ଭାରତୀୟ ଇତିହାସରେ ପ୍ରଥମଥର ମହିଳାଙ୍କୁ ହେବ ଫାଶୀ ।

Spread the love

ଡିଷ୍ଟ୍ରିକ୍ଟ ଗାଆଁ – ବାବନ ଖେଦଡ଼ି, ରାତ୍ର ପ୍ରାୟ ୧.୩୦ରେ ଜଣେ ଝିଅ ଜୋର ଜୋରରେ ଚିତ୍କାର କରୁଥିଲା । ସେହି ଝିଅଟିର ଚିତ୍କାର ଶୁଣି ଆଖପାଖ ଓ ପଡ଼ୋଶୀର ଲୋକେ ଏକାଠି ହୋଇଗଲେ । ଘର ଭିତରକୁ ଯାଇ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଘର ଭିତରେ ୭ଟି ଶବ ପଡିଥିଲା । ଚିତ୍କାର କରୁଥିବା ଝିଅଟିର ପରିବାରର ସବୁ ସଦସ୍ୟଙ୍କୁ ମାରିଦିଆ ଯାଇଥିଲା । ଚିତ୍କାର କରୁଥିବା ଝିଅଟିର ବୟସ ହେଉଛି ୨୫ ଏବଂ ଏହାର ନାମ ହେଉଛି ସୱନମ୍ । ଯେଉଁମାନେ ମରି ପଡ଼ିଥିଲେ ସେମାନେ ହେଲେ ସୱନମ୍ ର ମାତାପିତା ଏବଂ ସୱନମ୍ ର ଭାଇ, ଭାଉଜ, ସୱନମ୍ ର ମାଉସୀ ଝିଅ ଏବଂ ସୱନମ୍ ର ଏକ ପୁତୁରା । କେବଳ ସୱନମ୍ ଜଣେ ହିଁ ଜୀବିତ ନ ଥିଲା, ତା ସହ ତା ପେଟରେ ଥିବା ୨ ମାସର ପିଲାଟି ମଧ୍ୟ ଜୀବିତ ଥିଲା ।

ଏହି ଘଟଣା ପ୍ରଚାରିତ ହେବା ପରେ ଧୀରେ ଧୀରେ ସାରା ଗାଆଁ ନିଦରୁ ଉଠି ଯାଇଥିଲା । ଆଖପାଖ ଗାଆଁ ଗୁଡିକର ଲୋକେ ଏକତ୍ର ହେବାରେ ଲାଗିଲେ । ମିଡ଼ିଆ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ, ନେତାମାନେ ମଧ୍ୟ ଘଟଣା ସ୍ଥଳରେ ପହଂଚି ଯାଇଥିଲେ । ଲୋକେ କଥା ହେବାରେ ଲାଗି ପଡିଲେ ଘଟଣା ବିଷୟରେ ଜାଣିବା ପାଇଁ । କିଛି ଲୋକ ଏହି ବିଷୟରେ କିଛି ଜାଣି ମଧ୍ୟ ନ ଥିଲେ । କେବଳ ଲୋକେ ଜାଣିଥିଲେ କି କିଛି ଗୋଟେ ବଡ଼ ଅଘଟଣ ଏହି ପରିବାର ସହ ଘଟିଛି ଯାହା ଫଳରେ ପରିବାରର ୭ ଜଣ ଲୋକ ଏକା ସାଙ୍ଗରେ ମୃତ୍ୟୁ ମୁଖରେ ପଡି ଯାଇଛନ୍ତି ।

ଅନ୍ୟପଟେ ସୱନମ୍ ଚିତ୍କାର କରି କରି ଲୋକ ମାନଙ୍କୁ ଏହି ଘଟଣା ବିଷୟରେ କହି ଚାଲିଥିଲା; କିପରି ଲୁଟେରା ମାନେ ଆସି ଘରେ ପଶି ପରିବାରର ସଦସ୍ୟ ମାନଙ୍କୁ ହତ୍ୟା କରି ଚାଲି ଯାଇଥିଲେ । ସେ ବଂଚି ଯାଇଥିଲା କାରଣ ସେ ବାଥରୁମ ଭିତରେ ଥିଲା । ଗୋଟିଏ ପଟେ ପୋଲିସ ହତ୍ୟାକାରୀଙ୍କୁ ଖୋଜିବାରେ ଲାଗି ପଡିଥିଲା ଏବଂ ଅନ୍ୟ ପଟେ ଶବ ଗୁଡିକର ବ୍ୟବଛେଦ ପାଇଁ ମେଡିକାଲ ପଠାଯାଇଥିଲା । ସେହି ଦିନର କଲ୍ ରେକର୍ଡ଼ ମଧ୍ୟ ବାହାର କରି ଦିଆ ଯାଇଥିଲା, ଲୁଟେରା ତ ମିଳି ନ ଥିଲେ କିନ୍ତୁ ଏହି ଘଟଣାର ସତ୍ୟାସତ୍ୟ ପୋଲିସ ବାହାର କରିବାରେ ସଫଳ ହୋଇଥିଲା । ପୋଲିସ ଯାଞ୍ଚ ରିପୋର୍ଟ ଅନୁସାରେ ସୱନମ୍ ପରିବାରର ହତ୍ୟାକାରୀ କେଉଁ ଲୁଟେରା ନୁହନ୍ତି । ପୋଲିସ କହିବ ଅନୁସାରେ, ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନେ ଲୁଟେରା ଠାରୁ ବଞ୍ଚିବା ପାଇଁ କିଛି ନା କିଛି ଉଦ୍ୟମ ନିଶ୍ଚୟ କରିଥିବେ କିନ୍ତୁ ସେମିତି କିଛି ତଥ୍ୟ ଦେଖିବାକୁ ମିଳୁ ନାହିଁ । ସୱନମ୍ ଯାହା କିଛି ବି କହିଛନ୍ତି ଲୁଟେରା ବିଷୟରେ ଘର ଭିତରେ ସେମିତି କିଛି ପ୍ରମାଣ ଦେଖିବାକୁ ମିଳୁନାହିଁ । ତେଣୁ ପୋଲିସ ସନ୍ଦେହ କରିଥିଲା ସୱନମ୍ ଲୁଟ୍ ବିଷୟରେ ଯାହାସବୁ କହିଛି; ତାହା ସବୁ ମିଥ୍ୟା ଅଟେ । ଶବ ବ୍ୟବଛେଦରୁ ଜଣା ପଡିଥିଲା ହତ୍ୟା ପୂର୍ବରୁ ପରିବାରର ସଦସ୍ୟ ମାନଙ୍କୁ ନିଶା ଔଷଧ ଦିଆ ଯାଇଛି କିମ୍ବା ବିଷ ଔଷଧ ମଧ୍ୟ ଦିଆଯାଇ ଥାଇପାରେ ।

ସୱନମ୍ ଯାହାକୁ ବିବାହ କରିଛି, ପରିବାର ଲୋକେ ତାଙ୍କୁ ପସନ୍ଦ କରୁ ନ ଥିଲେ । ଏହି ଆଳରେ ସୱନମ୍, ସଲିମ୍ ସହ ସଢଯନ୍ତ୍ର କରି ୭ ଜଣଙ୍କୁ ନିର୍ମମ ହତ୍ୟା କରି ଦେଇଥିଲା । ପ୍ରଥମ ଦିନ ଦୁହେଁ ମିଶି ସମସ୍ତଙ୍କ ଖାଦ୍ୟରେ କିଛି ମିଶାଇ ଦେଇଥିଲେ ଏବଂ ଏକ ଧାରୁଆ କୁରାଢ଼ୀରେ ଜଣଙ୍କ ପରେ ଜଣଙ୍କର ନିର୍ମମ ହତ୍ୟା କରି ଦେଇଥିଲେ । ସେହି ଦିନ ରାତିରେ ଯେଉଁ ଜଣେ ବ୍ୟକ୍ତି ସହ ସୱନମ୍ କଲରେ କଥା ହେଉଥିଲା ସେହି ବ୍ୟକ୍ତି ଜଣଙ୍କ ହେଉଛି ସଲିମ । ସଲିମ୍ ମଧ୍ୟ ଏହି ହତ୍ୟାର ଆରୋପୀ ବୋଲି ମାନି ନେଇଛି ଏବଂ ହତ୍ୟାରେ ସାମିଲ ହୋଇଥିବା କୁରାଢ଼ୀ ମଧ୍ୟ ସଲିମ କହିଥିବା ସ୍ଥାନରୁ ମିଳିଛି ମାନେ ଗୋଟିଏ ପୋଖରୀ ନିକଟରୁ କୁରାଢ଼ୀଟି ମିଳିଛି ।

ପୋଲିସର ଯାଞ୍ଚ ପରେ ସତ୍ୟ ଘଟଣାଟି ଲୋକ ସମ୍ମୁଖକୁ ଆସିଥିଲା । ବର୍ତ୍ତମାନ ସେହି ଦୁଇ ଜଣ ଅର୍ଥାତ ସୱନମ୍ ଓ ସଲିମ୍ ଦୂହିଁଙ୍କୁ ଫାଶୀ ମିଳିବ ଯାହାର ଶୁଣାଣି ହୋଇସାରିଛି । ଏହିପରି ହତ୍ୟାକାରୀ ମାନଙ୍କୁ କୌଣସି ଦୟା ଦେଖାଇବା ଅନୁଚିତ ।