ପ୍ରଥମଥର ଡାକ୍ତରମାନେ ବିନା ଅପରେସନରେ ହାର୍ଟର ଛିଦ୍ରକୁ ବନ୍ଦ କରିଲେ – ଏଭଳି ଭାବେ ବଞ୍ଚାଇଲେ ଗୋଟେ ନିରୀହ ଶିଶୁର ଜୀବନ ଆଜି ସାରା ଦେଶ ପ୍ରଶଂସା କରୁଛି..

Spread the love

ବିନା ଅସ୍ତ୍ରୋପଚାରରେ ୧୦ ବର୍ଷୀୟ ଝିଅଟିର ହୃଦୟର ଛିଦ୍ରକୁ ଡାକ୍ତର ବନ୍ଦ କରି ଦେଇଥିଲେ ।

ନିକଟରେ ଡାକ୍ତରମାନେ ଦୂରବିନ ପଦ୍ଧତିରେ ଜଣେ ଛୋଟ ବାଳିକାର ହୃଦୟର ଛିଦ୍ରକୁ ବନ୍ଦ କରିଥିଲେ । ଏହା ପ୍ରଥମ ଘଟଣା ଅଟେ, ଯେଉଁଥିରେ ଡାକ୍ତର ମାନେ ଏହି ପଦ୍ଧତିର ବ୍ୟବହାର କରି ହୃଦୟର ଛିଦ୍ରକୁ ବନ୍ଦ କରିଛନ୍ତି । କାନପୁର ସ୍ଥିତ କାର୍ଡିୟୋଲୋଜି ଇଂଷ୍ଟିଟିୟୁସନର ଡାକ୍ତର ଜଣେ ୧୦ ବର୍ଷୀୟ ବାଳିକାର ହୃଦୟର ଛିଦ୍ର ବନ୍ଦ କରିବାକୁ ଯାଇ ବିନା ଅସ୍ତ୍ରୋପଚାର କରି ଦୂରବିନ ପଦ୍ଧତିର ବ୍ୟବହାର କରିଥିଲେ । କେବଳ ଅଧଘଣ୍ଟା ସମୟ ମଧ୍ୟରେ ହିଁ ଦୂରବିନ ପଦ୍ଧତିର ବ୍ୟବହାର କରି ହୃଦୟର ଛିଦ୍ରକୁ ବନ୍ଦ କରିଦେଇ ଥିଲେ ।

୧୦ ବର୍ଷୀୟ ବାଳିକାର ଚିକିତ୍ସା କରାଯାଇଥିଲା :

ଉତ୍ତରପ୍ରଦେଶର ଅକବରପୁରର ରହୁଥିବା ଜଣେ ୧୦ ବର୍ଷୀୟ ବାଳିକା କାଜଲର ହୃଦୟରେ ଛିଦ୍ର ହୋଇ ଯାଇଥିଲା ଏବଂ କାଜଲର ହୃଦୟର ଛେଦକୁ କାର୍ଡିୟୋଲୋଜି ଇଂଷ୍ଟିଟିୟୁସନର ଜଣେ ଡାକ୍ତର ଚିତକିସ କରିଥିଲେ । ଡାକ୍ତର କାଜଲର ହୃଦୟର ଛିଦ୍ରକୁ ବନ୍ଦ କରିବା ପାଇଁ ଅସ୍ତ୍ରୋପଚାର କରିବା ପ୍ରତିବଦଳରେ ଦୂରବିନ ପଦ୍ଧତି ଆପଣାଇ ଥିଲେ । ଯାହାଫଳରେ କାଜଲର ହୃଦୟକୁ ବିନା କୌଣସି କଟାକଟି (ଅସ୍ତ୍ରୋପଚାର) କରି ଛିଦ୍ରକୁ ବନ୍ଦ କରି ଦେଇଥିଲେ । କେବଳ ଏତିକି ନୁହେଁ, କାଜଲଙ୍କ ଏହି ଚିକିତ୍ସା ଅସାଧ୍ୟ ରୋଗ ନିଶୁଳ୍କ ଉପଚାର ଯୋଜନା ଅନୁସାରେ କରାଯାଇଛି, ଯାହାଫଳରେ କାଜଲଙ୍କ ପରିବାର ଠାରୁ ଅସ୍ତ୍ରୋପଚାର ନିମନ୍ତେ କୌଣସି ଟଙ୍କା ମଧ୍ୟ ନିଆଯାଇ ନାହିଁ ।

ଉତ୍ତର ଭାରତରେ ପ୍ରଥମ ଥର ଦୂରବିନ ପଦ୍ଧତିରେ ଚିକିତ୍ସା କରାଯାଇଛି :

କାଜଲଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ଉତ୍ତର ଭାରତରେ ଏହା ପ୍ରଥମ ଘଟଣା ଅଟେ । ଯେଉଁଠି ବେଟରିକୁଲଆର ସେପ୍ଟଲ ଡିଫେକ୍ଟ (ବିଏସଡି) ରୋଗରେ ହୃଦୟର ଛେଦକୁ ଉପକରଣ ଲଗାଇ ବନ୍ଦ କରାଯାଇଥିଲା । କାର୍ଡିୟୋଲୋଜିର ବରିଷ୍ଟ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଏସ୍.କେ.ସିଂହାଙ୍କ ଅନୁସାରେ କାଜଲକୁ ସର୍ବଦା ଥଣ୍ଡା ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିବା ପାଇଁ ପଡୁଥିଲା । କାଜଲର ଏହି ସମସ୍ୟା ଦେଖି ତାର କାର୍ଡିୟୋଲୋଜି ପରୀକ୍ଷା କରାଯାଇଥିଲା ଏବଂ ପରୀକ୍ଷା ପରେ ଜଣାପଡି ଥିଲା, କାଜଲର ହୃଦୟରେ ଛଅ ମିମି ମସ୍କୁଲର ବେଟରିକୁଲଆର ସେପ୍ଟଲ ଡିଫେକ୍ଟ ହୋଇଛି । ଯାହାପରେ କାଜଲର ଚିକିତ୍ସା କରିବା ପାଇଁ ଚିନ୍ତା କରାଯାଇ ଥିଲା ଏବଂ କାଜଲର ହୃଦୟର ଚିକିତ୍ସା କରିବା ପାଇଁ ଡାକ୍ତର ଅସ୍ତ୍ରୋପଚାର ପ୍ରତିବଦଳରେ ଦୂରବିନ ପଦ୍ଧତିର ବିକଳ୍ପ ଠିକ୍ ମନେ କରିଥିଲେ ।

୨୦ ମିନିଟ୍ ମଧ୍ୟରେ ଅସ୍ତ୍ରୋପଚାର ହୋଇଥିଲା :

କେବଳ ୨୦ ମିନିଟ୍ ମଧ୍ୟରେ କାଜଲର ଚିକିତ୍ସା କରାଯାଇଥିଲା ଏବଂ ଚିକିତ୍ସା ସମୟରେ କୌଣସି ପ୍ରକାରର କଟାକଟି ବା ଅସ୍ତ୍ରୋପଚାର ଉପକାରଣର ବ୍ୟବହାର ହୋଇ ନ ଥିଲା । ଡାକ୍ତର ଚିକିତ୍ସା କରିବା ପରେ କହିଛନ୍ତି କାଜଲର ଚିକିତ୍ସା କେବଳ ୨୦ ମିନିଟ୍ ମଧ୍ୟରେ ହୋଇଥିଲା । ଚିକିତ୍ସା ପରେ କାଜଲକୁ ୪ ଏପ୍ରିଲରେ ଡାକ୍ଟରଖାନାରୁ ଛାଡି ଦିଆ ଯାଇଛି । କହିବା ପାଇଁ ଚାହୁଁଛୁ, ଦୂରବିନ ପଦ୍ଧତିରେ ପଥରୀ, କର୍କଟ ପରି ଭୟଙ୍କର ରୋଗର ଚିକିତ୍ସା କରାଯାଇଥାଏ ।