନୁକରଣୀୟ ସହନଶୀଳତା, ବିନମ୍ରତ, ଧର୍ମ ପ୍ରିୟତା, ପରୋପକାର, ସ୍ୱାର୍ଥ ତ୍ୟାଗ ଏହି ସବୁ ଗୁଣ ଯୋଗୁଁ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସଭିଙ୍କ ହୃଦୟରେ ପ୍ରେମ ସୃଷ୍ଟି ହେଇଥିଲା ।

ତୁଳସୀ ଦାସ ଆରମ୍ଭ କରିଥିଲେ ରାମଲୀଳା :

ଆପଣଙ୍କୁ କହିବାକୁ ଚାହୁଁଛୁ କି, ରାମ ଚରିତ ମାନସର ପ୍ରଚାର ପାଇଁ ତୁଳସୀ ଦାସ ଆରମ୍ଭ କରିଥିଲେ । କିନ୍ତୁ ତୁଳସୀ ଦାସଙ୍କ ପୂର୍ବରୁ ମଧ୍ୟ ରାମଲୀଳାର ରାମକଥା ପ୍ରଚାର ହୋଇଥିଲା ଓ ତାଙ୍କର ଚରିତ୍ରର ନାଟ୍ୟ ସ୍ୱରୂପ ହୋଇଥିବାର ମଧ୍ୟ ଜଣାପଡିଛି । ବାଲ୍ମୀକି ରାମାୟଣରେ ଲବ କୁଶ ରାମକଥା ଗାୟନ କରୁଥିଲେ । ଏହିଭଳି ମହାଭାରତରେ ତଥା ହରିବଂଶ ପୁରାଣରେ ମଧ୍ୟ ରାମଙ୍କ ଚରିତ୍ରକୁ ନେଇ ନାଟକର ଉଲ୍ଲେଖ କରାଯାଇଛି ।

କେତେ ପ୍ରକାରର ଲୀଳା ହୁଏ –

ନିତ୍ୟ ଲୀଳା – ଏହା ପ୍ରତ୍ୟେକ ମନୁଷ୍ୟ ଜୀବନରେ ନିତିଦିନିଆ ଘଟୁଅଛି ।

ଅବତାର ଲୀଳା – ଏଥିରେ ଈଶ୍ୱର ମାନବ ଜାତିର ଉଦ୍ଧାର ପାଇଁ ପୃଥିବୀରେ ଜନ୍ମ ନେଲେ ।

ଅନୁକରଣ ଲୀଳା – ଏହି ଲୀଳା ଜରିଆରେ ମନୁଷ୍ୟ ଈଶ୍ୱରଙ୍କ ଅବତାର ଅନୁକରଣ କରିବାକୁ ପ୍ରୟାସ କରିଥାଏ ।

କେବଳ ଦୁଷ୍ଟମାନଙ୍କୁ ଅନ୍ତ କରିଲେ, କୌଣସି ଲାଭ ଉଠାଇ ନଥିଲେ :

ଭଗବାନ ଶ୍ରୀରାମ ସବୁବେଳେ ଅନ୍ୟର ମଙ୍ଗଳ ପାଇଁ ହିଁ କାର୍ଯ୍ୟ କରୁଥିଲେ । ପ୍ରଭୁ ରାମଚନ୍ଦ୍ର ନିଜ ଜୀବନରେ କିଛି ମଧ୍ୟ ଲାଭ ଉଠାଇ ନଥିଲେ । ସେ ନିଜ ରାଜ୍ୟ ନିଜ ଭାଇମାନଙ୍କୁ ଅର୍ପଣ କରି ୧୪ ବର୍ଷ ବନବାସ ପାଇଁ ଚାଲି ଯାଇଥିଲେ । ଫେରି ଆସିବା ପରେ ମଧ୍ୟ ପ୍ରଜାଙ୍କ ମଙ୍ଗଳ ପାଇଁ ଚିନ୍ତା କରିଲେ ଓ ସେମାନଙ୍କ ଦୁଃଖକୁ ନିବାରଣ କରିଥିଲେ ।

ତାରକ ନାମ ଅଟେ ରାମ –

ରାମ ନାମର ଅର୍ଥକୁ ଧର୍ମ ଶାସ୍ତ୍ରରେ ଅମୋଘ କୁହାଗଲା । ଏହି ନାମରେ ଏତେ ଶକ୍ତି ଅଛି ଯାହା ଏହି ସଂସାରକୁ କଣ, ପରଲୋକର ସଙ୍କଟକୁ ମଧ୍ୟ ଦୁରେଇବାକୁ ସକ୍ଷମ ଅଟେ । ଏଭଳି କୁହାଯାଏ କି, ଅନ୍ତିମ ସମୟରେ ରାମଙ୍କ ନାମ କହିଲେ ବ୍ୟକ୍ତିକୁ ମକ୍ଷର ପ୍ରାପ୍ତ ହେଇଥାଏ । ରାମ ଚରିତ ମାନସରେ ତୁଳସୀ ଦାସ “ରାମ ନାମ”ର ବହୁତ ମହିମା ଗାଇଛନ୍ତି ।

“ରାମନାମ କି ଔଷଧି ଖରୀ ନିୟତ ସେ ଖାୟ,

ଅଙ୍ଗରୋଗ ବ୍ୟାପେ ନହିଁ ମହାରୋଗ ମିଟ୍ ଯାୟେ ।”

ଅର୍ଥାତ “ରାମ ନାମ”ର ଜପ ଗୋଟିଏ ଔଷଧୀୟ ସହ ସମାନ ଅଟେ, ଯାହାକୁ ଯଦି ସ୍ଵଛ ହୃଦୟରେ ଜପ କରାଯାଏ; ତେବେ ସବୁ ଆଦି-ବ୍ୟାଧି ଦୂର ହୋଇଯାଏ ଓ ମନକୁ ପରମ ଶାନ୍ତି ମିଳିଥାଏ ।

ବିଦେଶରେ ବି ରାମ ନାମର ଧୂମ :

ଆପଣଙ୍କୁ କହିବାକୁ ଚାହୁଁଛୁ କି, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ନାମ ପ୍ରଚାର କେବଳ ଦେଶରେ ହିଁ ନୁହେଁ ବରଂ ବିଦେଶରେ ମଧ୍ୟ ହେଉଥିଲା । ପୁରା ବିଶ୍ୱରେ ଏଭଳି ଅନେକ ଦେଶ ରହିଛି, ଯେଉଁଠାରେ ଭଗବାନ ଶ୍ରୀରାମଙ୍କ ଜୀବନ ଲୀଳା ବିଷୟରେ ପ୍ରଚାର କରାଯାଇଥାଏ । ଅନ୍ୟ ଦେଶରେ ପ୍ରଚାର କରୁଥିବା ଲୋକ ହିନ୍ଦୁ ନୁହଁନ୍ତି ତଥାପି ସେମାନେ ଭଗବାନ ରାମଙ୍କ ଜୀବନ ଲୀଳା ବିଷୟରେ ପ୍ରଚାର କରୁଛନ୍ତି ।