ଭାରତୀୟ ସେନାରେ ପ୍ରଥମ ଥର ପାଇଁ ଏକ ସ୍ୱାମୀ ସ୍ତ୍ରୀଙ୍କ ଯୋଡ଼ି । ଲେଫ୍ଟନାଣ୍ଟ ଜେନେରାଲ ପଦବୀରେ କାମ କରୁଛନ୍ତି ।

Spread the love

ସଫଳତା ପାଇଁ ବ୍ୟକ୍ତିଗତ କ୍ଷମତା ନୁହେଁ ବରଂ ସାମୂହିକ କ୍ଷମତା ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ଶବ୍ଦ ୫୮ ବର୍ଷୀୟ ମହିଳା ମେଜର୍ ଜେନେରାଲ ମାଧୁରୀ କନିଟକର ଯିଏ କି ପୁନେର ଅର୍ମେଡ଼୍ ଫୋର୍ସ ମେଡିକାଲ କଲେଜ (AFMC)ରେ faculty ଅଛନ୍ତି । ମାଧୁରୀ କନିଟକର ହେଉଛନ୍ତି ଦେଶର ତୃତୀୟ ମହିଳା, ଯିଏ କି ଲେଫ୍ଟନାଣ୍ଟ ଜେନେରାଲର ସ୍ଥାନ ଅଳଙ୍କୃତ ହେଇଥିଲା ।

ଦେଶର ତୃତୀୟ ମହିଳା ଲେଫ୍ଟନାଣ୍ଟ ମାଧୁରୀ କନିତ୍କାରଙ୍କ ସହ ଆଉ ଏକ ଉପାଧି ଜଡ଼ିତ ହୋଇଯାଇଛି । ତାଙ୍କ ସ୍ଵାମୀ ରାଜୀବ କନିଟକର ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲରେ ରେଙ୍କ ରଖୁଥିଲେ । ଏ ହେଉଛନ୍ତି ଦେଶର ପ୍ରଥମ ସ୍ଵାମୀ-ସ୍ତ୍ରୀଙ୍କ ଯୋଡ଼ି ଯିଏ କି ସେନାରେ ଗୋଟିଏ ପଦବୀରେ କାମ କରୁଛନ୍ତି ।

ମାଧୁରୀ କନିଟକର ଶିଶୁ ବିଶେଷଜ୍ଞ ଅଛନ୍ତି । ତାଙ୍କ ପ୍ରମୋସନ ଏହି ବର୍ଷ ଫେବୃଆରୀ ମାସରେ ହୋଇଥିଲା । କିନ୍ତୁ ଲେଫ୍ଟନାଣ୍ଟ ଜେନେରାଲ ପଦଵୀ ବର୍ଷର ଶେଷରେ ଖାଲି ହେଲେ ମିଳିବ ।

ଗତ ୩୬ ବର୍ଷ, ଚାକିରୀ କାଳ ସମୟ ମଧ୍ୟରେ ମାଧୁରୀ କନିଟକର ପ୍ରଧାନମନ୍ତ୍ରୀଙ୍କ Scientific And Technical Advisory Boardର ସଦସ୍ୟ ମଧ୍ୟ ଥିଲେ ।

ମାଧୁରୀ Paediatrics And Training In Paediatric Nephrologyରେ ପୋଷ୍ଟ ଗ୍ରାଜୁଏସନ AIIMSରେ ପଢି ଥିଲେ । ଛାତ୍ର ଜୀବନରେ ସେ ଜଣେ ଗୋଲଡ଼ ମେଡାଲିଷ୍ଟ ଥିଲେ ।

ସେ ନିଜ ଦକ୍ଷତା ବଳରେ ପୁଣେ ଏବଂ ଦିଲ୍ଲୀରେ ଶିଶୁ ମାନଙ୍କ କିଡନୀ ରୋଗ ସମ୍ବନ୍ଧରେ ଯାଞ୍ଚ କରିଥିଲ । ୨୦୧୭ରେ ମାଧୁରୀ ପ୍ରଥମ ମହିଳା AFMCର faculty ରୁପେ ଅଧିଷ୍ଟିତ ହୋଇଥିଲେ ।